ଗର୍ଭବତୀ ହାତୀକୁ ହତ୍ୟା ମାମଲା, ହତ୍ୟାକାରୀର ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର

June 04, 2020, ଦେଶ, , Anupambharat News Bureau


ଗର୍ଭବତୀ ହାତୀକୁ ହତ୍ୟା ମାମଲା, ହତ୍ୟାକାରୀର ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର
Anupambharat News Bureau
June 04, 2020

ମଲªୁରମ: କେରଳର ସାଇଲେଣ୍ଟ ଭ୍ୟାଲି ଜଙ୍ଗଲ ନିକଟସ୍ଥ ଗାଁରେ ଗର୍ଭବତୀ ହାତୀକୁ ଅତି ଅମାନୁଷିକ ଭାବେ ବିସ୍ପୋରକ ଭର୍ତ୍ତି ସପୁରିଖୁଆଇ ହତ୍ୟା ଘଟଣାରେ ମାନବିକତା ଉପରେ ପ୍ରଶ୍ନ ଉଠିଛି । ଘଟଣାକୁ ନେଇ ଘୋର ନିନ୍ଦା କରାଯାଉଛି ।
ଘଟଣାକୁ ନେଇ ବର୍ତ୍ତମାନ ରାଜନୀତି ମଧ୍ୟ ତେଜ ହୋଇଛି । କେନ୍ଦ୍ର ସରକାର ମଧ୍ୟ ଘଟଣାକୁ ନେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟ ନୂଆ ରାଜନୈତିକ ହଙ୍ଗାମା ଆରମ୍ଭ ହୋଇଯାଇଛି । କେରଳ ସାଂସଦ ରାହୁଲ ଗାନ୍ଧୀଙ୍କୁ ବିଜେପି ଟାର୍ଗେଟ କରିଛି ।
କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଘଟଣାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି କେରଳ ବାୟନାଡ଼ରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀକୁ ଟାର୍ଗେଟ କରିଛନ୍ତି । ରାହୁଲଙ୍କୁ ଟାର୍ଗେଟ କରି ସ୍ମୃତି କହିଛନ୍ତି ରାହୁଲଙ୍କ ଠାରୁ ସମବେଦନା ଆଶା ମଧ୍ୟ କରାଯାଇ ପାରିବନାହିଁ । ସେ ଯେତେବେଳେ ଅମେଠିରେ ମଣିଷଙ୍କ ଖାତିର କରୁନଥିଲେ, ତାଙ୍କ ଭଲମନ୍ଦ ବିଚାର କରୁନଥିଲେ, ସେ ପୁଣି ପଶୁଙ୍କ କଥା କଣ ବିଚାର କରିବେ । ହାତୀର ମୃତ୍ୟୁକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ଗମ୍ଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ସେ ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି, ଏହି ଘଟଣା ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ କି ? ଗୁରୁବାର ଦିନ ମେନକା ଗାନ୍ଧୀ ଏହି ଘଟଣାକୁ ହତ୍ୟା ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କେରଳ ଦେଶର ସବୁଠାରୁ ହିଂସ୍ର ରାଜ୍ୟ । ଏଠାରେ ଲୋକେ ରାସ୍ତାରେ ବିଷ ଫୋପାଡ଼ି ଦେଇଥାନ୍ତି ଯେପରିକି ୩୦୦ ରୁ ୪୦୦ ପକ୍ଷୀ ଓ କୁକୁର ଏକାସଙ୍ଗେ ମରିଯିବେ ଦେଶର ସବୁଠାରୁ ଶିକ୍ଷିତ ରାଜ୍ୟ ହୋଇଥିଲେ ସୁଦ୍ଧା ଏଠାରେ ମଣିଷଙ୍କ ହୃଦୟରେ ମାନବିକତା ନାହିଁ । ଅପରପକ୍ଷରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ସପକ୍ଷରେ ବୟାନ ଦେଇ କହିଛି ଯେ ତାଙ୍କୁ ଏହି