ରାକ୍ଷୀ ଅବସରରେ ସୁଶାନ୍ତଙ୍କ ଭଉଣୀଙ୍କ ଭାବବିହ୍ୱଳ

August 03, 2020, ଦେଶ, , Anupambharat News Bureau


ରାକ୍ଷୀ ଅବସରରେ ସୁଶାନ୍ତଙ୍କ ଭଉଣୀଙ୍କ ଭାବବିହ୍ୱଳ
Anupambharat News Bureau
August 03, 2020

ମୁମ୍ବାଇ: ଆଜି ସାରା ଦେଶରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଉଛି ।ସବୁ ଭଉଣୀମାନେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ସୁରକ୍ଷାର ବଚ୍ଚନ ନେଉଛନ୍ତି । ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପରେ ଚଳିତ ବର୍ଷ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ନପାରି ତାଙ୍କ ଭଉଣୀ ଲେଖିଥିବା କବିତା ଏବେ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି । ୩୫ବର୍ଷରେ ଆଜି ପ୍ରଥମ ଥର ପାଇଁ ପୂଜା ଥାଳି ଅଛି, କି;ୁ ଆଳତି ପାଇଁ ତୁ ନାହୁଁ ବୋଲି ଲେଖିଛନ୍ତି ସୁଶାନ୍ତଙ୍କ ବଡ଼ ଭଉଣୀ ରାଣୀ । ସେ ଲେଖିଛନ୍ତି, ଗୁଲଶନ୍‌, ଆଜି ମୋର ଦିନ, ଆଜି ତୋର ଦିନ, ଆଜି ଆମର ଦିନ, ଆଜି ହେଉଛି ରାକ୍ଷୀ ପୂର୍ଣ୍ଣିମା । ୩୫ବର୍ଷ ପରେ ଆଜି ପୂଜାର ଥାଳି ଅଛି, ଆଳତୀ ପାଇଁ ଦୀପ ବି ଜଳୁଛି । ହଳଦୀ ଚନ୍ଦନର ଟୀକା ଓ ମିଠା ମଧ୍ୟ ଅଛିଛ କି;ୁ ଆଳତି ପାଇଁ ସେହି ଚେହେରା ନାହିଁ । ଟୀକା ଲଗାଇବା ପାଇଁ ସେହି ମଥା ଏବଂ ରାକ୍ଷୀ ବାନ୍ଧିବା ପାଇଁ ସେହି ହାତ ନାହିଁ । ଯେତେବେଳେ ତୁ ଆମ ଜୀବନରେ ପ୍ରଥମେ ଆସିଥିଲୁ, ଆମ ଜୀବନ ଚମକି ଉଠିଥିଲା । ତୁ ଯିବା ପରେ ମୁଁ କ’ଣ କରିବି ଜାଣି ପାରୁ ନାହିଁ । କେବେ ଭାବିନଥିଲି କି, ଆଜି ଭଳି ଦିନରେ ତୁ ଆମ ପାଖରେ ନଥିବୁ । ଅନେକ ଜିନିଷ ଆମେ ସାଥିରେ ଶିଖିଛେ । ଏବେ ତୋ ବିନା ରହିବା ମୁଁ ଏକା କେମିତି ଶିଖିବି? ବୋଲି ଲେଖିଛନ୍ତି ସୁଶାନ୍ତଙ୍କ ଭଉଣୀ ରାଣୀ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୫୦ ପ୍ରତିଶତ କର୍ମଚାରୀଙ୍କ ସହ ଖୋଲିବ ବ୍ୟାଙ୍କ,ଆର୍ଥିକ ସଂସ୍ଥା

୫୦ ପ୍ରତିଶତ କର୍ମଚାରୀଙ୍କ ସହ ଖୋଲିବ ବ୍ୟାଙ୍କ,ଆର୍ଥିକ ସଂସ୍ଥା

Read More...

ଉତ୍ତର ଲଦାଖରେ ଭାରତୀୟ ଟ୍ୟାଙ୍କ୍‌ ମୁତୟନ

ଉତ୍ତର ଲଦାଖରେ ଭାରତୀୟ ଟ୍ୟାଙ୍କ୍‌ ମୁତୟନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page