ଦିନକରେ ସର୍ବାଧିକ ୧୨୬୪ ପଜିଟିଭ

July 23, 2020, ଓଡ଼ିଶା, , Anupambharat News Bureau


ଦିନକରେ ସର୍ବାଧିକ ୧୨୬୪ ପଜିଟିଭ
Anupambharat News Bureau
July 23, 2020

ଭୁବନେଶ୍ୱର, ୨୩ା୭ (ଅନୁପମ ମିଡିଆ): ରାଜ୍ୟରେ ଆଜି ଆଉ ୧୦୭୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୧୦୯୯ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୧୨୬୪ ଜଣଙ୍କ ମଧ୍ୟରୁ ୮୪୭ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୪୧୭ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଣ୍ଟାକଫ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୭ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାରେ ସବୁଠାରୁ ଅଧିକ ୫୪୦ ଟି ନୂଆ ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ୭ , ବାଲେଶ୍ୱର ଜିଲ୍ଲାରେ ୯ ଜଣ, ବରଗଡ ଜିଲ୍ଲାରେ ୨୪, ଭଦ୍ରକ ଜିଲ୍ଲାରେ ୩୦ , ବଲାଙ୍ଗୀର ଜିଲ୍ଲାରେ ୧. ବୌଦ୍ଧ ଜିଲ୍ଲାରେ ୨, କଟକ ଜିଲ୍ଲାରେ ୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଢେଙ୍କାନାଳ ଜିଲ୍ଲାରେ ୬, ଗଜପତି ଜିଲ୍ଲାରେ ୭୪, ଜଗତସିଂହପୁର ଜିଲ୍ଲାରେ ୪, ଯାଜପୁର ଜିଲ୍ଲାରେ ୧୭, ଝାରସୁଗୁଡା ଜିଲ୍ଲାରେ ୩, କଳାହାଣ୍ଡି ଜିଲ୍ଲାରେ ୭. କନ୍ଧମାଳ ଜିଲ୍ଲାରେ ୨୯, କେନ୍ଦ୍ରାପଡା ଜିଲ୍ଲାରେ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।କେନ୍ଦୁଝର ଜିଲ୍ଲାରେ ୨୫ , ଖୋର୍ଧା ଜିଲ୍ଲାରେ ୧୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୨୭ ଜଣ, ମୟୁରଭଞ୍ଜ ଜିଲ୍ଲାରେ ୧୫ , ନବରଂଗପୁର ଜିଲ୍ଲାରେ ୪. ନୟାଗଡ ଜିଲ୍ଲାରେ ୬୧, ନୂଆପଡା ଜିଲ୍ଲାରେ ୧, ପୁରୀ
ଜିଲ୍ଲାରେ ୨୨, ରାୟଗଡା ଜିଲ୍ଲାରେ ୮୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।, ସମ୍ବଲପୁର ଜିଲ୍ଲାରେ ୨୦ ଜଣ, ତଥା ସୁନ୍ଦରଗଡ ଜିଲ୍ଲାରେ ୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୪,୨୧,୯୩୧ଟି ନମୁନା କୋଭିଡ୍‌ -୧୯ ପରୀକ୍ଷା କରାଯାଇଛି । ବର୍ତମାନ ସୁଦ୍ଧା ସମୁଦାୟ ୨୧,୦୯୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ୧୪,୩୯୨ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ୧୦୮ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତୁ୍ୟ ହୋଇଛି ।ବର୍ତମାନ ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୬,୬୬୧ ରହିଛି । ୭,୨୦୪ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ ରେ ରହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶରେ ସଂକ୍ରମଣ ସ୍ଥିତି ଗମ୍ଭୀର

ଦେଶରେ ସଂକ୍ରମଣ ସ୍ଥିତି ଗମ୍ଭୀର

Read More...

ବାପା, ମା’ ଓ ପୁଅକୁ ହତ୍ୟା

ବାପା, ମା’ ଓ ପୁଅକୁ ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page