ପଛକୁ ହଟିଲା ଚୀନ୍‌

July 06, 2020, ଦେଶ, , Anupambharat News Bureau


ପଛକୁ ହଟିଲା ଚୀନ୍‌
Anupambharat News Bureau
July 06, 2020

ନୂଆଦିଲ୍ଲୀ, ୬ା୭: ସର୍ବଶେଷରେ, ଭାରତର ଚାପ କାମ କଲା ଏବଂ ଚୀନ୍‌ ଗଲୱାନ୍‌ ଉପତ୍ୟକାର ବିବାଦୀୟ ଅଞ୍ଚଳରୁ ଦୁଇ କିଲୋମିଟର ଦୂରକୁ ନିଜର ସୈନ୍ୟ ପ୍ରତ୍ୟାହାର କରିଛି । ଏହା ପ୍ରଥମ ପର୍ଯ୍ୟାୟ ସେନା ପ୍ରତ୍ୟାହାର । ପରବର୍ତ୍ତୀ ସମୟରେ ପ୍ରତିରକ୍ଷା ଆଲୋଚନା ପରେ ଅନ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି । ବେଆଇନ ଭାବେ ଅଧିଗ୍ରହଣ କରି ଅସ୍ଥାୟୀ କ୍ୟାମ୍ପ ସ୍ଥାପନ କରିଥିବା ଚୀନ ଏହାକୁ ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକସ୍ମିକ ଭାବେ ଲଦାଖର ଫରୱାଡ଼ ପୋଷ୍ଟରେ ପହଞ୍ଚି ସେନାଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହାର ତିନିଦିନ ପରେ ଚୀନ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛି । ଚୀନ୍‌ ସୈନ୍ୟମାନେ ଗଲୱାନ୍‌, ହଟ୍‌ ସ୍ପ୍ରିଙ୍ଗସ୍‌ ଏବଂ ଗୋଗ୍ରାଠାରୁ ମଧ୍ୟ ସେମାନଙ୍କର କ୍ୟାମ୍ପ ପ୍ରତ୍ୟାହାର କରିଛନ୍ତି । ତେବେ ଏହି ବିଷୟରେ ସେନାର କୌଣସି ସରକାରୀ ବିବୃତି ନାହିଁ, ସେଥିପାଇଁ ଭାରତୀୟ ସେନା ଅତି ସତର୍କ ରହିଛନ୍ତି । ଗଲୱାନ୍‌ ଉପତ୍ୟକାକୁ ବର୍ତ୍ତମାନ ଏକ ବଫର୍‌ ଜୋନ୍‌ କରାଯାଇଛି ଯାହା ଦ୍ୱାରା ଆଉ ହିଂସାତ୍ମକ ଘଟଣା ଘଟିବ ନାହିଁ । କମାଣ୍ଡର ସ୍ତରୀୟ ଆଲୋଚନାରେ ନିଷ୍ପତ୍ତି ନିଆଯାଇଛି ଯେ ବିବାଦୀୟ ଅଞ୍ଚଳରୁ ପଛକୁ ଫେରିବା ପାଇଁ ଭୂମିରେ କେଉଁ ପଦକ୍ଷେପ ନିଆଯାଇଛି ତାହା ଦେଖିବା ପାଇଁ ଦୁଇ ଦେଶ ପରସ୍ପର ଉପରେ ୭୨ ଘଣ୍ଟା ନଜର ରଖିବେ । ଯଦିଓ ପୂର୍ବ ଲଦାଖରେ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ଭୂମିରେ କୌଣସି ଡି-ଏସ୍କାଲେସନ୍‌ ନଥିଲା, ସୋମବାର ଠାରୁ କିଛି ଅଗ୍ରଗତି ଆଶା କରାଯାଉଥିଲା ।
ଚୀନ୍‌ ସେନା ପ୍ରଥମେ ଗଲୱାନ୍‌ ଭ୍ୟାଲି ଏବଂ ହଟ୍‌ ସ୍ପ୍ରିଙ୍ଗସ୍‌ ଅଞ୍ଚଳ ଛାଡିବ ବୋଲି ଆଶା କରାଯାଉଥିଲା । ଉଲ୍ଲେଖ୍ୟଯୋଗ୍ୟ ଯେ ଗତ ଜୁନ୍‌ ୧୫ ରେ,ଭାରତ ଓ ଚୀନ୍‌ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ଭାରତର ୨୦ ଜଣ ଯବାନ୍‌ ସହିଦ ହୋଇଥିଲେ । ଏଥିରେ ଚୀନ ସେନାର ବହୁ କ୍ଷତି ଘଟିଥିଲା । ଘଟଣା ପରେ ତିନି ପର୍ଯ୍ୟାୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଶେଷରେ ଚୀନ ପଛକୁ ହଟିଛି । ପ୍ରକାଶଥାଉକି ଗତ ରବିବାର ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭଲ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଦୁଇ ଘଣ୍ଟା ଧରି ଗଲୱାନରେ ସୃଷ୍ଟି ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ସେନା ପ୍ରତ୍ୟାହାର ସମ୍ପର୍କରେ ବିଶଦ ଭାବେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପର୍ଯ୍ୟାୟ କ୍ରମେ ସେନା ହଟାଯିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେଡ଼ି ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ

ବିଜେଡ଼ି ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ

Read More...

ଦିନକରେ ରେକର୍ଡ଼ ୪୫୬ ଆକ୍ରାନ୍ତ ଚିହ୍ନଟ

ଦିନକରେ ରେକର୍ଡ଼ ୪୫୬ ଆକ୍ରାନ୍ତ ଚିହ୍ନଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page