ଶିକ୍ଷୟିତ୍ରୀଙ୍କୁ ହତ୍ୟା

July 09, 2020, ଓଡ଼ିଶା, , Anupambharat News Bureau


ଶିକ୍ଷୟିତ୍ରୀଙ୍କୁ ହତ୍ୟା
Anupambharat News Bureau
July 09, 2020

ଯାଜପୁର/ବ୍ୟାସନଗର,୯ ।୭(ଅନୁପମ ମିଡ଼ିଆ): ଯାଜପୁର ରୋଡ଼ ନେଳିବାରୀ ଛକ ନିକଟରେ ଆଜି ଦିନ ଦ୍ୱିପ୍ରହରରେ ଏକ ବାଇକ୍‌ରେ ଯାଉଥିବା ଜଣେ ଶିକ୍ଷୟତ୍ରୀ ଓ ତାଙ୍କ ସାଥୀ ଶିକ୍ଷକଙ୍କୁ ନିର୍ମମଭାବେ ଆକ୍ରମଣ କର ଶିକ୍ଷୟତ୍ରୀ ଜଣଙ୍କୁ ନିର୍ମମଭାବେ ହତ୍ୟା କରାଯାଇଥିବା ଘଟଣା ଉକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଆଜି ଦିନ ଦ୍ୱିପ୍ରହରରେ ଯୋଗମାୟା ଜେନା ନାମ୍ନୀ ଜଣେ ଶିକ୍ଷୟତ୍ରୀ ତାଙ୍କ ସାଥୀ ଶିକ୍ଷକ ମୋହିନୀ ମୋହନ ମୁଦୁଲିଙ୍କ ସହ ଏକ ବାଇକ୍‌ରେ ସ୍କୁଲ୍‌ରୁ ଫେରୁଥିବା ଏବଂ ସେମାନେ ଯାଜପୁର ରୋଡ଼ ନିକଟସ୍ଥ ନେଳିବାରୀ ଛକ ନିକଟରେ ପୂର୍ବରୁ ଛକି ରହିଥିବା କେତେକ ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଫଳରେ ଶିକ୍ଷୟତ୍ରୀ ଜଣକ ରକ୍ତାକ୍ତ ହୋଇ ପ୍ରାଣ ବିକଳରେ ଦୌଡ଼ି ଚାଲିଯିବା ବେଳେ ଦୁବୁର୍ତ୍ତମାନେ ଗୋଟିଏ ପରେ ଗୋଟିଏ ଚୋଟ ପକାଇବାରୁ ସେ ଘଟଣାସ୍ଥଳରେ ହିଁ ମୃତୁ୍ୟବରଣ କରିଥିଲେ । କିନ୍ତୁ ତାଙ୍କ ସାଥୀ ଶିକ୍ଷକ ଅଳ୍ପକେ ମୃତୁ୍ୟ ମୁଖରୁ ବଞ୍ଚି ଯାଇ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ଏବଂ ତାଙ୍କୁ ତୁରନ୍ତ ଯାଜପୁର ରୋଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ ଯେ, ଦୁର୍ବୁତ୍ତମାନେ ସାଥୀ ଶିକ୍ଷକ ମୋହିନୀ ମୋହନଙ୍କୁ ଧାରୁଆ ଅସ୍ତ୍ରରେ ଏଭଳି ଶକ୍ତ ଆଘାତ କରାଯାଇଥିଲା ଯେ, ସେ ପିନ୍ଧିଥିବା ହେଲ୍‌ମେଟ୍‌ ଦୁଇ ଫାଳ ହୋଇଯାଇଥିଲା ଏବଂ ଆଉ ଏକ ଚୋଟ ତାଙ୍କ ଛାତିରେ ବାଜିଥିଲା । ଘଟଣା ପରେ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଏବଂ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଥିବା ପ୍ରକାଶ । ସନ୍ଧ୍ୟା ସୁଦ୍ଧା ପୋଲିସର ପ୍ରାଥମିକ ତଦନ୍ତରେ ନିହତ ଶିକ୍ଷୟତ୍ରୀ ଜଣକ ଯାଜପୁର ରୋଡ଼ ଅଞ୍ଚଳରେ ବିବାହ ହୋଇଥିବା ଏବଂ ତିନି ବର୍ଷ ତଳୁ ତାଙ୍କର ବିବାହ ବିଚ୍ଛେଦ ଘଟିଥିବା ବେଳେ ସେ ଯାଜପୁରରୋଡ଼ରେ ଏକ ଭଡ଼ା ଘରେ ରହୁଥିବା ଜଣାପଡ଼ିଛି । ଆଜି ସ୍କୁଲରୁ ଉକ୍ତ ଭଡ଼ା ଘରକୁ ଫେରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏସିଆର ସର୍ବବୃହତ ସୋଲାର୍‌ ପ୍ଳାଣ୍ଟ ମଧ୍ୟପ୍ରଦେଶରେ ଲଞ୍ଚ କଲେ ମୋଦି

ଏସିଆର ସର୍ବବୃହତ ସୋଲାର୍‌ ପ୍ଳାଣ୍ଟ ମଧ୍ୟପ୍ରଦେଶରେ ଲଞ୍ଚ କଲେ ମୋଦି

Read More...

ସିବିଏସଇ ପରୀକ୍ଷାଫଳ ନିଷ୍ପତ୍ତିି ହୋଇନାହିଁ

ସିବିଏସଇ ପରୀକ୍ଷାଫଳ ନିଷ୍ପତ୍ତିି ହୋଇନାହିଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page