ମାମଲାରେ ଅଯଥାରେ ଟଣା ଯାଉଛି କେରଳ ଯାହା ଘଟିଛି ତାହା ଅତ୍ୟନ୍ତ ନିନ୍ଦନୀୟ । ମାମଲାକୁ ନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଦୋଷୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଗୁରୁବାର ଦିନ ସେ କହିଛନ୍ତି ଯେ, କେନ୍ଦ୍ର ସରକାର ହାତୀ ମୃତ୍ୟୁ ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି । ସଠିକ ଭାବେ ଯାଞ୍ଚ କରି ଅପରାଧୀଙ୍କୁ ଗିରଫ କରାଯିବ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିରୀହ ବନ୍ୟଜ;ୁଙ୍କୁ ଫଳରେ ବିସ୍ପୋରକ ଭର୍ତ୍ତି କରି ଖାଇବାକୁ ଦେଇ ହତ୍ୟା କରିବା ଭାରତୀୟ ସଂସ୍କୃତି ନୁହେଁ ବୋଲି ସେ କହିଛନ୍ତି । ୱାଇଲï ଲାଇଫ ଏସଓଏସ୍‌ ଫଳ ଭିତରେ ବିସ୍ପୋରକ ରଖିବାର ବେଆଇନ୍‌ ଅଭ୍ୟାସ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଏହି ବିସ୍ପୋରକ ପଶୁଙ୍କ ମୁହଁରେ ବିସ୍ପୋରଣ ହୋଇଥାଏ ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥାଏ ।
ୱାଇଲïï ଲାଇଫ ଏସଓଏସ୍‌ର ଦାବି କରିଛି ଏପରି ଅପରାଧ ବିରୋଧରେ କଟକଣା କରାଯାଉି ଏହି ସଂସ୍ଥା କେରଳର ମଲ୍ଲପୁରମ୍‌ ଜିଲ୍ଲାର ଗର୍ଭବତୀ ହାତୀର ହତ୍ୟାକୁ ନିନ୍ଦା କରିଛନ୍ତି । ମଲ୍ଲପୁରମରେ ଏକ ଗର୍ଭବତୀ ହାତୀ ବିସ୍ପୋରକ ଥିବା ସପୁରୀ ଖାଇ ଦେଇଥିଲା ଯାହା ପରେ ହାତୀର ମୁହଁରେ ବାଣ ଫୁଟିଥିବାରୁ ତା’ର ମୃତ୍ୟୁ ହୋଇଥିଲା । ସଂସ୍ଥା କହିଥିଲା ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଯେ ଗର୍ଭବତୀ ହାତୀକୁ କେରଳରେ ଏଭଳି ମୃତ୍ୟୁ ମିଳିଛି ।
ଏହି ଘଟଣାରେ ଦୋଷୀଙ୍କୁ ଦଣ୍ଡ ମିଳିବା ଦରକାର । ଅପରାଧିଙ୍କ ବିରୋଧରେ ମାମଲା ରୁଜୁ କରାଯାଉ । ଏହି ସଂସ୍ଥା ଯାଞ୍ଚରେ ଅଧିକାରୀଙ୍କ ସହଯୋଗ କରିବ । ସେମାନେ ପୂରା ପ୍ରକ୍ରିୟାରେ ସହଯୋଗ କରିବେ । ପ୍ରାଥମିକ ତଦନ୍ତରେ ଏହା ଜଣା ପଡ଼ିଛି ଯେ ଗର୍ଭବତୀ ହାତୀର ମୁହଁରେ ବିସ୍ପୋରଣ ହୋଇଛି ଏବଂ କ୍ରୃଡ ବୋମା ପାଇଁ ଜିଭ କ୍ଷତ ବିକ୍ଷତ ହୋଇଛି । ସପୁରୀରେ ଥିବା ବିସ୍ପୋରକକୁ ହାତୀ ଚୋବାଇ ଦେଇଥିଲା ଏବଂ ୩ଦିନ ପରେ ହାତୀର ମୃତ୍ୟୁ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚୀନକୁ ଚ୍ୟାଲେଞ୍ଜ୍‌: ଭାରତ ସପକ୍ଷରେ ଅଷ୍ଟ୍ରେଲିଆ

ଚୀନକୁ ଚ୍ୟାଲେଞ୍ଜ୍‌: ଭାରତ ସପକ୍ଷରେ ଅଷ୍ଟ୍ରେଲିଆ

Read More...

ମଣ୍ଡିରେ ଧାନ ଦେଇ ଟଙ୍କା ପାଇନଥିବା ଅଭିଯୋଗ ଆଣିଲେ ଚାଷୀ

ମଣ୍ଡିରେ ଧାନ ଦେଇ ଟଙ୍କା ପାଇନଥିବା ଅଭିଯୋଗ ଆଣିଲେ ଚାଷୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page