ଚୀନ ଦେଖିଲା ଭାରତୀୟ ପାରା କମାଣ୍ଡୋଙ୍କ ଶକ୍ତି

July 17, 2020, ଦେଶ, , Anupambharat News Bureau


ଚୀନ ଦେଖିଲା ଭାରତୀୟ ପାରା କମାଣ୍ଡୋଙ୍କ ଶକ୍ତି
Anupambharat News Bureau
July 17, 2020

ଲଦାଖ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଲେହର ଷ୍ଟକନାରେ ପହଁଚିଛନ୍ତି । ରାଜନାଥଙ୍କ ସାମ୍ନାରେ ପାରା କମାଣ୍ଡୋ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ପ୍ୟାଙ୍ଗଙ୍ଗ୍‌ ହ ୍ରଦ ନିକଟରେ କମାଣ୍ଡୋମାନେ ଯୁଦ୍ଧାଭ୍ୟାସ କରିଥିଲେ । ଏହି ହ ୍ରଦ ହେଉଛି ସେହି ଅଞ୍ଚଳ ଯେଉଁଠାରେ ଭାରତ ଓ ଚୀନର ସୈନିକ ସାମ୍ନା ସାମ୍ନି ହୋଇଥିଲେ ।
ଭାରତ ପକ୍ଷରୁ ଏଠାରେ ନିଜର ଶକ୍ତି ପ୍ରଦର୍ଶନ କରାଯାଇଛି । ପୂର୍ବ ଲଦାଖରେ ଯେତେବେଳେ ଭାରତ ଓ ଚୀନ ମଧ୍ୟରେ ବିବାଦ ହୋଇଥିଲା, ସେତେବେଳେ ଆଗ୍ରା ଓ ଦେଶର ଅନ୍ୟ ସ୍ଥାନରେ ଥିବା ପାରା କମାଣ୍ଡୋଙ୍କୁ ଲଦାଖ ପଠାଯାଇଥିଲା । ଯୁଦ୍ଧ ସ୍ଥିତିକୁ ନଜରରେ ରଖି କମାଣ୍ଡୋଙ୍କୁ ମୁତୟନ କରାଯାଇଥିଲା । ଏହି କମାଣ୍ଡୋମାନେ ବଡବଡ ପାହାଡିଆ ଅଞ୍ଚଳ ଯେପରିକି ଗଲୱାନ ଘାଟି, ପ୍ୟାଙ୍ଗଙ୍ଗ୍‌ ଲେକ୍‌ ଓ ଦୌଲତାବେଗ୍‌ ଆଦି ଅଞ୍ଚଳରେ ମୁତୟନ ହୋଇଛନ୍ତି ।
ବର୍ତ୍ତମାନ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ଉତ୍ତେଜନା ହ୍ରାସ କରିବାକୁ ଚେଷ୍ଟା ଜାରି ରହିଛି । ଚୀନ ସେନା ଅନେକ ଅଞ୍ଚଳରୁ ପଛକୁ ହଟିଛି । କି;ୁ ଭାରତ ସମସ୍ତ ପରିସ୍ଥିତିର ସାମ୍ନା ପାଇଁ ପ୍ରସ୍ତୁତ ରହିଛି । ଏହି ସବୁ ଯୁଦ୍ଧାଭ୍ୟାସ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସାମ୍ନାରେ ପ୍ରଦର୍ଶିତ ହୋଇଛି । ଯାହା ପାରା କମାଣ୍ଡୋଜ୍‌ କୌଣସି ଅପରେସନ ପାଇଁ ପ୍ରସ୍ତୁତ ଥିବା ସୂଚାଉଛି । ଗତକାଲି ୧୩ ହଜାର ୮୦୦ ଫୁଟ୍‌ ଉଚ୍ଚତାରେ ପାରା କମାଣ୍ଡୋମାନେ ଅଭ୍ୟାସ କରିଛନ୍ତି । ବାୟୁସେନାର ଅନେକ ହେଲିକପଫର ପ୍ୟାଙ୍ଗଙ୍ଗ୍‌ ହ୍ରଦ ଉପରେ ଚMର କାଟୁଛି । ସ୍ଥଳସେନା ଓ ବାୟୁସେନା ମଧ୍ୟରେ ଭଲ ତାଳମେଳ ହିଁ ଏହି ଅପରେସନ ପାଇଁ ମହତ୍ୱପୂର୍ଣ୍ଣ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଦୁଇଦିନିଆ ଗସ୍ତରେ ଲଦାଖରେ ପହଁଚିଛନ୍ତ ।
