ପ୍ରଥମ ଥର ପାଇଁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିଲେ ୟୁଏସ ରାଷ୍ଟ୍ରପତି

July 12, 2020, ବିଦେଶ, , Anupambharat News Bureau


ପ୍ରଥମ ଥର ପାଇଁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିଲେ ୟୁଏସ ରାଷ୍ଟ୍ରପତି
Anupambharat News Bureau
July 12, 2020

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ ଏବେଯାଏଁ ମାସ୍କ ପିନ୍ଧିବାକୁ ମନା କରୁଥିଲେ । ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିବା କରୋନା ଆତଙ୍କ ପରେ ମଧ୍ୟ ସେ ପ୍ରଥମ ଥର ପାଇଁ ଶନିବାର ସାର୍ବଜନିକ ଭାବେ ମାସ୍କ ପରିଧାନ କରିଛନ୍ତି ।
ଆମେରିକାରେ ଏବେସୁଦ୍ଧା କରୋନାରେ ୩୨ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୩୪ ଜଣ ପ୍ରାଣ ହରାଇଛନ୍ତି । ତେବେ ଟ୍ରମ୍ପ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ମାନିଛନ୍ତି । ଟ୍ରମ୍ପ ଶନିବାର ବୋଲଫର ରିଡ୍‌ ନ୍ୟାଶନାଲ ମିଲଟାରୀ ମେଡିକାଲ ସେଣ୍ଟରକୁ କରୋନା ଆକ୍ରାନ୍ତଙ୍କ ହାଲଚାଲ୍‌ ପଚାରିବାକୁ ଯାଇଥିଲେ । ଏହି ହସ୍ପିଟାଲ ୱାଶିଂଟନ ଉପନଗରରେ ରହିଛି । ସେହି ସମୟରେ ସେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏହାସହ ସାମ୍ବାଦିକଙ୍କୁ ମଧ୍ୟ ହସ୍ପିଟାଲକୁ ଆସିଲେ ମାସ୍କ ପରିଧାନ କରିବା ଉଚିତ ବୋଲି ସେ କହିଥିଲେ । ଆମେରିକା ରାଷ୍ଟ୍ରପତି ହସ୍ପିଟାଲରେ ପହଁଚିବା ପରେ ତୁରନ୍ତ ମାସ୍କ ପିନ୍ଧିଥିଲେ । ତେବେ ସେ ହେଲିକପଫରରୁ େୱଲଟର୍‌ ରୀଡ୍‌ ପହଁଚିବା ପରେ ମାସ୍କ ପିନ୍ଧିନଥିଲେ । କରୋନା ମହାମାରୀ ସମୟରୁ ଏବେସୁଦ୍ଧା ଟ୍ରମ୍ପ ସବୁଠାରୁ ବିଳମ୍ବରେ ମାସ୍କ ପିନ୍ଧିଥିବାଙ୍କ ମଧ୍ୟରୁ ଜଣେ ହୋଇଯାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମରେ ବଢ଼ୁଛି କରୋନା ମୃତୁ୍ୟ

ଗଞ୍ଜାମରେ ବଢ଼ୁଛି କରୋନା ମୃତୁ୍ୟ

Read More...

କରୋନା କବଳରେ ବଚ୍ଚନ ପରିବାର

କରୋନା କବଳରେ ବଚ୍ଚନ ପରିବାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page