ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ଥେରାପି ଆରମ୍ଭ

July 21, 2020, ଓଡ଼ିଶା, , Anupambharat News Bureau


ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ଥେରାପି ଆରମ୍ଭ
Anupambharat News Bureau
July 21, 2020

ବ୍ରହ୍ମପୁର/ଛତ୍ରପୁର, ୨୧ ।୭(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ନିମନ୍ତେ ପ୍ଲାଜମା ଥେରାପି ସେବାକୁ ଆରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ପରିସରରେ ଏହି ସେବା ଆରମ୍ଭ ହୋଇଛି । ଏହି ପ୍ଳାଜମା ଥେରାପି ସଂକ୍ରମିତ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇ ତାଙ୍କ ସ୍ୱାସ୍ଥ୍ୟର ଉନ୍ନତି କରାଯିବ । ଗତକାଲି ଗଞ୍ଜାମ ଜିଲ୍ଲା ସକାଶେ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟର ଟ୍ରାନ୍ସଫୁ୍ୟଜନ ମେଡିସିନ ଡିପାର୍ଟମେଣ୍ଟର ଛ’ ୟୁନିଟ୍‌ କନ୍‌ଭେଲ୍ସମେଣ୍ଟ ପ୍ଳାଜମା ଗ୍ରହଣ କରାଯାଇଥିଲା । ଏହାକୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଟ୍ରାନ୍ସଫୁ୍ୟଜନ ମେଡିସିନ ଡିପାର୍ଟମେଣ୍ଟରେ ମାଇନସ୍‌ ୪୦ ଡିଗ୍ରୀ ସେଲସିୟସରେ୍‌ ଡିପ୍‌ ଫ୍ରିଜ୍‌ରେ ଗଚ୍ଛିତ ରଖାଯାଇଛି । ଆଜି ସକାଳେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତ ନମୁନା କ୍ରସ ମେଚିଂ କରାଯାଇଥିଲା । ଜିଲ୍ଲାପାଳ ଏହି ସେବାକୁ ଆରମ୍ଭ ପରେ ୩ ୟୁନିଟ୍‌ କନ୍‌ଭେଲ୍ସମେଣ୍ଟ ପ୍ଳାଜମା ଟାଟା କୋଭିଡ୍‌ ହସ୍ପିଟାଲ୍‌, ଶୀତଳାପଲ୍ଲୀକୁ ହସ୍ତାନ୍ତର କରାଯାଇଥିଲା ଏବଂ ସେହିଠାରେ ପ୍ଲାଜମା ନିୟମ ପ୍ରକାରେ ଆବଶ୍ୟକ କରୁଥିବା ୩ ଜଣ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଦିଆଯାଇଅଛି । ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତ ହୋଇ ଅଧିକ ବ୍ୟକ୍ତି ସୁସ୍ଥ ହୋଇ ଫେରିଛନ୍ତି । ଏପହେରିସେସ୍‌ ମେସିନ୍‌ ଆସିବା ପରେ ଏହି ଜିଲ୍ଲାର ସୁସ୍ଥ ହୋଇ ଫେରିଥିବା କରୋନା ସଂକ୍ରମିତ ବ୍ୟକ୍ତିଙ୍କର କନ୍‌ଭେଲ୍ସମେଣ୍ଟ ପ୍ଳାଜମା ସଂଗ୍ରହ କରାଯିବାର ଯୋଜନା ରହିଛି, ଯାହା ଫଳରେ ଅଧିକ ସଂଖ୍ୟକ କରୋନା ସଂକ୍ରମିତ ବ୍ୟକ୍ତି ଚିକିତ୍ସିତ ହୋଇପାରିବେ । ଏହି ସେବା ଆରମ୍ଭ ସମୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ମେଡିକାଲ୍‌ କଲେଜ୍‌ ଅଧ୍ୟକ୍ଷ ଦୀପ୍ତିମୟୀ ତ୍ରିପାଠୀ, ଅଧୀକ୍ଷକ ପ୍ରଫେସର୍‌ ସନ୍ତୋଷ ମିଶ୍ର ଅତିରିକ୍ତ ଅଧୀକ୍ଷକ ପ୍ରଫେସର କିରଣ ପଟ୍ଟନାୟକ, କୋଭିଡ୍‌ ନୋଡାଲ୍‌ ଅଧିକାରୀ ତଥା ଜିଲ୍ଲା ଚିକିତ୍ସା ମୁଖ୍ୟ ଅଧିକାରୀ ଉମା ଶଙ୍କର ମିଶ୍ର, ବ୍ଲଡ୍‌ ବ୍ୟାଙ୍କର ଡଃ ସୁସ୍ମିତା ବେହେରା, ଡଃ ଜୟନ୍ତ ମିଶ୍ର ଏବଂ ଡଃ ପ୍ରସନ୍ନ ରଥ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡାକ୍ତରଙ୍କ ଅବସର ବୟସ ବୃଦ୍ଧି ଘୋଷଣା

ଡାକ୍ତରଙ୍କ ଅବସର ବୟସ ବୃଦ୍ଧି ଘୋଷଣା

Read More...

ଭାରତ ସୀମାକୁ ଜଗିବ ‘ଭାରତ ’

ଭାରତ ସୀମାକୁ ଜଗିବ ‘ଭାରତ ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page