ସରକାରୀ ଅର୍ଥ ଆତ୍ମସାତ୍‌, ବରିଷ୍ଠ କିରାଣୀ ଗିରଫ

May 18, 2019, ଓଡ଼ିଶା, , Anupambharat News Bureau


ସରକାରୀ ଅର୍ଥ ଆତ୍ମସାତ୍‌,   ବରିଷ୍ଠ କିରାଣୀ ଗିରଫ
Anupambharat News Bureau
May 18, 2019

ଧରାକୋଟ,୧୭ା୫(ଅନୁପମ ମିଡ଼ିଆ): ଧରାକୋଟ ତହସିଲର ପୂର୍ବତନ ବରିଷ୍ଠ କିରାଣୀ ଜଗଦୀଶ୍‌ ପାଣିଗ୍ରାହୀ ୨୪ଲକ୍ଷ ୩୪ହଜାର ୩୪୮ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗରେ ଶୁଗ୍ରବାର ଧରାକୋଟ ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି । ପ୍ରକାଶଯୋଗ୍ୟ ସମ୍ପୃକ୍ତ କିରାଣୀ ୨ ଜୁନ୍‌ ୧୭ଠାରୁ ଗତ ୧ ଜାନୁୟାରୀ ୧୯ ପର୍ଯ୍ୟନ୍ତ ଧରାକୋଟ ତହସିଲରେ ନାଦିର ଭାବେ କାର୍ଯ୍ୟ କରିଥିଲେ । ସେହି ସମୟରେ ସୌରାତ ବାଲି ଲିଜ୍‌ ଏବଂ ବିଭିନ୍ନ ବାବଦରୁ ଆଦାୟ ଅର୍ଥକୁ ବେଆଇନ ଭାବେ ଆତ୍ମସାତ୍‌ କରିଥିଲେ । ଏହା ସହ ଫାଇଲିନ୍‌ ବାତ୍ୟା ବେଳେ କାର୍ଯ୍ୟରେ ଅବହେଳା ହେତୁ ଧରାକୋଟ ବ୍ଲକରେ କିରାଣୀ ଥିବାବେଳେ ସେ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରା ନିଲମ୍ବିତ ହୋଇଥିଲେ । ଏହାପରେ ଆର୍ଥିକ ସମସ୍ୟା ଏବଂ ବ୍ୟକ୍ତିଗତ ସ୍ୱାର୍ଥ ନେଇ ସେ ବିପୁଳ ପରିମାଣର ରାଜସ୍ୱ ବାବଦରେ ଆଦାୟ ଟଙ୍କାକୁ ସମ୍ପୂର୍ଣ୍ଣ ଭାବେ ହଡ଼ପ କରିଥିଲେ । ଏ ସଂକ୍ରାନ୍ତରେ କିଛି ସୁରାକ୍‌ ପାଇବା ପରେ ଧରାକୋଟ ତହସିଲଦାର ଗଦାଧର ପାତ୍ର ତାଙ୍କୁ ବାରମ୍ବାର ତାଗିଦ୍‌ କରିବା ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗତ ଫେବୃୟାରୀ ୨୫ ତାରିଖରେ ଧରାକୋଟ ଥାନାରେ ଏତଲା ପ୍ରଦାନ କରାଯାଇଥିଲା । ଏତଲା ପ୍ରକାରେ ଧରାକୋଟ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତ କିରାଣୀଙ୍କୁ ଛତ୍ରପୁର ସ୍ଥିତ ନିଜ ବାସଭବନରୁ ଶୁକ୍ରବାର ଗିରଫ କରି କୋର୍ଟଚାଲାଣ କରିଛନ୍ତି । ଏହାସହ କିରାଣୀଙ୍କ ଠାରୁ ୩ଲକ୍ଷ ଟଙ୍କା ନଗଦ ରାଶି ଜବତ କରାଯାଇଛି । ଅଭିଯୁକ୍ତ କିରାଣୀ ଜଗଦୀଶ୍‌ ପାଣିଗ୍ରାହୀ ଥାନା ଅଧିକାରୀ ସମ୍ମୁଖରେ ନିଜ ଦୋଷ ସ୍ୱୀକାର କରିଥିବା ଥାନା ଅଧିକାରୀଙ୍କ ଠାରୁ ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବହୁମତ ସହ ପୁଣି ବିଜେପି ସରକାର ଗଢ଼ିବ

ବହୁମତ ସହ ପୁଣି ବିଜେପି ସରକାର ଗଢ଼ିବ

Read More...

ଅଂଶୁଘାତ: ଦିନକରେ ପାଞ୍ଚ ମୃତ

ଅଂଶୁଘାତ: ଦିନକରେ ପାଞ୍ଚ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page