କୁଚିଣ୍ଡାରେ ଡବଲ ମର୍ଡ଼ର : ବଡ଼ଭାଇ ଓ ପୁତୁରାକୁ ହତ୍ୟା

August 11, 2020, ଓଡ଼ିଶା, , Anupambharat News Bureau


କୁଚିଣ୍ଡାରେ ଡବଲ ମର୍ଡ଼ର : ବଡ଼ଭାଇ ଓ ପୁତୁରାକୁ ହତ୍ୟା
Anupambharat News Bureau
August 11, 2020

ସମ୍ବଲପୁର, ୧୧ା୮(ଅନୁପମ ମିଡ଼ିଆ): ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଘଟିଯାଇଛି ଡ଼ବଲ ମର୍ଡ଼ର । ଗୋବିନ୍ଦପୁର ଥାନା ତାଳଡ଼ିହି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ଏଭଳି ଏକ ଲୋମହର୍ଷଣ ହତ୍ୟାକାଣ୍ଡ । ଅଭିଯୁକ୍ତ ସାନଭାଇ ବିଳମ୍ବିତ ରାତିରେ ଘରେ ପଶି ମାରଣାସ୍ତ୍ରରେ ବଡ଼ଭାଇ ଓ ୪ ବର୍ଷର ପୁତୁରାକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି । ଫଳରେ ଉଭୟଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଛି । ଏହାପରେ ଉଭୟଙ୍କ ମୃତଦେହ ଅଙ୍ଗନୱାଡ଼ି କେନ୍ଦ୍ର ପାଇଖାନା ଟାଙ୍କିରେ ପକାଇ ଦେଇଥିଲା ଅଭିଯୁକ୍ତ । ଅନ୍ୟପକ୍ଷେ ଆକ୍ରମଣରେ ଗୁରୁତର ଭାଉଜଙ୍କୁ ଉଦ୍ଧାର କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଘଟଣାରେ ଗୁରୁତର ଭାଉଜଙ୍କୁ ସୁନ୍ଦରଗଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅଭିଯୁକ୍ତ ସାନଭାଇକୁ ପୋଲିସ ଅଟକ ରଖି ପଚାରା ଉଚୁରା ଚଳାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । ତେବେ କେଉଁ କାରଣରୁ ଅଭିଯୁକ୍ତ ଏଭଳି କାଣ୍ଡ ଘଟାଇଲା ସେ ନେଇ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କବି ରାହତ ଇନ୍ଦୋରୀଙ୍କ ହେହାନ୍ତ

କବି ରାହତ ଇନ୍ଦୋରୀଙ୍କ ହେହାନ୍ତ

Read More...

୧୩ରେ ଆଉ ଏକ ଲଘୁଚାପ

୧୩ରେ ଆଉ ଏକ ଲଘୁଚାପ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page