ରାଜ୍ୟରେ କରୋନା ଆକ୍ରାନ୍ତ ୪୫ ହଜାର ଟପିଲା, ସୁସ୍ଥ ସଂଖ୍ୟା ୩୧,୭୮୪କୁ ବୃଦ୍ଧି

August 09, 2020, ଓଡ଼ିଶା, , Anupambharat News Bureau


ରାଜ୍ୟରେ କରୋନା ଆକ୍ରାନ୍ତ ୪୫ ହଜାର ଟପିଲା,  ସୁସ୍ଥ ସଂଖ୍ୟା ୩୧,୭୮୪କୁ ବୃଦ୍ଧି
Anupambharat News Bureau
August 09, 2020

ଭୁବନେଶ୍ୱର,୯ା୮(ଅନୁପମ ମିଡ଼ିଆ): ରାଜ୍ୟରେ ଗୋଟିଏ ଦିନରେ ୧୭୩୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୪୫୯୨୭ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଅନ୍ୟପକ୍ଷେ­ ରାଜ୍ୟର ୨୭ଟି ଜିଲ୍ଲାରୁ ଆଜି ୧୫୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୩୧ ହଜାର ୭୮୪କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ୧୭୩୪ ଜଣଙ୍କ ମଧ୍ୟରୁ ୧୦୭୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୬୫୯ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ କୋରୋନା ଆକ୍ରାନ୍ତ ମାନେ ମୋଟ ୨୯ ଟି ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୩୪୨ ଟି ଲେଖାଏଁ ନୂଆ ମାମଲା ସାମନାକୁ ଆସିଛି । ସେହିପରି ଗଞ୍ଜାମ ଜିଲ୍ଲାରେ ୨୨୨ଟି ମାମଲା ସାମନାକୁ ଆସିଛି । ଅନୁଗୁଳ ଜିଲ୍ଲାରେ ଚାରି , ବାଲେଶ୍ୱର ଜିଲ୍ଲାରେ ୭୩ ଜଣ, ବରଗଡ ଜିଲ୍ଲାରେ ୫୧, ଭଦ୍ରକ ଜିଲ୍ଲାରେ ୫୮, ବଲାଙ୍ଗିର ଜିଲ୍ଲାରେ ଛ’,ବୌଦ୍ଧ ଜିଲ୍ଲାରେ ସାତ,କଟକ ଜିଲ୍ଲାରେ ୧୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡ ଜିଲ୍ଲାରେ ପାଞ୍ଚ, ଢେଙ୍କାନାଳ ଜିଲ୍ଲାରେ ୨୯, ଗଜପତି ଜିଲ୍ଲାରେ ୮୫, ଜଗତସିଂହପୁର ଜିଲ୍ଲାରେ ୧୨, ଯାଜପୁର ଜିଲ୍ଲାରେ ୩୮. ଝାରସୁଗୁଡା ଜିଲ୍ଲାରେ ଛ’, କଳାହାଣ୍ଡି ଜିଲ୍ଲାରେ ୨୪, କନ୍ଧମାଳ ଜିଲ୍ଲାରେ ୫୯, କେନ୍ଦ୍ରାପଡା ଜିଲ୍ଲାରେ ଦୁଇ ,କେନ୍ଦୁଝର ଜିଲ୍ଲାରେ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୬୦ ଜଣ, ମାଲକାନଗିରି ଜିଲ୍ଲାରେ ୫୨ , ମୟୁରଭଞ୍ଜ ଜିଲ୍ଲାରେ ୩୫, ନବରଙ୍ଗପୁୁରରେ ୧୩, ନୟାଗଡ ଜିଲ୍ଲାରେ ୧୦୬, ନୂଆପଡା ଜିଲ୍ଲାରେ ୨୨, ପୁରୀ ଜିଲ୍ଲାରେ ୫୫ , ରାୟଗଡା ଜିଲ୍ଲାରେ ୧୮, ସମ୍ବଲପୁର ଜିଲ୍ଲାରେ ୧୪ ତଥା ସୁନ୍ଦରଗଡ ଜିଲ୍ଲାରେ ୧୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷେ ସୁସ୍ଥଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୦୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୨୧୦ , କଟକ ଜିଲ୍ଲାରୁ ୧୩୧ ଜଣ, କୋରାପୁଟ ଜିଲ୍ଲାରୁ ୧୨୮ ଜଣ, ଗଜପତି ଜିଲ୍ଲାରୁ ୧୧୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୮୩ ଜଣ, ଯାଜପୁର ଜିଲ୍ଲାରୁ ୫୮ , ସମ୍ବଲପୁର ଜିଲ୍ଲାରୁ ୪୯ , ମାଲକାନଗିରି ଜିଲ୍ଲାରୁ ୪୭ , କନ୍ଧମାଳ ଜିଲ୍ଲାରୁ ୪୬ , ରାୟଗଡ଼ା ଜିଲ୍ଲାରୁ ୩୫ , ନୟାଗଡ଼ ଜିଲ୍ଲାରୁ ୩୩ ଓ ଭଦ୍ରକ ଜିଲ୍ଲାରୁ ୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଜଗତସିଂହପୁର ଜିଲ୍ଲାରୁ ୨୭ , କଳାହାଣ୍ଡି ଜିଲ୍ଲାରୁ ୨୫ , କେନ୍ଦୁଝର ଜିଲ୍ଲାରୁ ୨୩ , ଢେଙ୍କାନାଳ ଜିଲ୍ଲାରୁ ୨୧, ନବରଙ୍ଗପୁର, ମୟୂରଭଞ୍ଜ ଜିଲ୍ଲାରୁ ୧୫ ଜଣ ଲେଖାଏଁ, ପୁରୀ ଜିଲ୍ଲାରୁ ୧୪ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦ , କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦ , ସୁବର୍ଣ୍ଣପୁର ଜିଲ୍ଲାରୁ ସାତ, ଝାରସୁଗୁଡ଼ା ଜିଲ୍ଲାରୁ ପାଞ୍ଚ, ସୁନ୍ଦରଗଡ଼ ଜିଲ୍ଲାରୁ ଚାରି, ବରଗଡ଼ ଜିଲାରୁ ଦୁଇ ଓ ଅନୁଗୁଳ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ସେହି ଅନୁସାରେ ବଢ଼ୁଥିବା ପରିଲକ୍ଷିତ ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୧ ଜିଲ୍ଲାରେ ପ୍ରବଳ ବର୍ଷିବ

୧୧ ଜିଲ୍ଲାରେ ପ୍ରବଳ ବର୍ଷିବ

Read More...

କୋଭିଡ କେୟାର ସେଣ୍ଟରରେ ନିଆଁ, ୧୦ ମୃତ

କୋଭିଡ କେୟାର ସେଣ୍ଟରରେ ନିଆଁ, ୧୦ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page