ଅଜସ୍ର ଅର୍ଥ ଖର୍ଚ୍ଚ ହେଉଛି, ତଥାପି ମୁଣ୍ଡ ପରେ ମୁଣ୍ଡ ଗଡ଼ୁଛି

July 26, 2020, ଓଡ଼ିଶା, , Anupambharat News Bureau


ଅଜସ୍ର ଅର୍ଥ ଖର୍ଚ୍ଚ ହେଉଛି, ତଥାପି ମୁଣ୍ଡ ପରେ ମୁଣ୍ଡ ଗଡ଼ୁଛି
Anupambharat News Bureau
July 26, 2020

ଭୁବନେଶ୍ୱର, ୨୬ା୭(ଅନୁପମ ମିଡ଼ିଆ): ରାଜ୍ୟରେ କରୋନା ମହାମାରୀକୁ ରୋକିବା ଲାଗି ସରକାର ଅଜସ୍ର ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି । ତଥାପି ଏହି ମହାମାରୀ ଦିନକୁ ଦିନ ଉଗ୍ର ହେବା ସହ ମୁଣ୍ଡ ପରେ ମୁଣ୍ଡ ନେବାରେ ଲାଗିଛି । ଫଳରେ କୋଭିଡ଼ ପରିଚାଳନାରେ କେଉଁଠି ନା କେଉଁଠି କିଛି ତ୍ରୁଟି ରହିଥିବା ଚର୍ଚ୍ଚା ହେବାରେ ଲାଗିଛି । ଗତ କାଲି ଭଳି ଆଜି ମଧ୍ୟ କରୋନା ରାଜ୍ୟର ୧୦ ମୁଣ୍ଡ ନେଇଛି । ଫଳରେ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୧୪୦କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷେ ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ସରକାର ପାଣି ଭଳି ଅର୍ଥ ଖର୍ଚ୍ଚ କରିବାରେ ଲାଗିଛନ୍ତି । କୋଭିଡ଼ ୧୯ ପରିଚଳାନଳା ପାଇଁ ସରକାର କାମ୍ପା ଏବଂ ଓଏମ୍‌ବିଏଡିସିରୁ ହଜାରେ କୋଟି ରୁଣ ଆଣିଛି । ଏଥିସହିତ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିରୁ ୩୪୦ କୋଟି, ରାଜ୍ୟ ବିପର୍ଯ୍ୟୟ ରିଲିଫ ଫାଣ୍ଠିରୁ ୬୨୪ କୋଟି, ଏମଏଲଏ ଲାଡ଼ରୁ ୭୩ କୋଟି ଏବଂ ପଞ୍ଚାୟତ ରାଜ ଅନୁଷ୍ଠାନରୁ ୮୭୫ କୋଟି ଖର୍ଚ୍ଚ କରାଯାଇଥିବା କୁହାଯାଇଛି । ତଥାପି କରୋନା ଦିନକୁ ଦିନ ଉଗ୍ର ହୋଇ ମୁଣ୍ଡ ନେବା ରାଜ୍ୟବାସୀଙ୍କୁ ଭୟଭୀତ କରିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ମୃତକଙ୍କ ମଧ୍ୟରେ ଛ’ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଦୁଇ, ଗଜପତି ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଜଣେ ଅଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଅନୁସାରେ ଗଜପତି ଜିଲ୍ଲାର ୬୩ ବର୍ଷୀୟ କରୋନା ସଂକ୍ରମିତ ପୁରୁଷ ମୃତୁ୍ୟ ବରଣ କରିଛନ୍ତି । ସେ ମଧୁମେହ ଓ ହାଇପର ଟେନସନ ରୋଗରେ ପୀଡିତ ଥିଲେ । ସେହିପରି ଗଞ୍ଜାମ ଜିଲ୍ଲାର ଜଣେ ୬୩ ବର୍ଷୀୟ କରୋନା ସଂକ୍ରମିତ ପୁରୁଷ ମଧ୍ୟ ମୃତୁ୍ୟବରଣ କରିଥିବା ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାର ଜଣେ କରୋନା ସଂକ୍ରମିତ ୫୫ ବର୍ଷୀୟ ପୁରୁଷ ମୃତୁ୍ୟବରଣ କରିଛନ୍ତି । ସେ ଡାଇବେଟିସ ଓ ହାଇପର ଟେନସନ ରୋଗରେ ପୀଡିତ ଥିଲେ ।
ସେହିପରି ଗଞ୍ଜାମ ଜିଲ୍ଲାର ହିଁ ଜଣେ ୬୦ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ଗଞ୍ଜାମ ଜିଲ୍ଲାର ଜଣେ ୬୪ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତୁ୍ୟ ଘଟିଛି । ସେ କ୍ରୋନିକ କିଡନି ରୋଗରେ ପୀଡିତ ଥିଲେ । ଗଞ୍ଜାମ ଜିଲ୍ଲାର ଆଉ ଜଣେ ୬୦ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମଧ୍ୟ ମୃତୁ୍ୟ ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାର ଜଣେ ୩୫ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଥିବା ବେଳେ ଗଞ୍ଜାମ ଜିଲ୍ଲାର ଜଣେ ୫୧ ବର୍ଷୀୟା ମହିଳାଙ୍କର ମଧ୍ୟ ମୃତୁ୍ୟ ଘଟିଛି । ସୁନ୍ଦରଗଡ ଜିଲ୍ଲାର ୬୯ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତୁ୍ୟ ଘଟିଛି । ସେ ହାଇପର ଟେନସନରେ ପୀଡିତ ଥିଲେ । ଭୁବନେଶ୍ୱରର ଜଣେ ୫୮ ବର୍ଷୀୟା କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ସେ ଡାଇବେଟିସ, ହାଇପର ଟେନସନ ଓ ଅନ୍ୟ ରୋଗରେ ପୀଡିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଳାହାଣ୍ଡି ଡେପୁଟି କଲେକଫର ନିଲମ୍ବିତ

କଳାହାଣ୍ଡି ଡେପୁଟି କଲେକଫର ନିଲମ୍ବିତ

Read More...

ସ୍ୱାବ୍‌ ରିପୋର୍ଟ ଦେଖାଅ, ନଚେତ୍‌ ହସ୍ପିଟାଲ ଯିବୁନି

ସ୍ୱାବ୍‌ ରିପୋର୍ଟ ଦେଖାଅ, ନଚେତ୍‌ ହସ୍ପିଟାଲ ଯିବୁନି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page