ପୁଣି ୧୦ ମୁଣ୍ଡ ନେଲା: ରାଜ୍ୟରେ ମୃତୁ୍ୟ ସଂଖ୍ୟା ୧୮୭କୁ ବୃଦ୍ଧି

August 01, 2020, ଓଡ଼ିଶା, , Anupambharat News Bureau


ପୁଣି ୧୦ ମୁଣ୍ଡ ନେଲା: ରାଜ୍ୟରେ ମୃତୁ୍ୟ ସଂଖ୍ୟା ୧୮୭କୁ ବୃଦ୍ଧି
Anupambharat News Bureau
August 01, 2020

ଭୁବନେଶ୍ୱର, ୧ା୮(ଅନୁପମ ମିଡ଼ିଆ): ରାଜ୍ୟରେ ପୁଣି କରୋନା ୧୦ ମୁଣ୍ଡ ନେଇଛି । ଫଳରେ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୧୮୭ କୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ପାଞ୍ଚ ଜଣ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ତିନି, ଗଜପତି ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଜଣେ ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ୫୪ ବର୍ଷୀୟ ପୁରୁଷଙ୍କ ମୃତୁ୍ୟ ଘଟିଛି । ସେ ମଧୁମେହ ଓ ହାଇପର ଟେନସନ ରୋଗରେ ପୀଡିତ ଥିଲେ । ସେହିପରି ଗଞ୍ଜାମ ଜିଲ୍ଲାର ୪୪ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତୁ୍ୟ ଘଟିଛି । ସେ ମଧୁମେହରେ ପୀଡିତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାର ଜଣେ ୬୩ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତୁ୍ୟ ଘଟିଛି । ସେହିପରି ଗଞ୍ଜାମ ଜିଲ୍ଲାର କରୋନା ସଂକ୍ରମିତ ହୋଇଥିବା ଜଣେ ୫୬ ବର୍ଷୀୟା ମହିଳାଙ୍କ ମଧ୍ୟ ମୃତୁ୍ୟ ଘଟିଛି । ସେ ମଧୁମେହ, ହାଇପର ଟେନସନ ଓ ଅନ୍ୟ ରୋଗରେ ପୀଡିତ ଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତୁ୍ୟ ଘଟିଛି । ସେ ହାଇପର ଟେନସନରେ ପୀଡିତ ଥିଲେ । ସେହିପରି ଭାବେ ସୁନ୍ଦରଗଡ ଜିଲ୍ଲାର ଜଣେ ୫୬ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତୁ୍ୟ ଘଟିଛି । ସେ ମଧୁମେହ, ହାଇପର ଟେନସନ ଓ ଅନ୍ୟ ରୋଗରେ ପୀଡିତ ଥିଲେ । ଗଜପତି ଜିଲ୍ଲାର ୪୯ ବର୍ଷ ବୟସ୍କ ବ୍ୟକ୍ତିଙ୍କର କରୋନା କାରଣରୁ ମୃତୁ୍ୟ ଘଟିଛି । ସେ ମଧୁମେହ ଓ ହାଇପର ଟେନସନରେ ପୀଡିତ ଥିଲେ । ଖୋର୍ଦ୍ଧା ଜିଲ୍ଲାର ୪୦ ବର୍ଷ ବୟସ୍କ ଜଣେ ପୁରୁଷଙ୍କ ମୃତୁ୍ୟ ଘଟିଛି । ସେ ଡାଇବେଟିସରେ ପୀଡିତ ଥିଲେ । ସେହିପରି ଭାବେ ଭୁବନେଶ୍ୱରର ଜଣେ ୬୨ ଓ ୭୨ ବର୍ଷ ବୟସ୍କ ପୁରୁଷଙ୍କ ମୃତୁ୍ୟ ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସକାଳ ପାଞ୍ଚରୁ ଅପରାହ୍ନ ଚାରି ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା:  ବ୍ରହ୍ମପୁର, ଜିଲ୍ଲା ସୀମା ପୂର୍ବ ଭଳି ସିଲ୍‌ ରହିବ

ସକାଳ ପାଞ୍ଚରୁ ଅପରାହ୍ନ ଚାରି ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା: ବ୍ରହ୍ମପୁର, ଜିଲ୍ଲା ସୀମା ପୂର୍ବ ଭଳି ସିଲ୍‌ ରହିବ

Read More...

ବ୍ରହ୍ମପୁରରେ ଆଉ ଦୁଇ କୋଭିଡ ହସ୍ପିିଟାଲ ଉଦ୍‌ଘାଟିତ:   କୋଭିଡ ନିୟମକୁ ହାଲ୍‌କାରେ ନିଅ;ୁ ନାହିଁ: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁରରେ ଆଉ ଦୁଇ କୋଭିଡ ହସ୍ପିିଟାଲ ଉଦ୍‌ଘାଟିତ: କୋଭିଡ ନିୟମକୁ ହାଲ୍‌କାରେ ନିଅ;ୁ ନାହିଁ: ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page