ରାମ କେବେ ଘୃଣା ସୃଷ୍ଟି କରିପାରିବେ ନାହିଁ: ରାହୁଳ

August 05, 2020, ଦେଶ, , Anupambharat News Bureau


ରାମ କେବେ ଘୃଣା ସୃଷ୍ଟି କରିପାରିବେ ନାହିଁ: ରାହୁଳ
Anupambharat News Bureau
August 05, 2020

ଅଯୋଧ୍ୟା: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଅଯୋଧ୍ୟା ଭୂମି ପୂଜନ ଉତ୍ସବ ପରେ ଟୁଇଟ୍‌ କରି ନରେନ୍ଦ୍ର ମୋଦୀ ସରକାରକୁ ଟାର୍ଗେଟ୍‌ କରିଛନ୍ତି । ରାହୁଲ ଟୁଇଟ୍‌ର ଲେଖିଛନ୍ତି ଯେ, ରାମ ହେଉଛନ୍ତି ପ୍ରେମ, ସେ କେବେ ହେଲେ ଘୃଣା ସୃଷ୍ଟି କରିପାରିବେ ନାହିଁ । ରାମ କରୁଣା ଅଟନ୍ତି, ସେ କେବେ କ୍ରୁରତା ପ୍ରକଟ କରିପାରିବେ ନାହିଁ । ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ, ମର୍ଯ୍ୟାଦା ପୁରୁଷୋତମ ଭଗବାନ ରାମ ମାନବୀୟ ଗୁଣର ସ୍ୱରୂପ ଅଟନ୍ତି । ସେ ଆମ ସମସ୍ତଙ୍କ ମନର ଗଭୀରତାରେ ଥିବା ମାନବତାର ମୂଳ ଭାବନା । ରାମ ପ୍ରେମ ଅଟନ୍ତି । ସେ କେବେ ହେଲେ ଘୃଣାରେ ପ୍ରକଟ ହୋଇପାରିବେ ନାହିଁ । ରାମ କରୁଣା ଅଟନ୍ତି । ସେ କେବେ ହେଲେ କ୍ରୁରତା ପ୍ରକଟ କରିପାରିବେ ନାହିଁ । ରାମ ନ୍ୟାୟ ଅଟନ୍ତି, କେବେ ହେଲେ ଅନ୍ୟାୟ ପ୍ରକଟ କରିପାରିବେ ନାହିଁ । ତେବେ କଂଗ୍ରେସ ଭଗବାନ ରାମଙ୍କ ପ୍ରତି ନିଜର ସମର୍ଥନ ବ୍ୟକ୍ତ କରିଛି । ପୂର୍ବରୁ ଏପରି ନଥିଲା । ଭଗବାନ ରାମ ଓ ଅଯୋଧ୍ୟା ସାଧାରଣତଃ ବିଜେପିର ପ୍ରସଙ୍ଗ ରହିଥିଲା । କଂଗ୍ରେସର ପୂର୍ବତନ ଆଭିମୁଖ୍ୟରେ ଏବେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ନିକଟରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଟୁଇଟ୍‌ କରି ରାମ ସମସ୍ତଙ୍କଠାରେ ଅଛନ୍ତି ବୋଲି କହିଥିଲେ । ଅଯୋଧ୍ୟାରେ ଭୂମି ପୂଜନ ବେଳେ ରାହୁଲ ଗାନ୍ଧୀଙ୍କ ଏହି ଟୁଇଟ୍‌ ସାମ୍ନାକୁ ଆସିଥିଲା । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ବୁଧବାର ରାମ ମନ୍ଦିରର ଭୂମି ପୂଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ଉପସ୍ଥିତ ଥିଲେ । ଏହା ବ୍ୟତୀତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଆହୁରି ମଧ୍ୟ ୧୭୦ଜଣ ଅତିଥୀ ଯୋଗ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୋରଦାର ବିସ୍ପୋରଣ : ୭୦ରୁ ଅଧିକ ମୃତ, ୩ହଜାରରୁ ଅଧିକ ଲୋକ ଆହତ

ଜୋରଦାର ବିସ୍ପୋରଣ : ୭୦ରୁ ଅଧିକ ମୃତ, ୩ହଜାରରୁ ଅଧିକ ଲୋକ ଆହତ

Read More...

ଟପ୍‌ ୧୦ରେ ଦୁୁଇ ଓଡିଆ

ଟପ୍‌ ୧୦ରେ ଦୁୁଇ ଓଡିଆ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page