ମାଟ୍ରିକ ରେଜଲଫ : ପାସ୍‌ ହାର ୭୮.୭୬

July 29, 2020, ଓଡ଼ିଶା, , Anupambharat News Bureau


ମାଟ୍ରିକ ରେଜଲଫ : ପାସ୍‌ ହାର ୭୮.୭୬
Anupambharat News Bureau
July 29, 2020

କଟକ, ୨୯ା୭(ଅନୁପମ ମିଡ଼ିଆ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଫଳ ଆଜି ପୂର୍ବାହ୍ନ ୧୧ଟା ବେଳେ ପ୍ରକାଶ ପାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ୍‌ ପ୍ରକାଶିତ ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ ।
ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ପାସ୍‌ ହାର ୭୮.୭୬ ପ୍ରତିଶତ ହୋଇଥିବା ବେଳେ ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ୍‌ ହାର ୭୯.୭୧ ରହିଛି । ଏବର୍ଷ ରାଜ୍ୟର ୮ ହଜାର ୯୨୭ଟି ସ୍କୁଲର ପରୀକ୍ଷାର୍ଥୀଙ୍କ ପାଇଁ ୨ ହଜାର ୭୬୭ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଥିଲା । ରେଗୁଲାର, ଏକ୍ସରେଗୁଲାର, ପତ୍ରବିନିମୟ ପାଠ୍ୟକ୍ରମରେ ୫ ଲକ୍ଷ ୪୭ ହଜାର ୭୮୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ୨୩୯ ଜଣଙ୍କ ପ୍ରାର୍ଥୀତ୍ୱକୁ ବାତିଲ କରାଯାଇଥିଲା ଓ କୌðଣସି କାରଣ ବଶତଃ ୧୨ ହଜାର ୭୦୩ ଜଣ ପରୀକ୍ଷା ଦେଇନଥିଲେ । ଅବଶିଷ୍ଟ ୫ ଲକ୍ଷ ୩୪ ହଜାର ୮୪୩ ଜଣ ପରୀକ୍ଷା ଦେଇଥିଲା ବେଳେ ୧୦୧୨ ଜଣଙ୍କୁ ମାଲପ୍ରାକଫିିସରେ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରକାଶିତ ହୋଇଥିବା ୫ ଲକ୍ଷ ୩୩ ହଜାର ୮୩୧ ଜଣ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏ-୧ରେ ୧୨୭୯, ଏ-୨ରେ ୮୪୫୮, ବି-୧ରେ ୧୮୧୮୮୭, ବି-୨ରେ ୩୧୩୨୮, ସି-ରେ ୪୯୧୫୩, ଡି-ରେ ୮୯୫୫୬, ଇ-ରେ ୨ ୨୩ ହଜାର ୧୯୫ ଓ କମ୍ପାଟମେଣ୍ଟାଲରେ ୯୯ ଜଣ ପାସ କରିଛନ୍ତିି । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧ ଲକ୍ଷ ୯୯ ହଜାର ୮୦୪ ଜଣ ଛାତ୍ର ପାସ୍‌ କରିଥିବା ବେଳେ ୨ଲକ୍ଷ ୨୧ ହଜାର ୪୫୨ ଜଣ ଛାତ୍ରୀ ପାସ କରିଛନ୍ତି । ଏବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଥିବା ୫ ଲକ୍ଷ ୩୪ ହଜାର ୮୪୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ ୪ ଲକ୍ଷ ୨୧ ହଜାର ୨୫୬ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି । ଚଳିତବର୍ଷ ମାଟ୍ରିକ ରେଗୁଲାର ପରୀକ୍ଷାରେ ବରଗଡ ଜିଲ୍ଲାର ଫଳ ସର୍ବୋଚ୍ଚ ୮୯.୩୭ ପ୍ରତିଶତ ରହିଥିବା ବେଳେ ଦ୍ୱିତୀୟରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଏହି ଜିଲ୍ଲାର ପାସ ହାର ୮୭.୨୮ ପ୍ରତିଶତ ରହିଥିବା ବେଳେ ନୂଆପଡା ଜିଲ୍ଲାର ପାସ୍‌ ହାର ସର୍ବନିମ୍ନ ୬୦.୧୮ ପ୍ରତିଶତରେ ରହିଛି ।
ସେହିଭଳି ମଧ୍ୟମା ୨୦୨୦ ପରୀକ୍ଷା ଫଳ ମଧ୍ୟ ଆଜି ପ୍ରକାଶ ପାଇଛି । ୪୫୯୨ ଜଣ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ବେଳେ ସର୍ବମୋଟ ୪ହଜାର ୨୫୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୭ ଜଣ ଅସାଧୁ ଉପାୟ ଅବଲମ୍ବନ କରି ମାଲପ୍ରାକଫିସ୍‌ ହୋଇଥିବା ବେଳେ ୪ ହଜାର ୨୪୮ ଜଣଙ୍କର ପରୀକ୍ଷା ଫଳ ପ୍ରକାଶ ପାଇଛି । ମୋଟ ପାସ୍‌ ହାର ୯୭.୧୮ ରହିଥିବା ବେଳେ ୧୧୩ ଜଣ ଫେଲ ହୋଇଛନ୍ତି । ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ମୋଟ ୪୦.୧୮ ପ୍ରତିଶତ ପାସ କରିଥିବା ବେଳେ ୯ ହଜାର ୭୭୧ ଜଣ ଫର୍ମ ଫିଲପ କରିଥିଲେ ।
ସେମାନଙ୍କ ମଧ୍ୟରୁ ୬୪୫ ଜଣ ଅନୁପସ୍ଥିତ ଥିବା ବେଳେ ୯ ହଜାର ୧୨୬ ଜଣ ପରୀକ୍ଷା ଦେଇଥିଲେ । ତେବେ ୩୩ ଜଣ ଛାତ୍ରଛାତ୍ରୀ ସମସ୍ତ ୫ ଟି ବିଷୟରେ ପରୀକ୍ଷା ଦେଇନଥିଲେ । ୧୭୬ ଜଣ ପରୀକ୍ଷାର୍ଥୀଙ୍କୁ ମାଲପ୍ରାକଫିସରେ ଅନ୍ତର୍ଭୁକ୍ତ କରାଯାଇଥିଲା ବେଳେ ୯ ହଜାର ୯୩ ଜଣଙ୍କର ପରୀକ୍ଷା ଫଳ ପ୍ରକାଶ ପାଇଛି । ତନ୍ମଧ୍ୟରୁ ୩ ହଜାର ୬୫୩ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ତେବେ ଚଳିତବର୍ଷର ମାଟ୍ରିକ ପରୀକ୍ଷାରେ ୬୭୮ଟି ସ୍କୁଲର ଫଳ ଶତପ୍ରତିଶତ ହୋଇଥିବା ବେଳେ ଗତ ବର୍ଷ ଏହି ସଂଖ୍ୟା ୨୮୯ ରହିଥିଲା । ସେହିପରି ୩୧ଟି ସ୍କୁଲର କୌଣସି ଛାତ୍ରଛାତ୍ରୀ ପାସ୍‌ କରିପାରିନଥିବା ବେଳେ ଗତ ବର୍ଷ ଏହିଭଳି ସ୍କୁଲ ସଂଖ୍ୟା ୮୨ ରହିଥିଲା ବୋଲି ମନ୍ତ୍ରୀ ଦାସ ସୂଚନା ଦେଇଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୋର୍ଡ ସଭାପତି ରାମାଶିଷ ହାଜରା, ସମ୍ପାଦକ ଶ୍ରୀକାନ୍ତ ତରାଇ, ପରୀକ୍ଷା ନିୟନ୍ତ୍ରକ


