ବର୍ଷାରେ ବେହାଲ୍‌ ମାୟାନଗରୀ

August 06, 2020, ଦେଶ, , Anupambharat News Bureau


ବର୍ଷାରେ ବେହାଲ୍‌ ମାୟାନଗରୀ
Anupambharat News Bureau
August 06, 2020

ମୁମ୍ବାଇ: ମାୟନଗରୀ ମୁମ୍ବାଇରେ ଗତ କିଛି ଦିନ ହେଲା ଭୀଷଣ ବର୍ଷା ଲାଗି ରହିଛି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କରୋନା ପାଇଁ ଲୋକେ ଏତେ ହଇରାଣ ହରକତ ହେଉଥବା ସମୟରେ ପୁଣି ବର୍ଷା ଯୋଗୁଁ ଲୋକଙ୍କ ଅବସ୍ଥା ଆହୁରି ବିଗିଡ଼ିବାରେ ଲାଗିଛି । ରାସ୍ତାଘାଟ ପାଣିରେ ବୁଡି ରହିଛି । ଲୋକାଲ ଟ୍ରେନ ବନ୍ଦ ରହିଛି । ବୁଧବାର ଦିନ ଘଣ୍ଟା ପ୍ରତି ୧୦୭ କିମି ବେଗରେ ପବନ ବୋହୁଥିଲା ।
ଭାରତୀୟ ପାଣିପାଗ ବିଭାଗ କହିଛି ଯେ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଗୁରୁବାର ସକାଳ ପର୍ଯ୍ୟନ୍ତ ଭୀଷଣ ବର୍ଷା ଲାଗି ରହିବ । ପାଣିପାଗ ବିଭାଗ ଅନୁସାରେ ସମୁଦ୍ରରେ ଅପରାହ୍ନ ୧.୫୧ ସମୟରେ ହାଇଟାଇଡ ଆସିବାର ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ରରେ ୪.୩୩ ମିଟର ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ଯେକୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ମହାରାଷ୍ଟ୍ରରେ ୧୬ ଏନଡିଆରଏଫ ଟିମ ନିୟୋଜିତ କରାଯାଇଛି । ମୁମ୍ବାଇରେ ୫ଟି ଏନଡିଆରଏଫ ଟିମ ନିୟୋଜିତ କରାଯାଇଛି । ଏହାଛଡା କୋଲ୍‌ହା ପୁରରେ ୪, ସାଙ୍ଗଲିରେ ୨, ସତାରା, ଥାନେ, ପାଲଘର, ନାଗପୁର ଓ ରାୟଗଢ଼ରେ ଗୋଟିଏ ଲେଖାଏଁ ଟିମ ନିୟୋଜିତ କରାଯାଇଛି । ଭୀଷଣ ବର୍ଷା ଯୋଗୁଁ ରାୟଗଢ଼ ଜିଲ୍ଲାରେ ଜବାହାରଲାଲ ନେହରୁ ପୋର୍ଟ ଟ୍ରଷ୍ଟରେ ନିୟୋଜିତ ଉଚ୍ଚ କ୍ଷମତା ବିଶିଷ୍ଟ ୩ଟି କ୍ରେନ ପବନରେ ଓଲଟି ପଡିଥିଲା ସକାଳ ସାଢେ ୮ଟା ରୁ ସନ୍ଧ୍ୟା ସାଢେ ୫ଟା ଯାଏଁ ଭୀଷଣ ବର୍ଷା ହୋଇଥିଲା । ମୁମ୍ବାଇ ମରିନ ଡ୍ରାଇଭ ଅଞ୍ଚଳରେ ଥିବା ଇସ୍ଲାମ ଜିମଖାନା, ପାର୍ସି ଜିମଖାନାର ଗ୍ରାଉଣ୍ଡରେ ପାଣି ଭର୍ତ୍ତି ହୋଇଯାଇଥିଲା । ଅଣ୍ଟା ଯାଏଁ ପାଣି ଭର୍ତ୍ତି ହୋଇଯାଇଥିଲ । ବହୁ ସଂଖ୍ୟାରେ ଗଛ ଭାଙ୍ଗି ଯାଇଛି । ଭୀଷଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଟ୍ରେନ ଓ ବସ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ରେଳ ଧାରଣାରେ ପାଣି ଭର୍ତ୍ତି ହୋଇଯିବାରୁ ଲୋକାଲ ଟ୍ରେନରେ ଫସି ରହିଥିବା ୨୯୦ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରା ଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ କଥାବାର୍ତ୍ତା କରି ବର୍ଷା ଯୋଗୁଁ ଉତ୍ପର୍ଣ୍ଣ ହୋଇଥିବା ସ୍ଥିତି ଉପରେ ସବୁ ସମ୍ଭାବ୍ୟ ସାହାଯ୍ୟ କରିବାକୁ ଆଶ୍ୱାସନା ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅନର୍‌ କିଲିଙ୍ଗ୍‌:ପ୍ରେମୀ ଯୁଗଳଙ୍କୁ ହତ୍ୟା କଲେ ପରିବାର

ଅନର୍‌ କିଲିଙ୍ଗ୍‌:ପ୍ରେମୀ ଯୁଗଳଙ୍କୁ ହତ୍ୟା କଲେ ପରିବାର

Read More...

ଭାରତରେ ରହିଲେ ହିନ୍ଦୁ, ପାକିସ୍ତାନରେ ରହିଲେ ଇସ୍‌ଲାମ୍‌ ଧର୍ମ:  ଯେଉଁ ଦେଶରେ ରହିଲେ ସେହି ଫଳ ଖାଇବାକୁ ପଡିବ

ଭାରତରେ ରହିଲେ ହିନ୍ଦୁ, ପାକିସ୍ତାନରେ ରହିଲେ ଇସ୍‌ଲାମ୍‌ ଧର୍ମ: ଯେଉଁ ଦେଶରେ ରହିଲେ ସେହି ଫଳ ଖାଇବାକୁ ପଡିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page