ଦିନକରେ ସର୍ବାଧିକ ୫୨ ହଜାର ଆକ୍ରାନ୍ତ, ୭୭୫ ମୃତ

July 30, 2020, ଦେଶ, , Anupambharat News Bureau


ଦିନକରେ ସର୍ବାଧିକ ୫୨ ହଜାର ଆକ୍ରାନ୍ତ, ୭୭୫ ମୃତ
Anupambharat News Bureau
July 30, 2020

ନୂଆଦିଲ୍ଲୀ: ଭାରତବର୍ଷରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି କରୋନା ଭୂତାଣୁର ସଂକ୍ରମଣ । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଏହି କରୋନା ସଂକ୍ରମଣ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଦୈନିକ ହଜାର ହଜାର ମୃତୁ୍ୟବରଣ କରୁଥିବା ବେଳେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେଉଥିବା ଅତାଙ୍କିତ ବାତାବରଣ ସୃଷ୍ଟି କରିଛି । ଭାରତରେ ଗୋଟିଏ ଦିନରେ ସର୍ବାଧିକ ହାରରେ ୫୨ ହଜାର ୧୨୩ ଜଣ ବ୍ୟକ୍ତି ନୂତନ ଭାବେ କୋଭିଡ଼-୧୯ କରୋନା ସଂକ୍ରମଣର ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ଦେଶରେ ରେକର୍ଡସ୍ତରର ଆକ୍ରାନ୍ତ ଦିନକରେ ବୃଦ୍ଧି ପାଇଛି । ଆଜିସୁଦ୍ଧା ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ୧୫ ଲକ୍ଷ ୮୩ ହଜାର ୭୯୨କୁ ପହଞ୍ଚି ଯାଇଛି । ଏହାବ୍ୟତିତ ଗତ ୨୪ ଘଣ୍ଟାରେ ୭୭୫ ସଂଖ୍ୟକ ଲୋକ ଜୀବନ ହରାଇବା ଯୋଗୁଁ ଦେଶରେ ମୃତକଙ୍କ ସଂଖ୍ୟା ୩୪ ହଜାର ୯୬୮କୁ ବୃଦ୍ଧି ପାଇଛି । ବିଶ୍ୱର ସ୍ଥିତି ମଧ୍ୟ ଅତ୍ୟନ୍ତ ଗମ୍ଭୀରଜନକ ରହିଛି । ୬ ଲକ୍ଷ ୬୭ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବା ବେଳେ ୧ କୋଟି ୭୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ଘଟଣା ବିଶ୍ୱରେ ପ୍ରତ୍ୟେକ ରାଷ୍ଟ୍ରରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି ହୋଇଛି । ସୂଚନା ଯେ, ଭାରତରେ ମହାରାଷ୍ଟ୍ରରେ ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ହାରରେ ବୃଦ୍ଧି ପାଉଥିଲା । ତେବେ ଗତ ୨୪ ଘଣ୍ଟାର ରିପୋର୍ଟ ଅନୁଯାୟୀ ଆଜି ଆନ୍ଧ୍ରପ୍ରଦେଶରେ ରେକର୍ଡ ସ୍ତରର ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଛି । ରାଜ୍ୟରେ ଇତିମଧ୍ୟରେ ଗତ ୨୪ ଘଣ୍ଟାରେ ୬୫ ଜଣ ରୋଗୀ କରୋନା ସଂକ୍ରମଣର ଶିକାର ହୋଇ ମୃତୁ୍ୟବରଣ କରିବା ଯୋଗୁଁ ଆନ୍ଧ୍ରପ୍ରଦେଶରେ ସମୁଦାୟ ମୃତକଙ୍କ ସଂଖ୍ୟା ୧୨୧୩କୁ ବୃଦ୍ଧି ଘଟିଛି । ଏହାବ୍ୟତିତ ଗତ ୨୪ ଘଣ୍ଟାରେ ୧୦୦୯୩ ସଂଖ୍ୟକ ଲୋକ ପୁଣି ଥରେ ସଂକ୍ରମଣ ଶିକାର ହେବା ଯୋଗୁଁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୩୯୦କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ପୁରି ୯ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପି ଯାଇଛି । ପୁରି ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟି ଏହା ୧୪, ୪୬୩କୁ ପହଞ୍ଚି ଯାଇଛି । ତାମିଲନାଡ଼ୁ ଏବଂ ଦିଳ୍ଲୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବଭଳି ବୃଦ୍ଧି ଘଟିଛି । କର୍ଣ୍ଣାଟକରେ ଗତ ୨୪ ଘଣ୍ଟାରେ ୫ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହେବା ଯୋଗୁଁ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୨ ହଜାର ୫୦୪କୁ ପହଞ୍ଚି ଯାଇଛି । ଅତ୍ୟନ୍ତ ସମ୍ବେଦନାଶିଳକ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ରାଜ୍ୟମାନଙ୍କ ମଧ୍ୟରେ ବିହାର, ଆସାମ ଓ ଓଡ଼ିଶା ତାଲିକାରେ ରହିଛି । ବିହାରରେ ପଜିଟିଭ ସଂଖ୍ୟା ୪୦ ହଜାର ଟପି ଯାଇଥିବା ବେଳେ ଆସାମରେ ୩୬ ହଜାର ଟପି ଯାଇଛି ଏବଂ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାରର ଉର୍ଦ୍ଧ୍ୱକୁ ପହଞ୍ଚି ଯାଇଛି । ଭାରତର ଦ୍ୱିତୀୟ ପ୍ରଭାବିତ ରାଜ୍ୟ ଭାବେ ତାମିଲନାଡ଼ୁରେ କରୋନା ମହାମାରୀର





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତୀୟମାନେ ବଡ ଦାୟିତ୍ୱହୀନ: ଟ୍ରମ୍ପ

ଭାରତୀୟମାନେ ବଡ ଦାୟିତ୍ୱହୀନ: ଟ୍ରମ୍ପ

Read More...

କରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ମଞ୍ଜୁର

କରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ମଞ୍ଜୁର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page