୪ରେ ଲଘୁଚାପ

July 31, 2020, ଓଡ଼ିଶା, , Anupambharat News Bureau


୪ରେ ଲଘୁଚାପ
Anupambharat News Bureau
July 31, 2020

ଭୁବନେଶ୍ୱର, ୩୧ା୭(ଅନୁପମ ମିଡ଼ିଆ): ଆସନ୍ତା ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ ଏବଂ ପୁରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୪ ବେଳକୁ ବାୟୁ ମଣ୍ଡଳୀୟ ଚାପର ତାରତମ୍ୟ ଯୋଗୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୦ କିମିରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ଥିବାର ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟକୁ ମାଛ ମାରିବାକୁ ବାରଣ କରାଯାଇଛି ।ଅନ୍ୟପକ୍ଷରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସହ ବଜ୍ରପାତ ସମ୍ଭାବନା ଥିବା ୧୩ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ବରଗଡ,
ଝାରସୁଗୁଡା, ସୁନ୍ଦରଗଡ,ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ନବରଙ୍ଗପୁର,କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାସ୍କ ନପିନ୍ଧିଲେ ପାଞ୍ଚ ହଜାର ଜରିମାନା

ମାସ୍କ ନପିନ୍ଧିଲେ ପାଞ୍ଚ ହଜାର ଜରିମାନା

Read More...

ଜୁଲାଇରେ ନେଲା ୮୬ ମୁଣ୍ଡ

ଜୁଲାଇରେ ନେଲା ୮୬ ମୁଣ୍ଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page