କମିବ ସିଲାବସ୍‌

July 22, 2020, ଓଡ଼ିଶା, , Anupambharat News Bureau


କମିବ ସିଲାବସ୍‌
Anupambharat News Bureau
July 22, 2020

ଭୁବନେଶ୍ୱର, ୨୨ା୭(ଅନୁପମ ମିଡ଼ିଆ): କରୋନା ପାଇଁ ଚଳିତ ବର୍ଷ ଓଡ଼ିଆ ମାଧ୍ୟମ ସ୍କୁଲ୍‌ରେ ପାଠ୍ୟଖସଡ଼ା କମାଯିବ । ସିଲାବସ୍‌ କମ୍‌ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି ମିଳିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ପିଲାମାନଙ୍କୁ କେତେ ପାଠ ପଢ଼ିବାକୁ ହେବ ସେ ନେଇ ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବ । ସେହିପରି ଯୁକ୍ତ ଦୁଇ ସିଲାବସ୍‌ ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବ । ଶିକ୍ଷାନୁଷ୍ଠାନ ଖୋଲିବା ପରେ କେତେ ଦିନ ଶିକ୍ଷା ବର୍ଷ ବାକି ଅଛି ତାହାରି ଆଧାରରେ ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବ । ତେବେ କେତେ ପ୍ରତିଶତ ସିଲାବସ୍‌ କମିବ ସେ ନେଇ ନିଷ୍ପତ୍ତି ହୋଇନାହିଁ । ନିଷ୍ପତ୍ତି ପରେ ସୂଚୀତ କରାଇ ଦିଆଯିବ ବୋଲି ମନ୍ତ୍ରୀ ଦାଶଙ୍କ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ସିବିଏସଇ ଛାତ୍ରଛାତ୍ରୀଙ୍କର ୩୦ ପ୍ରତିଶତ ସିଲାବସ୍‌ ହ ୍ରାସ କରାଯିବା ନେଇ କିଛି ଦିନ ପୂର୍ବେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୱାଲ ସୂଚନା ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇଜିଏଚ୍‌ରେ ଖୋଲିବ ପ୍ଲାଜମା ବ୍ୟାଙ୍କ୍‌

ଆଇଜିଏଚ୍‌ରେ ଖୋଲିବ ପ୍ଲାଜମା ବ୍ୟାଙ୍କ୍‌

Read More...

ଦିନରେ ରେକର୍ଡ଼ ୧୦୭୮ ପଜିଟିଭ

ଦିନରେ ରେକର୍ଡ଼ ୧୦୭୮ ପଜିଟିଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page