କ୍ରାସ ଲ୍ୟାଣ୍ଡିଂ, ଏୟାର ଇଣ୍ଡିଆ ବିମାନ ଦିଖଣ୍ଡ ଦୁଇ ପାଇଲଟଙ୍କ ସମେତ ୧୫ ମୃତ

August 07, 2020, ଦେଶ, , Anupambharat News Bureau


କ୍ରାସ ଲ୍ୟାଣ୍ଡିଂ, ଏୟାର ଇଣ୍ଡିଆ ବିମାନ ଦିଖଣ୍ଡ ଦୁଇ ପାଇଲଟଙ୍କ ସମେତ ୧୫ ମୃତ
Anupambharat News Bureau
August 07, 2020

ନୂଆଦିଲ୍ଲୀ: କେରଳର କୋଜିକୋଡ ରନ୍‌େୱରେ ଏୟାର ଇଣ୍ଡିଆର ଏକ ଯାତ୍ରୀ ବାହୀ ବିମାନ ଶୁକ୍ରବାର ସନ୍ଧ୍ୟା ୭.୪୦ରେ କ୍ରାସ ଲ୍ୟାଣ୍ଡିଂ ଦୁଇ ପାଇଲଟଙ୍କ ସମେତ ୧୫ ଜଣଙ୍କ ମୃତୁ୍ୟ ଘଟିଛି । ଏଥିରେ ବହୁ ଗୁରୁତର ଥିବାରୁ ମୃତୁ୍ୟ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ପ୍ରବଳ ବର୍ଷା ଯୋଗୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ବିମାନଟ ଦୁବାଇରୁ ୧୯୦ ଯାତ୍ରୀଙ୍କୁ ନେଇ ଆସିଥିଲା । ଏଥିରେ ୧୮୯ ଯାତ୍ରୀ ଥିବା ବେଳେ ଛ’ ଜଣ ବିମାନ କର୍ମଚାରୀ ରହିଥିଲେ । ତେବେ ବିମାନଟି ଦୁର୍ଘଟଣାର ସମ୍ମୁଖିନ ପରେ ଦୁଇଖଣ୍ଡ ହୋଇଯାଇଥିବା କୁହାଯାଉଛି । ତେବେ ନିଆଁ ନଲାଗିବା ଯୋଗୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛି । ତେବେ ଦୁଇ ପାଇଲେଟଙ୍କ ସମେତ ୧୫ ଯାତ୍ରୀଙ୍କ ମୃତୁ୍ୟ ଘଟିଥିବା କୁହାଯାଉଛି । ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନ୍‌ଡିଆରଏଫ ଟିମ୍‌ ଏହି କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଘଟଣାରେ ବହୁ ସଂଖ୍ୟକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ବୋଲି ସୂଚନାରୁ ଜଣାପଡିଛି । ବୋଇଙ୍ଗ୍‌ ୭୩୭ ଏଆର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଏବଂ ଡିଜିସିଏ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି । ତେବେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି ବୋଲି କୁହାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟୁଇଟ୍‌ କରି କହିଛନ୍ତି ଯେ, ମୃତକଙ୍କ ଉଦ୍ଦେଶ୍ୟରେ ସେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଗୁରୁତର ଆହତ ମାନେ ତୁରନ୍ତ ସୁସ୍ଥ ହୁଅନ୍ତୁ ବୋଲି ଶୁଭକାମନା କରିଛନ୍ତି । ପ୍ରାପ୍ତ ସୂଚନା ମୁତାବକ ଏହି ଦୁର୍ଘଟଣାରେ ୫୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ବେଳେ ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏ ସମ୍ପର୍କରେ ଏକ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଶୁକ୍ରବାର ଦିନ ସନ୍ଧ୍ୟା ବେଳେ କେରଳରେ କୋଜିକୋଡ ସହରରେ ପ୍ରବଳ ବର୍ଷା ହୋଇଥିଲା । ଏପରିକି ବିମାନ ଅବତରଣ ବେଳେ ମଧ୍ୟ ବର୍ଷା ହେଉଥିବା ଜଣାପଡିଥିଲା । ବିମାନରେ ୧୦ ଜଣ ଶିଶୁ ମଧ୍ୟ ଫେରୁଥିଲେ । କରୋନା ମହାମାରୀ ଚାଲିଥିବା ବେଳେ ବନ୍ଦେ ଭାରତ ଯୋଜନା ଆନୁକୂଲ୍ୟରେ ଭାରତୀୟମାନଙ୍କୁ ଏହି ବିମାନରେ ସ୍ଥାନାନ୍ତର କରାଯାଉଥିଲା । ତେବେ ଦୁର୍ଭାଗ୍ୟବଶତଃ ଏହା ଦୁର୍ଘଟଣାର ସମ୍ମୁଖୀନ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୧ ଯାଏଁ ବର୍ଷା ଆଶଙ୍କା

୧୧ ଯାଏଁ ବର୍ଷା ଆଶଙ୍କା

Read More...

ଅନର୍‌ କିଲିଙ୍ଗ୍‌:ପ୍ରେମୀ ଯୁଗଳଙ୍କୁ ହତ୍ୟା କଲେ ପରିବାର

ଅନର୍‌ କିଲିଙ୍ଗ୍‌:ପ୍ରେମୀ ଯୁଗଳଙ୍କୁ ହତ୍ୟା କଲେ ପରିବାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page