ଆରପାରିରେ ବିଜୟ

July 20, 2020, ଓଡ଼ିଶା, , Anupambharat News Bureau


ଆରପାରିରେ ବିଜୟ
Anupambharat News Bureau
July 20, 2020

ଭୁବନେଶ୍ୱର, ୨୦ା୭(ଅନୁପମ ମିଡ଼ିଆ): ଓଡ଼ିଆ ସିନେମା ଜଗତର ସୁନାମଧନ୍ୟ ତଥା ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ସୋମବାର ରାତିରେ ଦେହାନ୍ତ ଘଟିଛି । ୭୦ ବର୍ଷ ବୟସରେ ଆଖି ବୁଜିଛନ୍ତି ଏହି ଲୋକପ୍ରିୟ ଅଭିନେତା । ଆଜି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି ଥରେ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଜୟ । ବିଜୟଙ୍କ ମୃତୁ୍ୟ ଖବର ପ୍ରଚାର ମାତ୍ରେ ଓଡ଼ିଆ ସିନେମା ଜଗତ ସହ ତାଙ୍କ ଜଣାଣୁଣା ମହଲରେ ଶୋକର ଛାୟା ଖେଳି ଯାଇଛି । ଗତ ମଇରେ ଛାତିରେ ଯନ୍ତ୍ରଣା କାରଣରୁ ବିଜୟ ମହାନ୍ତିଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ଜୁନ ୧୪ରେ ହାଇଦ୍ରାବାଦରୁ ଭୁବନେଶ୍ୱର ଫେରି କେୟାର ହସ୍ପିଟାଲରେ ଚିକିତ୍ସା ହେଉଥିଲେ ବିଜୟ । ତେବେ ଆଜି ପୁଣି ଗୁରୁତର ହେବରୁ ସନ୍ଧ୍ୟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତୁ୍ୟ ଘଟିଥିଲା । ନିଜର ବଳିଷ୍ଠ ଅଭିନୟ ସହନିଜ ସଂଳାପ ଶୈଳୀ ପାଇଁ ଓଡ଼ିଶାରେ ଘରେ ଘରେ ପରିଚିତ ଏହି ଅଭିନେତା ନାଗଫାସ, ଜଗା ହାତରେ ପଘା, ଡରା, ସହରୀ ବାଘ, ଲକ୍ଷ୍ମଣ ରେଖା, କି ହେବ ଶୁଆ ପୋଷିଲେ ଏବଂ ଚକା ଆଖି ସବୁ ଦେଖିଛୁ ଭଳି ସୁପର ଡୁପର ହିଟ୍‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । କେନ୍ଦ୍ରପଡ଼ାରେ ୧୯୫୦ରେ ଜନ୍ମିତ ଏହି ଅଭିନେତା ବାରିପାଦରେ ବଢ଼ିଥିଲେ । ପିଲାଦିନୁ ଅଭିନୟ ପ୍ରତି ଦୁର୍ବଳ ଥିବା ବିଜୟ ଡିଗ୍ରୀ ପରେ ଜାତୀୟ ସ୍କୁଲ ଆଫ ଡ୍ରାମାରେ ଯୋଗ ଦେଇଥିଲେ । ଦିଲ୍ଲୀରେ ବିଭିନ୍ନ ଥିଏଟରେ ଅଭିନୟ କରିବା ପରେ ୧୯୭୫ରେ ଓଡ଼ିଶା ଫେରି ଓଲିଉଡ଼୍‌ରେ ନିଜର କ୍ୟାରୀୟର ଆରମ୍ଭ କରିଥିଲେ । ୧୯୭୭ରେ ଚିଲିକା ତୀରେରୁ ବିଜୟଙ୍କ ଓଲିଉଡ ଯାତ୍ରା ଆରମ୍ଭ ହୋଇଥିଲା । ଦୀର୍ଘ ଚାରି ଦଶନ୍ଧୀ ଧରି ବିଜୟ ଓଡ଼ିଆ ସିନେମା ଜଗତ ସହ ଯୋଡ଼ି ହୋଇ ୧୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ନିଜର ଜୀବନ୍ତ ଅଭିନୟ ପାଇଁ ବହୁ ସମ୍ମାନର ଅଧିକାରୀ ହୋଇଥିବା ବିଜୟଙ୍କୁ ଥରେ ଜାତୀୟ ସମ୍ମାନ ସହ ଛ’ ଥର ରାଜ୍ୟ ଚଳଚ୍ଚିତ୍ର ସମ୍ମାନ ମିଳିଥିଲା । ୨୦୧୪ରେ ଜୟଦେବ ସମ୍ମାନରେ ମଧ୍ୟ ସେ ସମ୍ମାନିତ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମିଳିଲାନି କାନ୍ଧ, ଟ୍ରଲିରେ ଶବ ବୁହା

ମିଳିଲାନି କାନ୍ଧ, ଟ୍ରଲିରେ ଶବ ବୁହା

Read More...

 ଆଜିଠୁ ଗଞ୍ଜାମରେ ପ୍ଲାଜମା ଥେରାପି

ଆଜିଠୁ ଗଞ୍ଜାମରେ ପ୍ଲାଜମା ଥେରାପି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page