ଆମେରିକା ସୈନ୍ୟଙ୍କୁ ଡରିଲା ଚୀନ୍‌

July 10, 2020, ବିଦେଶ, , Anupambharat News Bureau


ଆମେରିକା ସୈନ୍ୟଙ୍କୁ ଡରିଲା ଚୀନ୍‌
Anupambharat News Bureau
July 10, 2020

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ମଧ୍ୟରେ ହଙ୍ଗକଙ୍ଗ ଉପରେ ବେଜିଙ୍ଗର କାର୍ଯ୍ୟାନୁଷ୍ଠାନ ଭଳି ପ୍ରସଙ୍ଗରେ ଆମେରିକା ଓ ଚୀନ ମଧ୍ୟରେ ବଢି ଚାଲିଥିବା ଉତ୍ତେଜନା ମଧ୍ୟରେ ଚୀନର ବୈଦେଶିକ ମନ୍ତ୍ରୀ ବାଙ୍ଗ ୟା କହିଛନ୍ତି ଯେ ଉଭୟ ଦେଶ ରାଜନୈତିକ ସମ୍ପର୍କ ସ୍ଥାପନା ପରେ ଗମ୍ଭୀର ଚେତାବନୀକୁ ସାମ୍ନା କରୁଛନ୍ତି ।
ସେ ଆଶା କରିଛନ୍ତି ଯେ ୱାସିଂଟନ ବେଜିଙ୍ଗ ପ୍ରତି ଅଧିକ ଅବଜେକଫିଭ୍‌ ବୁଝାମଣା ଏବଂ ଅଧିକ ଯୁକ୍ତିଯୁକ୍ତ ନୀତି ସ୍ଥାପନ କରିବ । ଚୀନ କମ୍ୟୁନିଷ୍ଟ ପାର୍ଟି (ସିସିପି) ମୁଖପାତ୍ରଙ୍କ ଅନୁସାରେ, ବିଚାରାଗତ ପକ୍ଷପାତ ଯୋଗୁଁ କିଛି ଆମେରିକୀୟ ଚୀନକୁ ବିରୋଧୀ ଅଥବା ଶତ୍ରୁ ଭାବେ ଦେଖିବାକୁ ପ୍ରୟାସ କରୁଛନ୍ତି । ଯେପରିକି ଚୀନର ବିକାଶ ଓ ଚୀନ-ଆମେରିକା ସମ୍ବନ୍ଧକୁ ବାଧାପ୍ରାପ୍ତ କରିବା ପାଇଁ ସମ୍ଭାବ୍ୟ ପ୍ରୟାସ କରାଯାଇପାରିବ । ବାଙ୍ଗ ୟୁଏସ-ଚାଇନା ଥିଙ୍କ ଟ୍ୟାଙ୍କ ମିଡ଼ିଆ ଫୋରମକୁ ସମ୍ବୋଧିତ କରି କହିଛନ୍ତି ଯେ, ଚୀନ ଆମେରିକାକୁ ଚେତାବନୀ ଦେବା କିମ୍ବା ତା ଜାଗା ନେବାର କୌଣସି ଉଦ୍ଦେଶ୍ୟ ନାହିଁ । ଚୀନ ଆମେରିକା ପ୍ରତି ନିଜ ନୀତି ସ୍ଥିରତା ଓ ନିରନ୍ତରତାର ଏକ ଉଚ୍ଚ ସ୍ଥର ରଖିଛି ଏବଂ ଚୀନ-ଆମେରିକା ସମ୍ବନ୍ଧ ପ୍ରତିଷ୍ଠା ପାଇଁ ସଂଘର୍ଷ ବିନା, ଭୁଲ ବୁଝାମଣା ବିନା, ପରସ୍ପର ସମ୍ମାନ ଏବଂ ସହଯୋଗ ସହିତ କାମ କରିବାକୁ ପ୍ରସ୍ତୁତ ଅଛି ସମନ୍ୱୟ ସହଯୋଗ ଓ ସ୍ଥିରତା ଉପରେ ଭରସା କରେ ବୋଲି ସେ କହିଛନ୍ତି । ବରିଷ୍ଠ ରାଜନେତା କହିଛନ୍ତି ଯେ, ‘କିଛି ଲୋକ କହୁଛନ୍ତି ଯେ ଚୀନ-ଆମେରିକା ସମ୍ବନ୍ଧ ପୁଣି ସେହି ପୁରୁଣା ସ୍ଥରକୁ ଯାଇପାରିବନି ଯେଉଁଠାରେ ପୂର୍ବରୁ ଥିଲା । ଏହାର ଅର୍ଥ ଏହା ନୁହେଁ ଯେ, ଆମେ ଇତିହାସ କଥା ଚିନ୍ତା ନ କରି ନୂଆ ଆରମ୍ଭ କରିପାରିବୁ ସମୟ ସହିତ ଆଗକୁ ବଢିବାକୁ ପଡିବ । ସେ କହିଛନ୍ତି ଯେ, କୁହାଯାଉଛି ଯେ ସଫଳତା ପରେ ଚୀନ ପଶ୍ଚିମକୁ ଧମକ ଦେବ । ଏହା ସତ୍ୟ ନୁହେଁ କି ଆମେ ମଧ୍ୟ ଏଥିରେ ସହମତ ନୁହେଁ ଆମେ ବିଦେଶୀ ମଡେଲ ନକଲ କରୁନି । ଆମେରିକା ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ କହିଛନ୍ତି ଯେ ଆମେରିକା ଟିକଟକ ସହିତ ଚୀନ ସୋସିଆଲ ମିଡ଼ିଆ ଆପ ଉପରେ ପ୍ରତିବନ୍ଧକ ଲଗାଉଛି ।
କାରଣ ଏହି କମ୍ପାନୀ ଚୀନ ସରକାରଙ୍କ ସହିତ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସେୟାର କରିଛନ୍ତି । ଉଭୟ ଦେଶ ୨୦୧୮ ମସିହାରୁ ପରସ୍ପର ଉପରେ ନୂଆ ତାରିଫ ଲଗାଇ ଝଟକା ଦେଇଛନ୍ତି ଯାହାକି ଏକ ନୂଆ ହାନିକାରକ ବ୍ୟବସାୟିକ ଯୁଦ୍ଧ ସହିତ ଆଗକୁ ବଢି ଯାଇଛି । ଏହି ପ୍ରତିଦ୍ୱନ୍ଦତାରୁ ଆଉ ଏକ ଶୀତଳ ଯୁଦ୍ଧ ଉତ୍ପନ୍ନ ହୋଇପାରେ ବୋଲି ସେ ଆଶଙ୍କା କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଭିନେତ୍ରୀ ହେବା ସହଜ ନୁହେଁ: ଅପସରା

ଅଭିନେତ୍ରୀ ହେବା ସହଜ ନୁହେଁ: ଅପସରା

Read More...

ଏସିଆର ସର୍ବବୃହତ ସୋଲାର୍‌ ପ୍ଳାଣ୍ଟ ମଧ୍ୟପ୍ରଦେଶରେ ଲଞ୍ଚ କଲେ ମୋଦି

ଏସିଆର ସର୍ବବୃହତ ସୋଲାର୍‌ ପ୍ଳାଣ୍ଟ ମଧ୍ୟପ୍ରଦେଶରେ ଲଞ୍ଚ କଲେ ମୋଦି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page