ଡ. ନିହାର ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।ପରୀକ୍ଷା ଫଳରେ କୌଣସି ଅଭିଯୋଗ ରହିଥିଲେ ନମ୍ବର ସଂଶୋଧନ ନିମନ୍ତେ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଅଫ ଲାଇନରେ ଏବଂ ହାଇସ୍କୁଲ ସାର୍ଟିଫିକେଟ ଛାତ୍ରଛାତ୍ରୀମାନେ ଅନଲାଇନରେ ଅଗଷ୍ଟ ୬ ତାରିଖରୁ ଅଗଷ୍ଟ ୧୮ ତାରିଖ ମଧ୍ୟରେ ଆବେଦନ କରିପାରିବେ ବୋଲି ସଭାପତି ହାଜରା ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭଗବାନ ଜଣାଇ ଦେଲେ ଯେ, ମଣିଷ ତୁ ପୃଥିବୀର କେବଳ ଅତିଥି, ମାଲିକ ନୁହଁ !

ଭଗବାନ ଜଣାଇ ଦେଲେ ଯେ, ମଣିଷ ତୁ ପୃଥିବୀର କେବଳ ଅତିଥି, ମାଲିକ ନୁହଁ !

Read More...

୩୪ବର୍ଷ ପରେ ବଦଳିଲା ଦେଶର ଶିକ୍ଷାନୀତି

୩୪ବର୍ଷ ପରେ ବଦଳିଲା ଦେଶର ଶିକ୍ଷାନୀତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page