ଅମୃତ ଯୋଜନା କାର୍ଯ୍ୟକାରୀ, ଓଡ଼ିଶା ପୁଣି ଏକ ନମ୍ବର

August 10, 2020, ଓଡ଼ିଶା, , Anupambharat News Bureau


ଅମୃତ ଯୋଜନା କାର୍ଯ୍ୟକାରୀ,  ଓଡ଼ିଶା ପୁଣି ଏକ ନମ୍ବର
Anupambharat News Bureau
August 10, 2020

ଭୁବନେଶ୍ୱର, ୧୦ା୮(ଅନୁପମ ମିଡ଼ିଆ): ଅମୃତ ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ଓଡ଼ିଶା ପୁର୍ନବାର ଦେଶରେ ପ୍ରଥମ ସ୍ଥାନ ବଜାୟ ରଖିଛି । ପୂର୍ବରୁ ୨୦୧୫-୧୬, ୨୦୧୬-୧୭ ଓ ୨୦୧୭-୧୮ ରେ ଓଡ଼ିଶା ଜାତୀୟ ସ୍ତରରେ କ୍ରମାଗତ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାବେଳେ ଲଗାତାର ଦୁଇବର୍ଷ ଧରି ପ୍ରଥମ ସ୍ଥାନ ହାସଲ କରିଛି । ରାଜ୍ୟର ଏଭଳି ସଫଳତା ସଂକ୍ରାନ୍ତରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେବା ସହିତ ସଫଳତା ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ବଧେଇ ଜଣେଇଛନ୍ତି । ରାଜ୍ୟ ଗୁଡିକର କାର୍ଯ୍ୟ ଅଗ୍ରଗତିକୁ ନେଇ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ର୍ୟାଙ୍କିଂରେ ଓଡ଼ିଶା ୮୫.୬୭ ପ୍ରତିଶତ ମାର୍କ ପାଇ ପ୍ରଥମ ସ୍ଥାନରେ ରହିଛି । ୨୦୧୫ ମସିହାରେ ଅମୃତ ଯୋଜନା ଆରମ୍ଭ ହୋଇଥିବାବେଳେ ଏହା ମାଧ୍ୟମରେ ୯ଟି ଅମୃତ ସହରରେ ଜଳ ଯୋଗାଣ, ବର୍ଜ୍ୟଜଳ ବିଶୋଧନ ପ୍ଲାଣ୍ଟ ନିର୍ମାଣ ସହିତ ସବୁଜ ବଳୟ ସୃଷ୍ଟି କରାଯାଉଛି । ରାଜ୍ୟର କାର୍ଯ୍ୟକାରୀ ହେଉଥିବା ୧୯୧ ଟି ପ୍ରକଳ୍ପ ମଧ୍ୟରୁ ବର୍ତମାନ ସୁଦ୍ଧା ୧୪୮ଟିର କାମ ସରିଥିବାବେଳେ ଅବଶିଷ୍ଟ ଗୁଡିକ ମାର୍ଚ୍ଚ ୨୦୨୧ ସୁଦ୍ଧା ସାରିବାର ଲକ୍ଷ୍ୟ ରହିଛି ।
ସହରାଞ୍ଚଳରେ ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ଓଡିଶା ଉଲ୍ଲେଖନୀୟ କାର୍ଯ୍ୟ କରିଛି । ଓଡିଶାର ୯ଟି ସହରରେ ଅମୃତ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏଠାରେ ପାଇପ୍‌ ଯୋଗେ ଜଳଯୋଗାଣ ବ୍ୟବସ୍ଥା ନିଶ୍ଚିତ କରାଯାଇଛି । ଏହିସବୁ ସହର ଗୁଡିକ ହେଉଛି ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବାରିପଦା, ବାଲେଶ୍ୱର, ଭଦକ୍ର, ବ୍ରହ୍ମପୁର ଓ ପୁରୀ । ଏହିସବୁ ସହର ଗୁଡିକରେ ୨୪୦୦ କିଲୋମିଟରର ପାଇପ୍‌ ବିଛା ଓ ବଦଳ କାମ ସରିଥିବାବେଳେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ଶତ ପ୍ରତିଶତ କାର୍ଯ୍ୟ ସମାପ୍ତ ହେବ । ୬ଟି ଜଳ ବିଶୋଧନ ପ୍ଲାଂଟ ମଧ୍ୟରୁ ରାଉରକେଲା ଓ ଭୁବନେଶ୍ୱର ଠାରେ ଦୁଇଟି କାର୍ଯ୍ୟକାରୀ ହୋଇଛି । ୮୯ଟି ନୂତନ ସ୍ୱୟଂକ୍ରିୟ ଇଏସଆର ଓ ଜିଏସଆର ବ୍ୟବସ୍ଥାରେ ଜଳ ଗଚ୍ଛିତ ଓ ପରିଚାଚଳନା କାର୍ଯ୍ୟକୁ ଅଧିକ ତ୍ୱରନ୍ୱିତ କରାଯାଇ ପାରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୨ରେ ଯୁକ୍ତ ଦୁଇ ବିଜ୍ଞାନ ରେଜଲଫ

୧୨ରେ ଯୁକ୍ତ ଦୁଇ ବିଜ୍ଞାନ ରେଜଲଫ

Read More...

ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ: ହାଇକୋର୍ଟ

ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ: ହାଇକୋର୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page