ପଞ୍ଚଭୂତରେ ଲୀନ ହେଲେ ବିଜୟ

July 21, 2020, ଓଡ଼ିଶା, , Anupambharat News Bureau


ପଞ୍ଚଭୂତରେ ଲୀନ ହେଲେ ବିଜୟ
Anupambharat News Bureau
July 21, 2020

ଭୁବନେଶ୍ୱର ,୨୧ା୭(ଅନୁପମ ମିଡ଼ିଆ): ପଞ୍ଚଭୂତରେ ଲୀନ ହୋଇଛି ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର । ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରର ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ୱର୍ଗତ ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବିଜୟ ମହାନ୍ତିଙ୍କ ଏକମାତ୍ର ଜ୍ୱାଇଁ ମୁଖାଗ୍ନି ଦେଇଥିବା ଜଣାଯାଇଛି । ତାଙ୍କର ଶେଷକୃତ୍ୟରେ କୋଭିଡ୍‌ କଟକଣା ପାଇଁ ପରିବାରର ଅଳ୍ପ ସଦସ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଓଲିଉଡର ବହୁ କଳାକାର ଉପସ୍ଥିତ ମଧ୍ୟ ଥିଲେ ।
ଗତକାଲି ଭୁବନେଶ୍ୱରର କେୟାର ହସ୍ପିଟାଲରେ ବିଜୟ ମହାନ୍ତିଙ୍କ ପରଲୋକ ଘଟିବା ପରେ ମଙ୍ଗଳବାର ସକାଳେ ତାଙ୍କ ମରଶରୀରକୁ ପ୍ରଥମେ ବମିଖାଲସ୍ଥିତ ବାସଭବନକୁ ନିଆଯାଇଥିଲା । ସେଠାରେ ପରିବାର ଓ ସମ୍ପର୍କୀୟ ଶେଷ ଦର୍ଶନ କରିବା ପରେ ପାର୍ଥିବ ଶରୀରକୁ ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟକୁ ନିଆଯାଇଥିଲା । ସେଠାରେ ବହୁ ସିନେ ଓ ଟିଭି ଜଗତର କଳାକାର , ବ୍ୟକ୍ତି ବିଶେଷ , ପୂର୍ବତନ ଛାତ୍ର ଶେଷ ଶ୍ରଦ୍ଧାଞ୍ଜଳି କଣାଇଥିଲେ ।
ଉଲ୍ଲେଖ୍ୟଯୋଗ୍ୟ ଯେ, ୧୯୫୦ ମସିହା ଏପ୍ରିଲ ୮ ତାରିଖରେ ବିଜୟଙ୍କର ଜନ୍ମ ହୋଇଥିଲା । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ମୃତୁ୍ୟ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ୪୩ ବର୍ଷର ଅଭିନୟ ଜୀବନରେ ସେ ୧୮୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ସହିତ ୬ ଥର ରାଜ୍ୟ ଚଳଚ୍ଚିତ୍ର ସମ୍ମାନ ପାଇଥିଲେ । ତାଙ୍କ ପରଲୋକରେ ପୁରା ଓଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୃତ୍ୟହାର କମିଛି :କେନ୍ଦ୍ର

ମୃତ୍ୟହାର କମିଛି :କେନ୍ଦ୍ର

Read More...

ଆଉ ଛ’ ମୁଣ୍ଡ ନେଲା

ଆଉ ଛ’ ମୁଣ୍ଡ ନେଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page