ଦୋକାନ ଭିତରେ ପଶି ବ୍ୟବସାୟୀଙ୍କୁ ଆକ୍ରମଣ:ଗୁରୁତର ଦମ୍ପତି

May 18, 2019, ଓଡ଼ିଶା, , Anupambharat News Bureau


ଦୋକାନ ଭିତରେ ପଶି ବ୍ୟବସାୟୀଙ୍କୁ ଆକ୍ରମଣ:ଗୁରୁତର ଦମ୍ପତି
Anupambharat News Bureau
May 18, 2019

ଭଦ୍ରକ,୧୮ା୫(ଅନୁପମ ମିଡିଆ): ଗତକାଲି ରାତି ପ୍ରାୟ ସାଢେ ନଅଟା ସମୟରେ ଧାମନଗର ଫିଡର ସ୍କୁଲ ନିକଟରେ ଥିବା ଶୁଭଲକ୍ଷ୍ମୀ ପରିଧାନ ଲୁଗା ଦୋକାନରୁ ଦୁଇଜଣ ଅଜଣା ବ୍ୟକ୍ତି ପଶି ଲୁଗା କିଣିବା ଆଳରେ ଲୁଟ ଉଦ୍ୟମ ଓ ମରଣାତ୍ମକ ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି କରିଛି । ପ୍ରକାଶ ଯେ ଦୋକାନୀ ନରେନ୍ଦ୍ର ସାହୁ ନିଜର ଦୋକାନ ବନ୍ଦକରି ଉଭୟ ସ୍ୱାମୀ-ସ୍ତ୍ରୀ ଖାଉଥିବା ବେଳେ ଏହି ଅଜଣା ବ୍ୟକ୍ତି ଦୁଇଜଣ ପହଞ୍ଚି ଲୁଗା କିଣିବେ ବୋଲି କହିଥିଲେ । ଏହି ସମୟରେ ନରେନ୍ଦ୍ରଙ୍କ ସ୍ତ୍ରୀ ସୁମତୀ ଲୁଗା ଦେଖାଇଥିଲେ । ହେଲେ ଏହି ଦୁଇ ଦୁର୍ବୃତ ହଠାତ ତାଙ୍କ ଉପରେ ଲୁହାର ରଡ ଦ୍ୱାରା ଆଘାତ କରିଥିଲେ । ସେହି ସମୟରେ ନରେନ୍ଦ୍ର ଘର ଭିତରୁ ଦୈଡି ଆସିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଫଳରେ ଉଭୟ ଦମ୍ପତି ଗୁରୁତର ଆଘାତପ୍ରାପ୍ତ ହୋଇ ଦୋକାନ ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ନରେନ୍ଦ୍ରଙ୍କ ପୁତୁରା ଦେଖି ଚିତ୍କାର କରିବାରୁ ଦୁର୍ବୃତଦ୍ୱୟ ଫେରାର ହୋଇଯିବା ସହ ସ୍ଥାନୀୟ ଅଂଚଳର ଲୋକେ ଓ ପରିବାର ଲୋକ ସେଠାରେ ପହଞ୍ଚି ଯାଇଥିଲେ । ଉଭୟ ଦମ୍ପତିଙ୍କୁ ଚିକିତ୍ସା ପାଇଁ ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସେ ଦୁହେଁଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଯାଇଛି । ଖବରପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳେ ପହଞ୍ଚି ତଦନ୍ତ କରିଛି । ତେବେ ଦୁର୍ବତମାନେ ସୁମତି ପିନ୍ଧିଥିବା ସୁନା ଚେନକୁ ଛିଡାଇ ନେବାକୁ ଉଦ୍ୟମ କରିଥିଲେ ହେଲେ ଚେନଟି ଛିଡି ତଳେ ପଡିଯାଇଥିଲା । ପ୍ରକାଶ ଦୋକାନକୁ ଲାଗିଥିବା ଫିଡର ସ୍କୁଲ କ୍ୟାମ୍ପସରେ ରିଜର୍ବ ପୁଲିସ ଫୋର୍ସ ରହୁଥିବା ବେଳେ ଏପରି ଲୁଟପାଟ ଓ ଆକ୍ରମଣ ଘଟଣା ଘଟିବା ସମୟରେ ପୁଲିସ କୌଣସି ଟେର ନପାଇବା