କେବଳ ନୂଆ ପଦବୀ ସୃଷ୍ଟି ଉପରେ କଟକଣା

July 08, 2020, ଓଡ଼ିଶା, , Anupambharat News Bureau


କେବଳ ନୂଆ ପଦବୀ ସୃଷ୍ଟି ଉପରେ କଟକଣା
Anupambharat News Bureau
July 08, 2020

ଭୁବନେଶ୍ୱର, ୮ା୭(ଅନୁପମ ମିଡ଼ିଆ): କୋଭିଡ଼୍‌-୧୯ ସଂକ୍ରମଣ ହେତୁ ଓଡ଼ିଶାର ଅର୍ଥନୀତି ପ୍ରଭାବିତ ହୋଇଥିବା କାରଣରୁ ଅନ୍ୟାନ୍ୟ କଟକଣା ସହିତ ଆସନ୍ତା ଦୁଇ ବର୍ଷ ପାଇଁ ସରକାରୀସ୍ତରରେ ସ୍ୱାସ୍ଥ୍ୟ ବିଭାଗର ନିଯୁକ୍ତିକୁ ଛାଡ଼ିଦେଲେ କୌଣସି ବି ସରକାରୀ ବିଭାଗରେ ଜଣେ ହେଲେ ବି କେହି ନିଯୁକ୍ତି ପାଇପାରିବେ ନାହି ରାଜ୍ୟ ସରକାର ଜାରୀ କରିଥିବା କଟକଣାକୁ ନେଇ ତୀବ୍ର ବିରୋଧ ହେବା ପରେ ରାଜ୍ୟ ଅର୍ଥ ବିଭାଗକୁ ସ୍ପଷ୍ଟୀକରଣ ଜାରୀ କରିବାକୁ ପଡିଛି ।
ଏ ସମ୍ପର୍କରେ ଅର୍ଥ ବିଭାଗ ସ୍ପଷ୍ଟୀକରଣ ଜାରୀ କରି କହିଛି ଯେ , ସରକାରୀ ସ୍ତରରେ ଚାଲିଥିବା ସମସ୍ତ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ ଏବଂ ଖାଲି ପଡିଥିବା ସରକାରୀ ପଦବୀକୁ ମଧ୍ୟ ପୂରଣ କରାଯିବ । ନୂଆ ପଦବୀ ସୃଷ୍ଟି ଉପରେ କେବଳ କଟକଣା ଲାଗିଛି ବୋଲି ବିଭାଗ ପକ୍ଷରୁ କୁହା ଯାଇଛି । ଉଲ୍ଲେଖନୀୟ ଯେ ମଙ୍ଗଳବାର ଅର୍ଥ ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ସମସ୍ତ ବିଭାଗୀୟ ଅତିରିକ୍ତ ମୁଖ୍ୟଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବିଭାଗୀୟ ମୁଖ୍ୟମାନଙ୍କୁ ପତ୍ର ଜରିଆରେ ଅର୍ଥନୈତିକ କଟକଣା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏଥିରେ କୁହାଯାଇଥିଲା ଯେ, ଆସନ୍ତା ଦୁଇ ବର୍ଷ ପାଇଁ ସରକାରୀସ୍ତରରେ ସ୍ୱାସ୍ଥ୍ୟ ବିଭାଗର ନିଯୁକ୍ତିକୁ ଛାଡ଼ିଦେଲେ କୌଣସି ବି ସରକାରୀ ବିଭାଗରେ ଜଣେ ହେଲେ ବି କେହି ନିଯୁକ୍ତି ପାଇପାରିବେ ନାହିଁ । ଦୁଇ ବର୍ଷ ପାଇଁ ସରକାରୀସ୍ତରରେ କୌଣସି ନୂଆ ଗାଡ଼ି କିଣାଯାଇ ପାରିବ ନାହିଁ । ମେଡିକାଲ ସାମଗ୍ରୀ, ସଭା ସମିତି ପାଇଁ ଆବଶ୍ୟକ ଡିଜିଟାଲ ଯନ୍ତ୍ରାଂଶ ଛଡ଼ା ଆଉ କିଛି କିଣାଯାଇ ପାରିବ ନାହିଁ ।
ସ୍ୱାସ୍ଥ୍ୟ ବିଭାଗର ନିଯୁକ୍ତିକୁ ଛାଡ଼ିଦେଲେ କୌଣସି ବି ସରକାରୀ ବିଭାଗରେ ଜଣେ ହେଲେ ବି କେହି ନିଯୁକ୍ତି ପାଇପାରିବେ ନାହିଁ । ସେହିଭଳି କୌଣସି ନୂତନ ଯୋଜନା ପ୍ରଣୟନ କରାଯିବ ନାହିଁ । ଅତ୍ୟାବଶ୍ୟକସ୍ଥଳେ ଅର୍ଥ ବିଭାଗର ଅନୁମତି ପରେ ଜନକଲ୍ୟାଣ ପାଇଁ ସରକାର କୌଣସି ଯୋଜନା ସମ୍ପର୍କରେ ଘୋଷଣା କରିପାରିବେ ବୋଲି ଅର୍ଥ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଥିଲା । ତେବେ ଏନେଇ ବିଭିନ୍ନ ସ୍ତରରେ ବିରୋଧର ସ୍ୱର ଉଠିବାରୁ ଏ ସଂକ୍ରନ୍ତାରେ ଅର୍ଥ ବିଭାଗ ପକ୍ଷରୁ ଉପରୋକ୍ତ ସ୍ପଷ୍ଟୀକରଣ ଦିଆଯାଇଛି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସେଲ୍‌ଫି ନେବା ବେଳେ ନଦୀକୁ ଖସିପଡିଲେ ମା’ଝିଅ

ସେଲ୍‌ଫି ନେବା ବେଳେ ନଦୀକୁ ଖସିପଡିଲେ ମା’ଝିଅ

Read More...

ତ୍ୟାଗ, ସଂଯମ ଓ ଶୃଙ୍ଖଳା ମାର୍ଗକୁ ଆପଣାଅ: ନବୀନ

ତ୍ୟାଗ, ସଂଯମ ଓ ଶୃଙ୍ଖଳା ମାର୍ଗକୁ ଆପଣାଅ: ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page