ତିରୁମାଲା ମନ୍ଦିର କୁ ଜଣେ ଅଜଣା ଶ୍ରଦ୍ଧାଳୁ ଦାନ କରିଛନ୍ତି ୨୦ଟି ସୁନା ବିସ୍କୁଟ

July 12, 2020, ଦେଶ, , Anupambharat News Bureau


ତିରୁମାଲା ମନ୍ଦିର କୁ ଜଣେ ଅଜଣା ଶ୍ରଦ୍ଧାଳୁ ଦାନ କରିଛନ୍ତି ୨୦ଟି ସୁନା ବିସ୍କୁଟ
Anupambharat News Bureau
July 12, 2020

ତିରୁମାଲା: ପାହାଡ ଉପରେ ଅବସ୍ଥିତ ଭଗବାନ ଭେଙ୍କଟେଶ୍ୱର ମନ୍ଦିରରେ ଜଣେ ଅଜଣା ଶ୍ରଦ୍ଧାଳୁ ୨୦ଟି ସୁନା ବିସ୍କୁଟ ଅର୍ପଣ କରିଛନ୍ତି । ତିରୁମାଲା ତିରୁପତି ଦେବସ୍ଥାନମର କାର୍ଯ୍ୟକାରୀ ଅଧିକାରୀ ଅନିଲ କୁମାର ସିଂହଲ କହିଛନ୍ତି ଯେ ଆଜି ହୁଣ୍ଡୀ ଖୋଲିବାରୁ ହୁଣ୍ଡୀ ଭିତରୁ ୨ କିଲୋଗ୍ରାମ ଓଜନର ସୁନା ବିସ୍କୁଟ ମିଳିଥିଲା । ସେ କହିଛନ୍ତି କରୋନା ଭାଇରସ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ ପରେ ମନ୍ଦିର ପୁନଃ ଖୋଲାଯାଇଥିଲା । ଏହାପରେ ମନ୍ଦିରରେ ଶ୍ରଦ୍ଧାଳୁ ମନ୍ଦିରରେ ପାଖାପାଖି ୧୬.୭ କୋଟି ନଗଦ ଟଙ୍କା ହୁଣ୍ଡୀରେ ପକାଇଛନ୍ତି ସେ କହିଛନ୍ତି ଯେ ଗତ ମାସେ ଭିତରେ ପାଖାପାଖି ଅଢେଇ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରକୁ ଆସିଛନ୍ତି ।
ସେ କହିଛନ୍ତି ଯେ, ପୂଜା ପାଇଁ ଅନଲାଇନ ଟିକେଟ ବୁକ କରିଥିବା ପାଖାପାଖି ୬୭ ହଜାର ଶ୍ରଦ୍ଧାଳୁ କରୋନା ଯୋଗୁଁ ଏବଂ ଅନ୍ୟ କିଛି କାରଣ ଯୋଗୁଁ ମନ୍ଦିର ଆସି ପାରିନଥିଲେ ।
ମନ୍ଦିରର ୩ ହଜାର ୫୬୯ କର୍ମଚାରୀଙ୍କ କରୋନା ସମ୍ବନ୍ଧୀୟ ଯାଞ୍ଚ କରାଯାଇଛି ବୋଲି ଅଧିକାରୀ ଅନିଲ ସିଂହଲ କହିଛନ୍ତି । ସେମାନଙ୍କ ମଧ୍ୟରୁ ୯୧ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ୟାଙ୍କରେ ମିଳିଲାନି ଚାକିରୀ, ନକଲି ବ୍ୟାଙ୍କ ଖୋଲି ଅଭିଯୁକ୍ତ ସମେତ ୩ ଗିରଫ

ବ୍ୟାଙ୍କରେ ମିଳିଲାନି ଚାକିରୀ, ନକଲି ବ୍ୟାଙ୍କ ଖୋଲି ଅଭିଯୁକ୍ତ ସମେତ ୩ ଗିରଫ

Read More...

ବିଶ୍ୱରେ କରୋନା ମୃତ ୫.୬୫ ଲକ୍ଷ ଟପିଲା

ବିଶ୍ୱରେ କରୋନା ମୃତ ୫.୬୫ ଲକ୍ଷ ଟପିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page