୨୯ରେ ଭାରତକୁ ଆସିବ ରାଫେଲ୍‌

July 27, 2020, ଦେଶ, , Anupambharat News Bureau


୨୯ରେ ଭାରତକୁ ଆସିବ ରାଫେଲ୍‌
Anupambharat News Bureau
July 27, 2020

ନୂଆଦିଲ୍ଲୀ: ଆସୁଛି ରାଫେଲ୍‌ । ଫ୍ରାନ୍ସ ମେରୀଗ୍ରାକ୍‌ ରୁ ଭାରତକୁ ଆସୁଛି ଯୁଦ୍ଧ ବିମାନ ୫ଟି ଯୁଦ୍ଧ ବିମାନ ଫ୍ରାନ୍ସରୁ ଉଡାଣ ଆରମ୍ଭ କରିଛନ୍ତି । ଦିନେ ପରେ ଅର୍ଥାତ ଜୁଲାଇ ୨୯ ତାରିଖରେ ଏହି ୫ଟି ବିମାନ ଅମ୍ବାଲା ଏୟାରବେଶରେ ପହଞ୍ଚିବେ । ବୁଧବାର ଦିନ ଏହି ୫ ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରାଯିବ ଅମ୍ବାଲା ପହଞ୍ଚିବା ପୂର୍ବରୁ ଆବୁଧାବିର ଅଲ-ଦଫ୍ରା ଏୟାରବେଶରେ ଏହି ବିମାନ ହଲଫ କରିବେ ।
ଏମାନଙ୍କ ମଧ୍ୟରେ ୨ଟି ଟ୍ରେନର ଏୟାରକ୍ରାଫଫ ଓ ୩ଟି ଯୁଦ୍ଧ ବିମାନ ସାମିଲ ରହିଛି । ମେରୀଗ୍ରାକରେ ରାଫେଲ ବିମାନ ର୍ନିମାଣ କମ୍ପାନୀ ଦସାଲଫରେ ବିମାନ ନିର୍ମାଣ ହୋଇଛି । ରାଫେଲ ଯୁଦ୍ଧ ବିମାନ ନିୟୋଜିତ ପାଇଁ ଅମ୍ବାଲା ଏୟାରବେଶରେ ଅଲଗା ଭାବେ ଇନଫ୍ରାଷ୍ଟ୍ରକcର ପ୍ରସ୍ତୁତ କରାଯାଇଛି । ଅଧିକାରୀ ସୂତ୍ର କହିଛନ୍ତି ଯେ, ରାଫେଲ ଯୁଦ୍ଧ ବିମାନକୁ ପୂର୍ବ ଲଦାଖ ସେକଫରରେ ନିୟୋଜିତ କରାଯିବାର ସମ୍ଭାବନା ରହିଛି । ଅଧିକାରୀ କହିଛନ୍ତି ଯେ, ରାଫେଲ ବିମାନ ଆସିବାପରେ ବାୟୁସେନାର ଯୁଦ୍ଧ କ୍ଷମତା ବୃଦ୍ଧି ହେବ । ଭାରତ ପାଖାପାଖି ୫୮ ହଜାର କୋଟି ଟଙ୍କାରେ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ସେପେଫମ୍ବର ମାସରେ ଫ୍ରାନ୍ସ ସହିତ ଅନ୍ତର-ସରକାରୀ ଚୁକ୍ତି ସାକ୍ଷର କରିଥିଲା । ଏହି ୩୬ ରାଫେଲ ବିମାନ ମଧ୍ୟରେ ୩୦ ଯୁଦ୍ଧ ବିମାନ ଓ ୬ ପ୍ରଶିକ୍ଷଣ ବିମାନ ରହିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗେହଲଟ-ପାଇଲଟ୍‌ ରାଜନୈତିକ ବିବାଦ:  ରାଜ୍ୟପାଳଙ୍କୁ ହଟାଇବାକୁ ଦାବି

ଗେହଲଟ-ପାଇଲଟ୍‌ ରାଜନୈତିକ ବିବାଦ: ରାଜ୍ୟପାଳଙ୍କୁ ହଟାଇବାକୁ ଦାବି

Read More...

ବାହା ହେବେ ପୁନମ୍‌

ବାହା ହେବେ ପୁନମ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page