ପାଞ୍ଚ ଜିଲ୍ଲାରେ ପ୍ରବଳ ବର୍ଷିବ

July 12, 2020, ଓଡ଼ିଶା, , Anupambharat News Bureau


ପାଞ୍ଚ ଜିଲ୍ଲାରେ ପ୍ରବଳ ବର୍ଷିବ
Anupambharat News Bureau
July 12, 2020

ଭୁବନେଶ୍ୱର,୧୨ା୭ (ଅନୁପମମିଡ଼ିଆ):­ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୪ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂି ଜାରି କରାଯାଇଛି । ମୁଖତଃ ସୁବର୍ଣ୍ଣପୁର, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଏହି ୫ ଟି ଜିଲ୍ଲା ବ୍ୟତୀତ କଳାହାଣ୍ଡି କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା , ଢେଙ୍କାନାଳ ଓ ସୁନ୍ଦରଗଡ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲା ଗୁଡିକର ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜେଲ ଡିଜିଙ୍କ ମାତୃବିୟୋଗରେ ବିଭିନ୍ନ ମହଲରେ ଶୋକ

ଜେଲ ଡିଜିଙ୍କ ମାତୃବିୟୋଗରେ ବିଭିନ୍ନ ମହଲରେ ଶୋକ

Read More...

ଗଞ୍ଜାମରେ ବଢ଼ୁଛି କରୋନା ମୃତୁ୍ୟ

ଗଞ୍ଜାମରେ ବଢ଼ୁଛି କରୋନା ମୃତୁ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page