ଅଗଷ୍ଟ ୧ରୁ ଖୋଲିବ ସିନେମା ହଲ୍‌

July 25, 2020, ଦେଶ, , Anupambharat News Bureau


ଅଗଷ୍ଟ ୧ରୁ ଖୋଲିବ ସିନେମା ହଲ୍‌
Anupambharat News Bureau
July 25, 2020

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଗଷ୍ଟରୁ ସିନେମା ହଲ୍‌ ପୁଣି ଥରେ ଖୋଲିବା ପାଇଁ ପରାମର୍ଶ ଦେଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଏପରି ପରାମର୍ଶ ଦିଆଯାଇଛି । ମନ୍ତ୍ରାଳୟର ସଚିବ ଅମିତ ଖରେ ଏହା ସିଆଇଆଇ ମିଡିଆ କମିଟିକୁ କହିଛନ୍ତି । ସେ ଗୃହ ସଚିବ ଅଜୟ ଭଲ୍ଲାଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ଗୃହ ମନ୍ତ୍ରାଳୟ ଏନେଇ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି । ଅମିତ କହିଛନ୍ତି ଯେ, ଅତି ଶୀଘ୍ର ଅର୍ଥାତ ଅଗଷ୍ଟ ୧ରୁ ଦେଶରେ ସିନେମା ହଲ୍‌ ଖୋଲିବା ପାଇଁ ଅନୁମତି ମିଳୁ । ଅଗଷ୍ଟ ୩୧ ଯାଏଁ ଏହାକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଉ । ଦର୍ଶକମାନେ ଯେପରି ଗୋଟିଏ ଧାଢି ଛାଡି ବସିବେ ସେନେଇ ମଧ୍ୟ ପରାମର୍ଶ ଦିଆଯାଇଛି । ଏହି ନିୟମକୁ ସିନେମା ହଲ୍‌ କଡାକଡି ଭାବେ ପାଳନ କର;ୁ । ସେ ଆହୁରି କହିଛନ୍ତି ଯେ, ସୂଚନା ଓ ପ୍ରସାରଣ ବିଭାଗର ପରାମର୍ଶକୁ ଗମ୍ଭୀରତାର ସହ ବିଚାର କରାଯାଉ ।
ତେବେ ଗୃହ ମନ୍ତ୍ରାଳୟ ତରଫରୁ ଏବେସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ । ତେବେ ଅନେକ ସିନେମା ହଲର ମାଲିକ ୨୫ ପ୍ରତିଶତ ଦର୍ଶକରେ ହଲ୍‌ ଖୋଲିବା ଅପେକ୍ଷା ବନ୍ଦ କରାଯାଉ ବୋଲି କହିଥିଲେ । ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ଗତ ମାର୍ଚ୍ଚରୁ ସାରା ଦେଶରେ ସିନେମା ହଲକୁ ବନ୍ଦ ରଖାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଞ୍ଚିବା ପାଇଁ କ’ଣ ଧର୍ମ ପରିବର୍ତ୍ତନ ଆବଶ୍ୟକ ?

ବଞ୍ଚିବା ପାଇଁ କ’ଣ ଧର୍ମ ପରିବର୍ତ୍ତନ ଆବଶ୍ୟକ ?

Read More...

ମୋଟା ଲୋକଙ୍କୁ କରୋନା ବିପଦ ବେଶୀ

ମୋଟା ଲୋକଙ୍କୁ କରୋନା ବିପଦ ବେଶୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page