ସେ ଲଦାଖ ଓ ଜମ୍ମ-କାଶ୍ମୀରର ବିଭିନ୍ନ ସ୍ଥାନକୁ ଯାତ୍ରା କରିବେ । ତାଙ୍କ ସହ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବିପିନ ରାୱତ ଓ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ରହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଓ ୨ ସେନା ଅଧିକାରୀ ଶୁକ୍ରବାର ଲଦାଖର ବିଭିନ୍ନ ସ୍ଥାନ ଓ ଶନିବାର ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନକୁ ଗସ୍ତ କରିବେ । ଏହି ଗସ୍ତ ପୂର୍ବରୁ ରାଜନାଥ ସିଂ କହିଛନ୍ତି ଯେ, ସେ ସୀମାରେ ସ୍ଥିତିର ସମୀକ୍ଷା କରିବେ । ସଶସ୍ତ୍ର ବଳ ଓ ଯବାନଙ୍କ ସହ ଆଲୋଚନା କରିବେ ।
ରାଜନାଥ ଶୁକ୍ରବାର ପ୍ୟାଙ୍ଗଙ୍ଗ୍‌ ଲେକ୍‌ ନିକଟରେ ଥିବା ଲୁକୁଙ୍ଗ ପୋଷ୍ଟରେ ପହଁଚିବେ । ପରେ ବିମାନବନ୍ଦରରେ ବାୟୁସେନା କର୍ମଚାରୀଙ୍କ ସହ କଥା ହେବେ । ୧୧ଟା ୩୦ରେ ସେ ଶ୍ରୀନଗର ଅଭିମୁଖେ ଗସ୍ତ କରିବେ । ଏହାପୂର୍ବରୁ ରାଜନାଥ ଜୁଲାଇ ମାସର ଆରମ୍ଭରେ ଲେହ ଗସ୍ତ କରିଥାନ୍ତେ । କି;ୁ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୩ରେ ଲେହ ଗସ୍ତ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚୀନରୁ ବାହାରିଲା ନୂଆଁ ରୋଗ:  ଗୁଣ୍ଡୁଚି ଓ ମୂଷା ନ ଖାଇବାକୁ ଅନୁରୋଧ କଲେ ସରକାର

ଚୀନରୁ ବାହାରିଲା ନୂଆଁ ରୋଗ: ଗୁଣ୍ଡୁଚି ଓ ମୂଷା ନ ଖାଇବାକୁ ଅନୁରୋଧ କଲେ ସରକାର

Read More...

ମେଡିକାଲ୍‌ରେ ଡାକ୍ତର ଦେଖୁନାହାଁନ୍ତି କି, ଦୋକାନି ଔଷଧ ଦେଉନାହାଁନ୍ତି ଦେଶରେ ୯୦ ଭାଗ ଲୋକଙ୍କୁ ଥଣ୍ଡା, କାଶ ଓ ଜ୍ୱର

ମେଡିକାଲ୍‌ରେ ଡାକ୍ତର ଦେଖୁନାହାଁନ୍ତି କି, ଦୋକାନି ଔଷଧ ଦେଉନାହାଁନ୍ତି ଦେଶରେ ୯୦ ଭାଗ ଲୋକଙ୍କୁ ଥଣ୍ଡା, କାଶ ଓ ଜ୍ୱର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page