ସ୍କୁଲରୁ ପିଲାଙ୍କୁ ମଜୁରୀ ମୁହାଁ କରିଦେଇଛି କରୋନା

August 10, 2020, ଦେଶ, , Anupambharat News Bureau


ସ୍କୁଲରୁ ପିଲାଙ୍କୁ ମଜୁରୀ ମୁହାଁ କରିଦେଇଛି କରୋନା
Anupambharat News Bureau
August 10, 2020

ନୂଆଦିଲ୍ଲୀ: କରୋନା ଭାଇରସ ବିଶ୍ୱର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଭାରତ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ । ହଜାର ହଜାର ସଂଖ୍ୟାରେ ଲୋକ ଚାକିରୀ ହରାଇଛନ୍ତି । ଲକ୍ଷଲକ୍ଷ ଶ୍ରମିକ ମୂଲ ହରାଇ ଘରେ ବସିଛନ୍ତି । ଅନେକଙ୍କ ରୋଜଗାର ଛଡାଇ ନେଇଛି ମହାମାରୀ କରୋନା ଭାଇରସ । ପିଲାମାନେ ପାଠ ପଢିବାକୁ ମଧ୍ୟ ଯାଉନାହାଁନ୍ତି ।
ସ୍କୁଲ କଲେଜ ଆଦି ବନ୍ଦ ରହିଛି ଛ ଏପରି ସ୍ଥଳେ ଅନେକ କମ୍‌ ବୟସର ପିଲା ରୋଜଗାରର ବିଭିନ୍ନ ପନ୍ଥାକୁ ଆପଣାଉଥିବା ଦେଖିବାକୁ ମିଳିଛି । କମ୍‌ ବୟସରେ ସେମାନଙ୍କ ଉପରେ ପରିବାର ଓ ଆର୍ଥିକ ବୋଝ ଲଦି ଦିଆଯାଇଛି । ଏବେ ସ୍କୁଲ ନଯାଇ ସେମାନେ ଅର୍ଥ ଉପାର୍ଜନ କରୁଥିବା ନଡର ଆସିଛି । ଯାହା ଶିଶୁ ଶ୍ରମିକ ସମସ୍ୟାକୁ ବୃଦ୍ଧି କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
ହାଇଦ୍ରାବାଦରେ ରୁହନ୍ତି ୧୬ ବର୍ଷର ମହେଶ୍ୱରୀ ମୁନକଲାପାଲୀ ଓ ତାଙ୍କର ୧୫ ବର୍ଷର ଉଭଣୀ । ଉଭୟ ଏବେ ପାଠପଢା ଛାଡି ରୋଜଗାର କରୁଛନ୍ତି । କାରଣ କରୋନା ପାଇଁ ପରିବାରରେ ଆର୍ଥିକ ସମସ୍ୟା ଉପୁଜିଛି । ଉଭୟଙ୍କ ମାଆ ଓ ବଡ ଭଉଣୀ କରୋନା ଲକଡାଉନ୍‌ ପାଇଁ ଜୀବିକା ହରାଇଥିଲେ । ୨ ଭଉଣୀ ନିଜ ଜେଜେ ମାଆଙ୍କ ପାଖରେ ରହୁଛନ୍ତି । ଏବେ ସେମାନେ ବଞ୍ଚିବା ପାଇଁ ୨ ବେଳା ୨ ମୁଠା ଖାଇବା ପାଇଁ ମାଆଙ୍କ ସହ ମିଶି ଶ୍ରମିକ ଭାବେ କାମ କରୁଛନ୍ତି ।
ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ସେମାନେ ଗୁଜୁରାଣ ମେଣ୍ଟାଉଛନ୍ତି । ତେବେ ମହାମାରୀ ପୂର୍ବରୁ ମଧ୍ୟ ଦେଶରେ ଲକ୍ଷଲକ୍ଷ ଶିଶୁ ଶିକ୍ଷାରୁ ବଞ୍ଚିତ ହେଉଥିଲେ । ୨୦୧୮ରେ ଡିଏଚଏଲ ତରଫରୁ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ପ୍ରାୟ ୫ କୋଟି ୬୦ ଲକ୍ଷ ଶିଶୁ ସ୍କୁଲ ଯାଉନାହାଁନ୍ତି । ଯାହା ବାଂଲାଦେଶ, ଇଣ୍ଡୋନେସିଆ, ମାଲେସିଆ, ଫିଲିଫାଇନସଠୁ ଅଧିକ । ଯେଉଁ ଶିଶୁମାନେ ସ୍କୁଲ ଯାଉନାହାଁନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୧ କୋଟି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି ।
ବିଶ୍ୱରେ ମଧ୍ୟ ଶିଶୁ ଶ୍ରମିକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କରୋନା ପାଇଁ ଏବେ ପ୍ରାୟ ୬ କୋଟି ଲୋକ ଚଳିତ ବର୍ଷ ଗରିବ ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଯାହା ଆଗକୁ ମଧ୍ୟ ବୃଦ୍ଧି ପାଇପାରେ । ଏହାସହ ଶିଶୁ ଶ୍ରମିକ ହାର ମଧ୍ୟ .୭ ପ୍ରତିଶତ ବୃଦ୍ଧି ପାଇଛି ।
ଭାରତରେ ଅନ୍ୟ ଦେଶ ଅପେକ୍ଷା ଯୁବ ବର୍ଗଙ୍କ ସଂଖ୍ୟା ଅଧିକ । ଭାରତ ମଧ୍ୟ ଏସିଆର ତୃତୀୟ ବୃହତ ଅର୍ଥବ୍ୟବସ୍ଥା । କରୋନା ପାଇଁ ସ୍କୁଲ ନଯାଇ ଅନେକ ଏବେ ଶିଶୁ ଶ୍ରମିକ ଭାବେ କାମ କରୁଥିବା ଦେଖିବାକୁ ମିଳିଛି । ବଚପନ୍‌ ବଚାଓ ଆନ୍ଦୋଳନ ଅନୁସାରେ, ଲକଡାଉନ୍‌ ମଧ୍ୟରେ ସାରା ଦେଶରୁ ପ୍ରାୟ ୫୯୧ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । କରୋନା ଆତଙ୍କ ଥମିଲା ପରେ ହିଁ ସ୍ଥିତି ସୁଧୁରିବ ବୋଲି ଅନୁମାନ କରାଯାଉଛି । ନହେଲେ ସ୍ଥିତି ଆହୁରି ଗମ୍ଭୀର ହେବାରେ ଲାଗିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ମୁକ୍ତ ହେଲା ନ୍ୟୁଜିଲ୍ୟାଣ୍ଡ: ମନ୍ଦିରରେ ପୂଜା କଲେ ପ୍ରଧାନମନ୍ତ୍ରୀ ଜେସିଣ୍ଡା

କରୋନା ମୁକ୍ତ ହେଲା ନ୍ୟୁଜିଲ୍ୟାଣ୍ଡ: ମନ୍ଦିରରେ ପୂଜା କଲେ ପ୍ରଧାନମନ୍ତ୍ରୀ ଜେସିଣ୍ଡା

Read More...

ସଚିନଙ୍କ ଅଭିମାନ ଭାଙ୍ଗିବେ ରାହୁଲ

ସଚିନଙ୍କ ଅଭିମାନ ଭାଙ୍ଗିବେ ରାହୁଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page