ସାଧାରଣରେ ଆଲୋଚ୍ୟ ବିଷୟ ହୋଇଛି । ଏପରିକି ଖରାଦିନ ଥିବାରୁ ରାତି ସାଢେ ନଅଟା ବଜାରରେ ଲୋକଙ୍କ ଗତାଗତ ଥିବା ବେଳେ ଏପରି ଘଟଣା ଘଟିବା ସ୍ଥାନୀୟ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସୂଚନା ଥାଉକି କିଛି ମାସ ପୂର୍ବେ ଧାମନଗର-ଦୋବଲ ରାସ୍ତାରେ ଜଣେ ସୁନା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ ଓ କୋଠାର ଠାରେ ମଧ୍ୟ ଜଣେ ସୁନା ବ୍ୟବସାୟୀଙ୍କୁ ଲୁଟ ଘଟଣା ଘଟିବାର କିଛିମାସ ବ୍ୟବଧାନ ପରେ ପୁଣି ଏବେ ଲୁଟେରା ମାନେ ସକ୍ରିୟ ହୋଇ ଉଠିଛନ୍ତି । ଗତ ଦୁଇଦିନ ତଳେ ଦୋବଲ ଅଂଚଳର ଜଣେ ବ୍ୟବସାୟୀ ରାତିରେ ଦୋକାନରୁ ନିଜ ଘରକୁ ଯାଉଥିବା ବେଳେ ଦୁଇଜଣ ଲୁଟେରା କୋରକଦା ଠାରେ ତାଙ୍କ ବାଇକକୁ ଧMା ଦେଇ ଟଙ୍କା ଲୁଟ ଉଦ୍ୟମ କରୁଥିଲେ । ସେହି ସମୟରେ ଦୋକାନୀ ଜଣଙ୍କ ଲୁଟେରା ସହିତ ଧସ୍ତାଧସ୍ତି କରିବା ଓ ଚିତ୍କାର କରିବାରୁ ଲୁଟେରା ମାନେ ତାଙ୍କୁ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ । ଆହତ ବ୍ୟବସାୟୀ ଜଣଙ୍କ ଦୁର୍ବୃତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇ କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଛି । ଏପରିକି ଧାମନଗର ଅଂଚଳରେ ଦିନକୁ ଦିନ ଚୋରି ସାଙ୍ଗକୁ ରାହାଜାନୀ ବଢିବାରେ ଲାଗିଛି । ସନ୍ଧ୍ୟା ପୁଲିସ ପେଟ୍ରୋଲିଂ ହେଉନଥିବା ବେଳେ ରାତ୍ରକାଳୀନରେ ମଧ୍ୟ ପେଟ୍ରୋଲିଂ କଡାକଡି କରିବାକୁ ସ୍ଥାନୀୟ ଅଂଚଳବାସୀ ଓ ବ୍ୟବସାୟୀ ମାନେ ଦାବି କରିଛନ୍ତି । ବିଶେଷକରି ଧାମନଗର-ଦୋବଲ, ଷେ„ପୁର-ଦୋବଲ, ଖଡିପଦା-ଆନନ୍ଦପୁର, ଧାମନଗର-ପାଟୁଳି, ଧାମନଗର-ଚୁଡାକୁଟୀ, ଧାମନଗର-କୋଠାର ଆଦି ରାସ୍ତାରେ ସନ୍ଧ୍ୟା ଓ ରାତ୍ରକାଳୀନ ପେଟ୍ରୋଲିଂକୁ କଡାକଡି କରାଗଲେ ରାହାଜାନୀକୁ ରୋକାଯାଇ ପାରିବ ବୋଲି ମତ ପ୍ରକାଶ ପାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୁମ୍ଭୀର ମୁହଁରୁ ବର୍ତ୍ତିଗଲେ ଯୁବକ

କୁମ୍ଭୀର ମୁହଁରୁ ବର୍ତ୍ତିଗଲେ ଯୁବକ

Read More...

ବହୁମତ ସହ ପୁଣି ବିଜେପି ସରକାର ଗଢ଼ିବ

ବହୁମତ ସହ ପୁଣି ବିଜେପି ସରକାର ଗଢ଼ିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page