କ୍ରେନ୍‌ ପଡି ୧୧ ଶ୍ରମିକ ମୃତ

August 01, 2020, ଦେଶ, , Anupambharat News Bureau


କ୍ରେନ୍‌ ପଡି ୧୧ ଶ୍ରମିକ ମୃତ
Anupambharat News Bureau
August 01, 2020

ବିଶାଖାପାଟନମ୍‌: ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍‌ ସ୍ଥିତ ହିନ୍ଦୁସ୍ତାନ ସିପିୟାର୍ଡରେ ଏକ କ୍ରେନ୍‌ ଦୁର୍ଘଟଣାରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ବିଶାଖାପାଟନମ୍‌ ଜିଲ୍ଲାପାଳ ବିନୟ ଚାନ୍ଦ ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି । ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ ଦେଖାଯାଉଛି ଯେ ଜାହାଜ ଚଳାଚଳ କରୁଥିବା କ୍ରେନ୍‌ ହଠାତ୍‌ ତଳେ ଖସିପଡିଥିଲା ।
କ୍ରେନ୍‌ ତଳେ ଚାପି ହୋଇ ଲୋକମାନଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ମନ୍ତ୍ରୀ ଅବନ୍ତୀ ଶ୍ରୀନିବାସ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଦୃଢ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୋଟ୍‌ ୧୮ ଜଣ ଶ୍ରମିକ କ୍ରେନ୍‌ ନିକଟରେ କାମ କରୁଥିଲେ । ଏହି ସମୟରେ ହଠାତ୍‌ କ୍ରେନ୍‌ ଭାଙ୍ଗି ତଳେ ପଡିଯାଇଥିଲା । କ୍ରେନ୍‌ ଧMା ଦେବାରୁ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଆହତ ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସମୟରେ କ୍ରେନ୍‌ ଲୋଡିଂ କରାଯାଉଥିଲା । ଅନ୍ୟ ଶ୍ରମିକମାନଙ୍କୁ କ୍ରେନରୁ ବାହାର କରିବା କାମ ଚାଲିଛି । ସିପିୟାର୍ଡରେ ଏକ କ୍ରେନ୍‌ ଦୁର୍ଘଟଣାରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ବିଶାଖାପାଟନମ୍‌ ଜିଲ୍ଲାପାଳ ବିନୟ ଚାନ୍ଦ ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚୀନ-ଅଷ୍ଟ୍ରେଲିଆ ମଧ୍ୟରେ ବାକଯୁଦ୍ଧ

ଚୀନ-ଅଷ୍ଟ୍ରେଲିଆ ମଧ୍ୟରେ ବାକଯୁଦ୍ଧ

Read More...

ଆରପାରିରେ ସାଂସଦ ଅମର ସିଂ

ଆରପାରିରେ ସାଂସଦ ଅମର ସିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page