୧୧ ପାକିସ୍ତାନୀ ଶରଣାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ

August 09, 2020, ଦେଶ, , Anupambharat News Bureau


୧୧ ପାକିସ୍ତାନୀ ଶରଣାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ
Anupambharat News Bureau
August 09, 2020

ଯୋଧପୁର: ରାଜସ୍ଥାନ ଯୋଧପୁର ଜିଲ୍ଲାରୁ ଏକ ବଡ ଖବର ଆସିଛି ୧୧ ପାକିସ୍ତାନୀ ଶରଣାର୍ଥୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଘଟଣାରେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଘଟଣା ସମ୍ପର୍କରେ ପୋଲିସ ମଧ୍ୟ ଟେର ପାଉନି । ସୂଚନା ପାଇ ଘଟଣାସ୍ଥଳରେ ଅଧିକାରୀ ପହଞ୍ଚି ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି ।
ମାମଲା ଦିସୁ ଥାନା ଅନ୍ତର୍ଗତ ଲୋଦତା ଗାଁର ମୃତ୍ୟୁର କାରଣ ଏବେ ଯାଏଁ ଜଣାପଡିନାହିଁ କି;ୁ ପ୍ରାଥମିକ ତଦନ୍ତରୁ ବିଷାକ୍ତ ଗ୍ୟାସ କିମ୍ବା କୌଣସି ବିଷାକ୍ତ ପଦାର୍ଥ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି । ପୋଲିସ କହିଛି ଯେ ପରିବାର ପାକ ବିସ୍ଥାପିତ ଏବଂ ଏଠାରେ ରହୁଥିଲେ । କୌଣସି ବିଷାକ୍ତ ପଦାର୍ଥ ଯୋଗୁଁ ପରିବାରର ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଥାନା ଅଧିକାରୀ ଆଶଙ୍କା କରିଛନ୍ତି । ମୃତକଙ୍କ ମଧ୍ୟରେ ୬ ବ୍ୟକ୍ତି ଓ ୫ ଶିଶୁ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ପରିବାର ଜଣେ ଭଉଣୀ ଯିଏ ପେସାରେ ନର୍ସ ସେ ନିଜ ଭାଇକୁ ରାକ୍ଷୀ ବାନ୍ଧିବାକୁ ଆସିଥିଲେ । ରାକ୍ଷୀ ପରଠାରୁ ସେ ମଧ୍ୟ ତାଙ୍କ ସହିତ ରହୁଥିଲେ । କିଛି ଲୋକ କହୁଛନ୍ତି ଯେ, ଭଉଣୀ ପ୍ରଥମେ ସମସ୍ତଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇ ପରେ ନିଜେ ଇଞ୍ଜେକ୍ସନ ନେଇଥିବ, ଯେଉଁଥିପାଇଁ ସମସ୍ତଙ୍କର ମୃତ୍ୟୁ ହୋଇଛି ।
ପୋଲିସ ଯାଞ୍ଚରୁ ଜଣାପଡିଛି ଯେ ପରିବାରରେ ୧୧ ଜଣ ସଦସ୍ୟ ଥିଲେ ଭଉଣୀ ଆସି ରହିବା ପରେ ୧୨ ଜଣ ହୋଇଥିଲେ କି;ୁ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ପରିବାରର ଜଣେ ସଦସ୍ୟ କ୍ଷେତରେ ନଳକୂପ ଆଡକୁ ଯାଇଥିଲା ରାତିରେ ନିଦ ଲାଗିବାରୁ ସେ ସେଠାରେ ଶୋଇପଡିଥିବା କହିଛି । ସକାଳେ ସେ ଆସି ଦେଖିଲାବେଳେ ପୁରା ପରିବାର ସବୁଦିନ ପାଇଁ ଶୋଇପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀଲଙ୍କାର ଚତୁର୍ଥଥର ପ୍ରଧାନମନ୍ତ୍ରୀ ହେଲେ ମହିନ୍ଦା ରାଜପକ୍ଷେ

ଶ୍ରୀଲଙ୍କାର ଚତୁର୍ଥଥର ପ୍ରଧାନମନ୍ତ୍ରୀ ହେଲେ ମହିନ୍ଦା ରାଜପକ୍ଷେ

Read More...

ଟ୍ରମ୍ପ ଆମ ପାଇଁ ବିପଦ: ଚୀନ୍‌

ଟ୍ରମ୍ପ ଆମ ପାଇଁ ବିପଦ: ଚୀନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page