କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା

July 22, 2020, ଓଡ଼ିଶା, , Anupambharat News Bureau


 କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା
Anupambharat News Bureau
July 22, 2020

ଭୁବନେଶ୍ୱର,୨୨ା୭(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରି ପରିଷଦର ବୈଠକ ଅନୁଷ୍ଠିତ ହୋଇ ଯାଇଛି । କୋବିଡ ଲଢେଇରେ ସହିଦ ଆଠ କରୋନା ଯୋଦ୍ଧାଙ୍କର ଅମର ଆତ୍ମାର ସଦଗତି ପାଇଁ ବୈଠକରେ ଏକ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା ।
ବୈଠକରେ କରୋନା ଯୋଦ୍ଧାଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । କରୋନା ମୁକାବିଲାରେ ସହିଦ ହୋଇଥିବା କର୍ମଚାରୀ ମାନେ ଅବସର ନେବା ଯାଏ ଯେମିତି ଦରମା ପାଇଥାନ୍ତେ ସେହି ହାରରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ନିମନ୍ତେ ବୈଠକରେ ନୀତି ଗତ ନିଷ୍ପତ୍ତି ହୋଇଥିଲା । ବୈଠକରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଜନ ସାଧାରଣଙ୍କୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ ରାଜ୍ୟରେ କୋବିଡ ଲଢେଇ ଓ ପରିଚାଳନା ବିଷୟରେ ମନ୍ତ୍ରିପରିଷଦ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା । ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି, ପଞ୍ଚାୟତରାଜ ବିଭାଗର ଅର୍ଥ କମିଶନ ପାଣ୍ଠି, ବିଧାୟକଙ୍କ ସ୍ଥାନୀୟ ବିକାଶ ପାଣ୍ଠିରୁ ବିନିଯୋଗ ହୋଇଥିବା ଅର୍ଥ ବିଷୟ ବୈଠକରେ ଆଲୋଚନା ହୋଇଥିଲା । କୋବିଡ ପ୍ରଭାବିତ ସାମ୍ପ୍ରତିକ ଆର୍ଥିକ ପରିସ୍ଥିିତିକୁ ଆଲୋଚନା କରି ମନ୍ତ୍ରିମଣ୍ଡଳରେ ନିଷ୍ପତ୍ତି କରିଛନ୍ତି ଯେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଅବ୍ୟାହତ ରଖିବାକୁ ଆବଶ୍ୟକୀୟ ଅର୍ଥ ବରାଦ କରାଯିବ । ସମସ୍ତ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ବଜାୟ ରହିବ । ଶିକ୍ଷା କ୍ଷେତ୍ରରେ ଥିବା ଯୋଜନା ଚାଲୁ ରହିବ ।
ଜୀବିକା ନିର୍ବାହ ଉପାୟ ବୃଦ୍ଧି ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ । ଚାଲୁ ରହିଥିବା କାମ ଓ ପ୍ରକଳ୍ପ ବନ୍ଦ ହେବ ନାହିଁ । ଅଣ ଅଗ୍ରାଧିକାର କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଉପରେ କଟକଣା ରହିବ । ସବୁ ଦିଗରୁ ବିଚାର ବିମର୍ଶ କରି କମ ସୁଧହାରରେ ମିଳୁଥିବା ପାଣ୍ଠିରୁ ଯଥାଚିତ ଋଣ କରାଯିବ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବାର୍ଷିକ ଋଣ ଏଫଆରବିଏମ ଆଇନ ଦ୍ୱାରା ନିର୍ଦ୍ଧାରିତ ସୀମା ମଧ୍ୟରେ ଅଛି । ଅନଲାଇନରେ ସେବା ପ୍ରଦାନ ଏବଂ ଡିଜିଟାଲ ମୋଡରେ ସରକାରୀ କାମକୁ ସମ୍ପାଦନକୁ ଅଧିକ ତ୍ୱରାନ୍ୱିତ କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିନରେ ରେକର୍ଡ଼ ୧୦୭୮ ପଜିଟିଭ

ଦିନରେ ରେକର୍ଡ଼ ୧୦୭୮ ପଜିଟିଭ

Read More...

ଡାକ୍ତରଙ୍କ ଅବସର ବୟସ ବୃଦ୍ଧି ଘୋଷଣା

ଡାକ୍ତରଙ୍କ ଅବସର ବୟସ ବୃଦ୍ଧି ଘୋଷଣା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page