ଗଞ୍ଜାମ ଜିଲ୍ଲାକୁ ଟ୍ରେନ ସେବା ବାତିଲ, ଆଜିଠୁ ପାଞ୍ଚ ଦିନିଆ ସଟ୍‌ଡାଉନ

July 08, 2020, ଓଡ଼ିଶା, , Anupambharat News Bureau


ଗଞ୍ଜାମ ଜିଲ୍ଲାକୁ ଟ୍ରେନ ସେବା ବାତିଲ, ଆଜିଠୁ ପାଞ୍ଚ ଦିନିଆ ସଟ୍‌ଡାଉନ
Anupambharat News Bureau
July 08, 2020

ଭୁବନେଶ୍ୱର, ୮ା୭(ଅନୁପମ ମିଡ଼ିଆ): କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାରେ ସମସ୍ତ ଷ୍ଟେସନ ସହ ବାଲୁଗାଁ ଷ୍ଟେସନ ଠାରେ ଯାତ୍ରୀବାହୀ ଟ୍ରେନ ଗୁଡିକର ରହଣି ବନ୍ଦ ଓ ଟ୍ରେନ ସେବା ବାତିଲ କରାଯାଇଛି । ଅନ୍ୟପକ୍ଷେ ଆସନ୍ତାକାଲିଠାରୁ ଜିଲ୍ଲାର ସମସ୍ତ ସହରାଞ୍ଚଳ ସମେତ ଛ’ଟି ବ୍ଳକର ସଦର ମହକୁମାରେ ପାଞ୍ଚ ଦିନିଆ ସଟ୍‌ଡାଉନ ଆରମ୍ଭ ହେବ । କୋଭିଡ-୧୯ ଭୁତାଣୁର ମାତ୍ରାଧିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଯତ୍ନଶୀଳ ହେବାପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ଷ୍ଟେସନ ସହିତ ବାଲୁଗାଁ ଷ୍ଟେସନ ଠାରେ ଯାତ୍ରୀବାହୀ ଟ୍ରେନ ଗୁଡିକର ରହଣୀକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବା ସହିତ ଟ୍ରେନ ସେବା ବାତିଲ କରାଯିବାକୁ ଓଡିଶା ସରକାରଙ୍କ ପକ୍ଷରୁ ଆଜି ପୂର୍ବତଟ ରେଳପଥକୁ କୁହାଯାଇଅଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଗଞ୍ଜାମ ଜିଲ୍ଲା ମଧ୍ୟଦେଇ ଚଳାଚଳ କରୁଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ ଗୁଡିକର ରହଣୀକୁ ଏବଂ ଟ୍ରେନ ସେବାକୁ ଆସନ୍ତା କାଲିଠାରୁ ଠାରୁ ନିମ୍ନ ମତେ ବାତିଲ କରିଅଛି । ବାତିଲ ଟ୍ରେନ ମଧ୍ୟରେ ୦୮୪୩୭/୦୮୪୩୮ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନକୁ ଭୁବନେଶ୍ୱର ଠାରୁ ୮ ଜୁଲାଇ ରୁ ଏବଂ ବ୍ରହ୍ମପୁର ଠାରୁ ୯ ଜୁଲାଇ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଅଛି ।୦୧୦୨୦/୦୧୦୧୯ ଭୁବନେଶ୍ୱର-ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ, ମୁମ୍ବାଇ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନର ରହଣୀକୁ ବାଲୁଗାଁ, ଛତ୍ରପୁର ଓ ବ୍ରହ୍ମପୁର ଠାରେ ଉଭୟ ଦିଗରୁ ବାତିଲ କରାଯାଇଥିବାବେଳେ ୦୨୭୦୩/୦୨୭୦୪ ହାଓଡ଼ା-ସିକନ୍ଦରାବାଦ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନର ରହଣିକୁ ବାଲୁଗାଁ ଓ ବ୍ରହ୍ମପୁର ଷ୍ଟେସନଠାରେ ଆସନ୍ତା କାଲି ଠାରୁ ଉଭୟ ପାର୍ଶ୍ୱରୁ ବାତିଲ କରାଯାଇଅଛି । ସେହିଭଳି ଆସନ୍ତାକାଲି ଠାରୁ ଜିଲ୍ଳାରେ ସଟ୍‌ଡାଉନ ଆରମ୍ଭ ହେବ । ପାଞ୍ଚ ଦିନିଆ ସଟ୍‌ଡାଉନକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ପ୍ରାୟ ବଜାର ଅଞ୍ଚଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବ୍ରହ୍ମପୁର ସହରାଞ୍ଚଳ ସମେତ ଜିଲ୍ଲାର ୧୭ ଏନ୍‌ଏସି ଏବଂ ଛ’ ବ୍ଳକର ସଦର ମହକୁମାରେ ଏହି ସଟଡାଉନ ଘୋଷଣା କରାଯାଇଛି । ଏହି ସମୟରେ କେବଳ କେତେକ ଯାତାୟତକୁ ବାଦ ଦେଲେ ଅନ୍ୟ ସମସ୍ତ କାର୍ଯ୍ୟକୁ ନିର୍ଷିଦ୍ଧ କରାଯାଇଛି । ଅନ୍ୟପକ୍ଷେ ଆସନ୍ତାକାଲିଠାରୁ ସଟଡାଉନ ଅଞ୍ଚଳରେ ସ୍ୱାସ୍ଥ୍ୟ ଯାଞ୍ଚ ଆରମ୍ଭ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିନକରେ ଛ’ ମୁଣ୍ଡ ନେଲା

ଦିନକରେ ଛ’ ମୁଣ୍ଡ ନେଲା

Read More...

ଶନିବାର ଯାଏଁ ବର୍ଷା ସମ୍ଭାବନା

ଶନିବାର ଯାଏଁ ବର୍ଷା ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page