ପ୍ରଣବ ମୁଖାର୍ଜୀଙ୍କୁ କରୋନା

August 10, 2020, ଦେଶ, , Anupambharat News Bureau


ପ୍ରଣବ ମୁଖାର୍ଜୀଙ୍କୁ କରୋନା
Anupambharat News Bureau
August 10, 2020

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କୋଭିଡ଼-୧୯ ନମୁନା ପଜିଟିଭ ଆସିଥିବା ଜଣାପଡିଛି । ଏହି ସମ୍ପର୍କରେ ନିଜେ ପୂର୍ବତନ ରାଷ୍ଟ୍ରପତି ମୁଖାର୍ଜୀ ଟୁଇଟ୍‌ କରି ମଧ୍ୟ ଜଣାଇଛନ୍ତି । ଭାରତରେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିବା ପ୍ରଣବ ମୁଖାର୍ଜୀ ଏହା ମଧ୍ୟ ନିବେଦନ କରି କହିଛନ୍ତି ଯେ, ଗତ ସପ୍ତାହକ ମଧ୍ୟରେ ତାହାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ସଂଗରୋଧରେ ରୁହନ୍ତୁ ଏବଂ କୋଭିଡ଼-୧୯ ପରୀକ୍ଷା ମଧ୍ୟ କରିନିଅନ୍ତୁ । ଭାରତରେ ୨୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଯୋଗୁଁ ପୂର୍ବତନ ରାଷ୍ଟ୍ରପତି ମଧ୍ୟ ଏକ ପୃଥକ ପ୍ରକ୍ରିୟା ଅନୁଯାୟୀ ନିଜର ପରୀକ୍ଷା କରାଇନେଇଥିଲେ, ଯାହାକି ଆଜି ପଜିଟିଭ ଥିବା ଜଣାପଡିଲା । ତାହାଙ୍କୁ ତୁରନ୍ତ ସୁସ୍ଥ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି । ସୂଚନା ଯେ କରୋନା ସଂକ୍ରମଣରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି । ଇତିମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରªା ପଜିଟିଭ ଚିହ୍ନଟ ହେବା ପରେ ଚିକିତ୍ସା ହୋଇ ସୁସ୍ଥ ହେବା ପରେ ଆଜି ସେ ଫେରିଥିବା ଜଣାପଡିଛି । ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ମଧ୍ୟ କୋଭିଡ଼-୧୯ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ସେ ମଧ୍ୟ ସଂସ୍ପର୍ଶରେ ଆସିଥିବା
ଲୋକଙ୍କୁ ପରୀକ୍ଷା କରାଇ ନେବା ପାଇଁ ନିବେଦନ କରିଛନ୍ତି । ମଧ୍ୟପ୍ରଦେଶର ମନ୍ତ୍ରୀ ସାରଙ୍ଗ ନରେଲା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଅଟନ୍ତି । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ପୂର୍ବରୁ କୋଭିଡ଼-୧୯ ପଜିଟିଭ ଚିହ୍ନଟ ହେବା ପରେ ସେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ଏବଂ ସାରଙ୍ଗଙ୍କ ତୁରନ୍ତ ସୁସ୍ଥ କାମନା କରିଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଚିନଙ୍କ ଅଭିମାନ ଭାଙ୍ଗିବେ ରାହୁଲ

ସଚିନଙ୍କ ଅଭିମାନ ଭାଙ୍ଗିବେ ରାହୁଲ

Read More...

ଗଞ୍ଜାମ ଜିଲ୍ଳାରେ କୋଭିଡ଼ ପରିଚାଳନା :  ସରପଞ୍ଚଙ୍କ ପାଇଁ ମୁଁ ଗର୍ବିତ, ଲଢେଇ ଜାରି ରଖ

ଗଞ୍ଜାମ ଜିଲ୍ଳାରେ କୋଭିଡ଼ ପରିଚାଳନା : ସରପଞ୍ଚଙ୍କ ପାଇଁ ମୁଁ ଗର୍ବିତ, ଲଢେଇ ଜାରି ରଖ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page