ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ବାତିଲ

July 01, 2020, ଓଡ଼ିଶା, , Anupambharat News Bureau


ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ବାତିଲ
Anupambharat News Bureau
July 01, 2020

ଭୁବନେଶ୍ୱର, ୧ା୭(ଅନୁପମମିଡ଼ିଆ): ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ବାତିଲ କରା ଯିବାକୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡିଛି । ତେଣୁ ଛାତ୍ର ଛାତ୍ରୀଙ୍କୁ ବଳକା ଥିବା ପରୀକ୍ଷା ଦେବାକୁ ପଡିବ ନାହିଁ । ଉଲ୍ଲେଖନୀୟ ଯେ ଲକଡାଉନ କାରଣରୁ ଯୁକ୍ତ ୨ର ୪ଟି ଷ୍ଟ୍ରିମର ୨୩ଟି ପରୀକ୍ଷା ହୋଇପାରିନଥିଲା ।
ପରୀକ୍ଷା ବାତିଲ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମିଳିଥିବା ସୂଚନା ମୁତାବକ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ମାର୍ଚ୍ଚ ୩ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ରେ ଶେଷ ହେବାର ଥିଲା । ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଚାଲିବାର ଥିଲା । ସେହିପରି ଯୁକ୍ତ ୨ କଳା ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ସେହି ମାସ ୨୭ ତାରିଖରେ ଶେଷ ହେବାର ଥିଲା । ତେବେ ମାର୍ଚ୍ଚ ମାସରେ କରୋନା କଟକଣା ଓ ଏହା ପରବର୍ତ୍ତୀ ଲକଡାଉନ ଯୋଗୁଁ ୪ଟି ଷ୍ଟ୍ରିମର ୨୩ଟି ପରୀକ୍ଷା ହୋଇପାରିନଥିଲା । ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକି ପରୀକ୍ଷା ବାତିଲ୍‌ ହୋଇଛି । ଆଇଏସ୍‌ସିଇ ଦ୍ୱାରା ପରିଚାଳିତ ବିଦ୍ୟାଳୟର ପରୀକ୍ଷାଗୁଡ଼ିକ ମଧ୍ୟ ଅନୁରୂପ ଭାବେ ବାତିଲ୍‌ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଢିଲା ବସ୍‌ ଭଡ଼ା

ବଢିଲା ବସ୍‌ ଭଡ଼ା

Read More...

ଆଇନଜୀବିଙ୍କୁ ପୋଲିସର ମାଡ ପ୍ରତିବାଦରେ ଟାଉନ ଥାନା ଘେରାଉ

ଆଇନଜୀବିଙ୍କୁ ପୋଲିସର ମାଡ ପ୍ରତିବାଦରେ ଟାଉନ ଥାନା ଘେରାଉ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page