ପିପିଲି: ‘ଫନି’ରେ ଭାଙ୍ଗିଛି ୧୯୫ ସ୍କୁଲ ଘର

May 18, 2019, ଓଡ଼ିଶା, , Anupambharat News Bureau


ପିପିଲି: ‘ଫନି’ରେ ଭାଙ୍ଗିଛି ୧୯୫ ସ୍କୁଲ ଘର
Anupambharat News Bureau
May 18, 2019

ପିପିଲି,୧୮ା୫ (ଅନୁପମ ମିଡିଆ): ସାମୁଦ୍ରୀକ ବାତ୍ୟା ’ଫନି’ପ୍ରଭାବରେ ପିପିଲି ବ୍ଲକର ମୋଟ ୨୧୮ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ଓ ହାଇ ସ୍କୁଲ ମଧ୍ୟରୁ ୧୯୫ଟି ସ୍କୁଲ ଘର ଭାଙ୍ଗିଥିବା ବିଭାଗ ସୁତ୍ରରୁ ଜଣାଯାଇଛି । ଏଥି ମଧ୍ୟରୁ ୩୧ଟି ସ୍କୁଲ ସମ୍ପୂର୍ଣ୍ଣଭାବେ ମାଟିରେ ମିଶିଯାଇଛି ।
ଏଥିମଧ୍ୟରୁ ୪୧୩ ଆଜବେଷ୍ଟସ ଶ୍ରେଣୀ କକ୍ଷ, ୧୬୪୭ଟି ଟେବୁଲ, ଚେୟାର ଓ ଆସବାବପତ୍ର ଭାଙ୍ଗିରୁଜି ଯାଇଛି, ୧୮୫୦ଖଣ୍ଡ ଲାଇବ୍ରେରୀ ବହି ନଷ୍ଟ ହୋଇଯାଇଛି, ବିଭିନ୍ନ ସ୍କୁଲ ପରିସରରେ ଥିବା ୨୧୪୨ଟି ବିଭିନ୍ନ ଗଛ, ୫୧ଟି ନଳକୂପ, ୫୩ ରୋଷ ଘର, ୧୩୪ଟି ପାଇଖାନା, ୧୨୦ଟି ଇଲେକଫ୍ରୀ ଖୁଂଟ, ୬୭ ସ୍କୁଲର ପାଚେରୀ, ୧୮ଟି ସ୍କୁଲ ଗେଟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାବେଳେ ୩୨ଟି ଆଂଶିକ ଭାଙ୍ଗିଥିବା ଜଣାଯାଇଛି ।
ଫନି ଯୋଗୁ ସ୍ଥାନୀୟ ଶିକ୍ଷା ବିଭାଗର ୧୨ କୋଟି ୩୪ଲକ୍ଷ ୫୧ ହଜାର ଟଙ୍କାର କ୍ଷୟକ୍ଷତି ଆକଳନ ହୋଇଥିବାବେଳେ ସ୍କୁଲ ଗୁଡ଼ିକର ପୁନରୁଦ୍ଧାର ନିମନ୍ତେ ଏ ସମ୍ପର୍କିତ ଏକ ରିପୋର୍ଟ ଉଚ୍ଚ ଅଧିକାରୀଙ୍କୁ ଦିଆଯାଇଥିବା ପିପିଲି ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପରିଡ଼ା କହିଛନ୍ତି । ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନହଳାପଡ଼ା ହାଇସ୍କୁଲ । ୫ଟି ଶ୍ରେଣୀ ଗୃହ ସମେତ ଅଫିସ ଗୃହ, ବିଜ୍ଞାନଗାର, ରୋଷଘର ଓ ପିଲାମାନଙ୍କର ହଷ୍ଟେଲ ଆଦି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ହଷ୍ଟେଲରେ ରହୁଥିବା ଛାତ୍ରମାନଙ୍କର ବହିପତ୍ର ଏବଂ ସମସ୍ତ ଆସବାବପତ୍ର ପାଣିରେ ଭିଜିଯାଇଛି । ସୂଚନା ମୁତାବକ ଚଳିତ ବର୍ଷ ଏହି ସ୍କୁଲ ପିପିଲି ବ୍ଲକରେ ’ପ୍ରକୃତି ମିତ୍ର’ଓ ’ଶ୍ରେଷ୍ଠ ବିଦ୍ୟାଳୟ’ମାନ୍ୟତା ପାଇଥିଲା । ଏହି ସ୍କୁଲର ପ୍ରାୟ ୩୦ଲକ୍ଷଟଙ୍କାରୁ ଅଧିକ କ୍ଷତି ହୋଇଥିବାବେଳେ ସ୍କୁଲର ପୁନନିର୍ମାଣ ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଂଚଳବାସୀ ଦାବୀ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କିଟ୍‌ ପକ୍ଷରୁ ରିଲିଫ୍‌ ସାମଗ୍ରୀ ବଣ୍ଟନ

କିଟ୍‌ ପକ୍ଷରୁ ରିଲିଫ୍‌ ସାମଗ୍ରୀ ବଣ୍ଟନ

Read More...

ହାତୀ ଦଳିଦେଲା, ଦୁଇ ମୃତ

ହାତୀ ଦଳିଦେଲା, ଦୁଇ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page