ଏଥର ବିଶ୍ୱକପ୍‌ରେ ରେକର୍ଡ ପୁରସ୍କାର ଅର୍ଥ, ବିଜେତା ପାଇବେ ୪ ନିୟୁତ ଡଲାର

May 17, 2019, କ୍ରୀଡ଼ା, , Anupambharat News Bureau


ଏଥର ବିଶ୍ୱକପ୍‌ରେ ରେକର୍ଡ ପୁରସ୍କାର ଅର୍ଥ, ବିଜେତା ପାଇବେ ୪ ନିୟୁତ ଡଲାର
Anupambharat News Bureau
May 17, 2019

ଲଣ୍ଡନ,୧୭ ।୫: ଏଥର ବିଶ୍ୱକପ୍‌ ବିଜେତା ପାଇବେ ରେକର୍ଡ ପୁରସ୍କାର ରାଶି । ମେ ୩୦ରୁ ଆରମ୍ଭ ହେଉଥିବା ଆଇସିସି ପୁରୁଷ ବିଶ୍ୱକପ୍‌ର ବିଜେତା ଦଳ ପୁରସ୍କାର ଅର୍ଥ ବାବଦକୁ ୪ ନିୟୁତ ଡଲାର (୨୮ କୋଟି) ପାଇବେ । ଯାହା ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ସର୍ବାଧିକ । ଏହି ରେକର୍ଡ ପୁରସ୍କାର ରାଶି ସହ ବିଜେତା ଦଳକୁ ବିଶ୍ୱକପ୍‌ ଟ୍ରଫିର ଏକ ନକଲ ମିଳିବ ବୋଲି ଆଇସିସି ତରଫରୁ କୁହାଯାଇଛି । ଟୁର୍ଣ୍ଣାମେଣ୍ଟର ମୋଟ ପୁରସ୍କାର ରାଶି ହେଉଛି ୧୦ ନିୟୁତ ଡଲାର । ଏଥିମଧ୍ୟରୁ ରନର୍ସ ଅପ୍‌ ଦଳକୁ ୨ ନିୟୁତ ଡଲାର ମିଳିବାକୁ ଥିବାବେଳେ ପରାଜିତ ସେମିଫାଇନାଲିଷ୍ଟ ୮୦୦,୦୦୦ ଡଲାର ଲେଖାଏଁ ପାଇବେ । ଏଡାଛଡ଼ା ପ୍ରତି ଲିଗ୍‌ ମ୍ୟାଚ୍‌ ପାଇଁ ମଧ୍ୟ ପୁରସ୍କାର ରଖାଯାଇଛି । ପ୍ରତ୍ୟକ ଲିଗ୍‌ ମ୍ୟାଚ୍‌ର ବିଜେତା ୪୦,୦୦୦ ଡଲାର ଲେଖାଇଁ ପାଇବାକୁ ଥିବାବେଳେ ଲିଗ୍‌ ପର୍ଯ୍ୟାୟ ଟପିଥିବା ଦଳ ୧୦୦,୦୦୦ ଡଲାର ଲେଖାଏଁ ପୁରସ୍କାର ଅର୍ଥ ପାଇବେ । ୧୦ଟି ଟିମ୍‌କୁ ନେଇ ଖେଳାଯିବାକୁ ଥିବା ବିଶ୍ୱକପ୍‌ ରାଉଣ୍ଡ ରବିନ୍‌ ଲିଗ୍‌ ଫର୍ମାଟ୍‌ରେ ଖେଳାଯିବ । ଏହି ଫର୍ମାଟ୍‌ ଅନୁସାରେ ସବୁ ଟିମ୍‌ ପରସ୍ପର ସହ ଖେଳିବେ । ଶ୍ରେଷ୍ଠ ୪ଟି ଟିମ୍‌ ସେମିଫାଇନାଲ୍‌କୁ ଉନ୍ନୀତ ହେବେ । ୨୭ ବର୍ଷ ପରେ ବିଶ୍ୱକପ୍‌ ପୁଣି ରାଉଣ୍ଡ ରବିନ୍‌ ଫର୍ମାଟ୍‌ରେ ଖେଳାଯିବ । ଶେଷଥର ୧୯୯୨ ସଂସ୍କରଣ ଏଭଳି ଫର୍ମାଟ୍‌ରେ ଖେଳାଯାଇଥିଲା । ଆଗାମୀ ବିଶ୍ୱକପ୍‌ ମେ ୩୦ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଦୀର୍ଘ ୪୫ ଦିନ ଧରି ହେବାକୁ ଥିବା ଏହି କ୍ରିକେଟ୍‌ ମହାକୁମ୍ଭର ମ୍ୟାଚ୍‌ ଗୁଡିକ ଗ୍ରେଟ୍‌ ବ୍ରିଟେନ୍‌ର ୧୧ଟି ଭେନୁ୍ୟରେ ଖେଳାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇସିସି ଜାରି କଲା ବିଶ୍ୱକପ୍‌ ଗୀତ

ଆଇସିସି ଜାରି କଲା ବିଶ୍ୱକପ୍‌ ଗୀତ

Read More...

ଲେଡ଼ି ଡ଼ନ୍‌ ମାମା ପଟ୍ଟନାୟକ ଗିରଫ

ଲେଡ଼ି ଡ଼ନ୍‌ ମାମା ପଟ୍ଟନାୟକ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page