ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଭୂମିପୂଜନ

August 05, 2020, ଦେଶ, , Anupambharat News Bureau


ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଭୂମିପୂଜନ
Anupambharat News Bureau
August 05, 2020

ନୂଆଦିଲ୍ଲୀ , ୫ା୮: ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବେଦ ମନ୍ତ୍ର ଗାନ ମଧ୍ୟରେ ପ୍ରଧାନମନ୍ତ୍ରୀ ବୁଧବାର ୧୨:୫୫:୦୮ରେ ପଡ଼ିଥିବା ମାହେନ୍ଦ୍ର ବେଳାରେ ୪୦ କିଲୋଗ୍ରାମ ଓଜନର ରୂପା ଇଟାରେ ମନ୍ଦିର ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଭୂମି ପୂଜନ ଉତ୍ସବରେ ପ୍ରସ୍ତାବିତ ଗର୍ଭଗୃହ ସ୍ଥାନରେ ଅନ୍ୟମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସହ ବସିଥିଲେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ୍‌ ଓ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ । କେବଳ ପ୍ରଭୁ ରାମଙ୍କ ନଗରୀରେ ନୁହେଁ ସମଗ୍ର ବିଶ୍ୱରେ ‘ଜୟ ଶ୍ରୀରାମ’ ଧ୍ୱନି ଗୁଞ୍ଜରିତ ହେଉଛି । ଦୀର୍ଘ ବର୍ଷ ଧରି ଶିବିରରେ ବାସ କରୁଥିବା ଆମ ରାମ ଲାଲାଙ୍କ ପାଇଁ ବିଶାଳ ମନ୍ଦିରଟିଏ ତୋଳାଯିବ । ଆଜି ରାମ ଜନ୍ମଭୂମି ଭଗ୍ନ ଚକ୍ରରୁ ମୁକ୍ତ ହୋଇ ପୁଣି ନିର୍ମାଣ ହେବାକୁ ଯାଉଛି । ଅଯୋଧ୍ୟାରେ ଭାରତ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରୁଛି । ଯୁଗ ଯୁଗ ପ୍ରତୀକ୍ଷାର ଅବସାନ ଘଟିଛି । ଏହି ମନ୍ଦିର ଆମ ଭକ୍ତି, ଜାତୀୟ ଆବେଗର ସଙ୍କେତ ହେବ । ଏହି ମନ୍ଦିର ଆମ କୋଟି କୋଟି ଜନତାଙ୍କ ସାମୁହିକ ପ୍ରତିବଦ୍ଧତାର ସଙ୍କେତ ହେବ । ଏହା ଆମ ଆଗାମୀ ବଂଶଜମାନଙ୍କୁ ଉତ୍ସାହ ଦେବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରର ଆୟୋଜିତ ସଭାରେ ପ୍ରକାଶ କରିଥିଲେ । ଆଜି ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସ୍ଥଳୀରେ ପହଞ୍ଚିବାପରେ ରାମ ଲାଲାଙ୍କୁ ଦର୍ଶନପୂର୍ବକ ଆଳତି କରି ଫୁଲମାଳ ପିନ୍ଧାଇଥିଲେ । ମନ୍ଦିର ନିର୍ମାଣ ପରିଧି ମଧ୍ୟରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ଗଙ୍ଗଶିଉଳି’ ଚାରାଟିଏ ରୋପଣ କରିଥିଲେ । ଏହାଛଡ଼ା ଶିଳାନ୍ୟାସ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ‘ଶ୍ରୀରାମ ଜନ୍ମଭୂମି ମନ୍ଦିର’ ଉପରେ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିଥିଲେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟା ସ୍ଥିତ ହନୁମାନଗଡ଼ି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ସେଠାରେ ପ୍ରଧାମନ୍ତ୍ରୀଙ୍କୁ ମୁକୁଟ ଉପହାର ପ୍ରଦାନ କରାଯାଇଥିଲା । ଉଲ୍ଲେଖ୍ୟଯୋଗ୍ୟଯେ ଭୂମି ପୂଜନ ପାଇଁ ଏଠାରେ ମୋଟ ୯ଟି ଇଟା ରଖାଯାଇଥିଲା, ଏହି ଇଟା ଗୁଡିକ ୧୯୮୯ରେ ଭଗବାନ ରାମଙ୍କ ଭକ୍ତମାନେ ସମଗ୍ର ଦେଶ ତଥା ବିଶ୍ୱରୁ ପଠାଇଥିଲେ । ରାମ ଭକ୍ତମାନେ ପୃଥିବୀର ବିଭିନ୍ନ ସ୍ଥାନରୁ ମୋଟ ୨ଲକ୍ଷ ୭୫ହଜାର ଇଟା ପଠାଇଛନ୍ତି । ସେଥିମଧ୍ୟରୁ ୧୦୦ଟି ଇଟାରେ ଜୟ ଶ୍ରୀ ରାମ ଲେଖାଯାଇଛି । ଅନ୍ୟପକ୍ଷେ ଶ୍ରୀରାମ ଜନ୍ମଭୂମି ଠାରେ ମନ୍ଦିର ନିର୍ମାଣ ପାଇଁ ଶତାବ୍ଦୀ ଶତାବ୍ଦୀ ଧରି ଥିବା ଆଜି ପୂର୍ଣ ହେଉଥିବାରୁ ଲୋକଙ୍କ ମଧ୍ୟରେ ଆନନ୍ଦ ରହିଛି ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର ସଂଘଚାଳକ ମୋହନ ଭାଗବତ । ଅଯୋଧ୍ୟାରେ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୋହନ ଭାଗବତ କହିଛନ୍ତି ଯେ ପ୍ରଭୁ ଶ୍ରୀରାମ ଯେଉଁ ଧର୍ମ ପାଇଁ ଜଣା ଯାଆନ୍ତି ,ଯାହା ବିଶ୍ୱକୁ ସୁଖ ଶାନ୍ତିର ବାର୍ତ୍ତା ଦେଇଥାଏ, ତା ପାଇଁ ଆମର ମନକୁ ମନ୍ଦିର ଭାବେ ଗଢି ତୋଳିବାର ଆବଶ୍ୟକତା ରହିଛି । ପୁରୁଷାର୍ଥର ଭାବନା ଆମର ଶୀରା ଧମନୀରେ ରହିଛି । ରାମ ସମସ୍ତଙ୍କର ଓ ସମସ୍ତଙ୍କ ମଧ୍ୟରେ ରାମ ରହିଛନ୍ତି । ଏହା ସମସ୍ତ ଭାରତବାସୀଙ୍କ ପାଇଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ସଂଘର ତତ୍କାଳୀନ ସରସଂଘଚାଳକ ବାଲା ସାହେବ ଦେଓରସ କହିଥିଲେ ଯେ, ଏହି କାମକୁ ୩୦ ବର୍ଷ ଧରି କରିବାକୁ ହେବ । ତେବେ ଯାଇ ଏହା ପୂରଣ ହେବ । ଆମେ ତାକୁ କରିଛେ ତଥା ସଙ୍କଳ୍ପ ପୂର୍ତ୍ତିର ଆନନ୍ଦ ଆଜି ଆମକୁ ମିଳୁଛି ବୋଲି ସେ କହିଛନ୍ତି । ସେହିଭଳି ପାଞ୍ଚ ଶହ ବର୍ଷର ସଙ୍କଳ୍ପ ଆଜି ପୂରା ହେଲା ବୋଲି କହିଛନ୍ତି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଯୋଧ୍ୟାରେ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏହା କହିଛନ୍ତି । ସେ କହିଛନ୍ତି ଯେ ବର୍ଷ ବର୍ଷର ସଂଘର୍ଷ ପରେ ଏହି ଦିନ ଆସିଛି । ଯେଉଁ ସ୍ୱପ୍ନ ଆମେ ସମସ୍ତେ ଦେଖିଥିଲେ ତାହା ଆଜି ପୂରଣ ହେଉଛି । ଏହି ସମୟ ଆମ ପାଇଁ ଉତ୍ସାହ ଓ ପ୍ରେରଣାର ସମୟ ବୋଲି ଯୋଗୀ କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିନକରେ କରୋନାରେ ୧୩୩୭ ଆକ୍ରାନ୍ତ, ନ’ ମୃତ

ଦିନକରେ କରୋନାରେ ୧୩୩୭ ଆକ୍ରାନ୍ତ, ନ’ ମୃତ

Read More...

ବୁର୍ଲା ଓ ବ୍ରହ୍ମପୁରରେ ପ୍ଲାଜମା ବ୍ୟାଙ୍କ୍‌ ଉଦ୍‌ଘାଟିତ: ସବୁ ଅଞ୍ଚଳରେ ପ୍ଲାଜମା ଦାନ ଓ ଚିକିତ୍ସା ସୁବିଧା ହେବ:ମୁଖ୍ୟମନ୍ତ୍ରୀ

ବୁର୍ଲା ଓ ବ୍ରହ୍ମପୁରରେ ପ୍ଲାଜମା ବ୍ୟାଙ୍କ୍‌ ଉଦ୍‌ଘାଟିତ: ସବୁ ଅଞ୍ଚଳରେ ପ୍ଲାଜମା ଦାନ ଓ ଚିକିତ୍ସା ସୁବିଧା ହେବ:ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page