ରାଜ୍ୟରେ ଆକ୍ରାନ୍ତ ଓ ସୁସ୍ଥରେ ରେକର୍ଡ଼

July 10, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ ଆକ୍ରାନ୍ତ ଓ ସୁସ୍ଥରେ ରେକର୍ଡ଼
Anupambharat News Bureau
July 10, 2020

ଭୁବନେଶ୍ୱର, ୧୦ା୭(ଅନୁପମମିଡ଼ିଆ): ଶୁକ୍ରବାର ଗୋଟିଏ ଦିନରେ କରୋନାକୁ ନେଇ ସୃଷ୍ଟି ହୋଇଛି ଦୁଇଟି ରେକର୍ଡ । ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ସୁସ୍ଥ ମଧ୍ୟ ହୋଇଛନ୍ତି । ରାଜ୍ୟରେ ଆଜି ଆଉ ୭୫୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୧୯୫୬ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ୭୫୫ ଜଣଙ୍କ ମଧ୍ୟରୁ ୫୦୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୨୪୭ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଣ୍ଟାକଫ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୩ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ସେହିଭଳି ଆଜି ୨୪ଟି ଜିଲ୍ଲାରୁ ସର୍ବାଧିକ ୫୬୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୭୯୭୨ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏ ନେଇ ଟୁଇଟ୍‌ କରି ସୂଚନା ଦେଇଛି । ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସବୁଠାରୁ ଅଧିକ ୩୨୦ ଟି ନୂଆ ମାମଲା ସାମନାକୁ ଆସିଛି । ଅନୁଗୁଳ ଜିଲ୍ଲାରେ ତିନିି, ବାଲେଶ୍ୱର ଜିଲ୍ଲାରେ ନ’, ବରଗଡ ଜିଲ୍ଲାରେ ଜଣେ, ଭଦ୍ରକ ଜିଲ୍ଲାରେ ଦୁଇ , ବଲାଙ୍ଗୀର ଜିଲ୍ଲାରେ ୧୨ , କଟକ ଜିଲ୍ଲାରେ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେବଗଡ ଜିଲ୍ଲାରେ ଚାରି , ଢେଙ୍କାନାଳ ଜିଲ୍ଲାରେ ଚାରି , ଗଜପତି ଜିଲ୍ଲାରେ ୩୦ , ଜଗତସିଂହପୁର ଜିଲ୍ଲାରେ ପାଞ୍ଚ, ଯାଜପୁର ଜିଲ୍ଲାରେ ୮୬ , କନ୍ଧମାଳ ଜିଲ୍ଲାରେ ଦୁଇ , କେନ୍ଦ୍ରାପଡା ଜିଲ୍ଲାରେ ପାଞ୍ଚ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।କେନ୍ଦୁଝର ଜିଲ୍ଲାରେ ୩୨ , ଖୋର୍ଦ୍ଧା ଜିଲ୍ଲାରେ ୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ପାଞ୍ଚ, ମାଲକାନଗିିରି ଜିଲ୍ଲାରେ ୧୮ , ମୟୂରଭଞ୍ଜ ଜିଲ୍ଲାରେ ୧୨, ନୟାଗଡ ଜିଲ୍ଲାରେ ୧୬ , ପୁରୀ ଜିଲ୍ଲାରେ ୧୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରେ ଦୁଇ ଜଣ ସୁନ୍ଦରଗଡ ଜିଲ୍ଲାରେ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସୁସ୍ଥ ୫୬୫ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୧୮୫ , ରାୟଗଡ଼ାରୁ ୮୫, ବଲାଙ୍ଗୀରରୁ ୪୫ , କଟକରୁ ୩୨, ମାଲକାନଗିରିରୁ ୩୦, ବରଗଡ଼ରୁ ୨୪, ସୁନ୍ଦରଗଡ଼ରୁ ୨୪, ଅନୁଗୁଳରୁ ୨୩, ବାଲେଶ୍ୱରରୁ ୧୭, ଜଗତସିଂହପୁରରୁ ୧୭, ଖୋର୍ଦ୍ଧାରୁ ୧୫, ଯାଜପୁରରୁ ୧୩ , କେନ୍ଦ୍ରାପଡ଼ାରୁ ୧୦, ଗଜପତି, ଝାରସୁଗୁଡ଼ା ଏବଂ ନବରଙ୍ଗପୁରରୁ ଆଠଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ସାତ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ଭଦ୍ରକୁ ୪ଜଣ, ପୁରୀରୁ ୩ଜଣ, ଢ଼େଙ୍କାନାଳ ଏବଂ କେନ୍ଦୁଝରରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବୌଦ୍ଧ, କନ୍ଧମାଳ ଏବଂ ସମ୍ବଲପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଧାନସଭା ସଟ ଡାଉନ୍‌

ବିଧାନସଭା ସଟ ଡାଉନ୍‌

Read More...

ଅଭିନେତ୍ରୀ ହେବା ସହଜ ନୁହେଁ: ଅପସରା

ଅଭିନେତ୍ରୀ ହେବା ସହଜ ନୁହେଁ: ଅପସରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page