ଉଦଘାଟନ ପୂର୍ବରୁ ଭାଙ୍ଗିଗଲା ବିହାର ମହାସେତୁ

August 12, 2020, ଦେଶ, , Anupambharat News Bureau


ଉଦଘାଟନ ପୂର୍ବରୁ ଭାଙ୍ଗିଗଲା ବିହାର ମହାସେତୁ
Anupambharat News Bureau
August 12, 2020

ପାଟନା: ବିହାରରେ ପୁଣି ଏକ ପୋଲର ଆପ୍ରୋଚ ରୋଡ଼ ଉଦଘାଟନ ପୂର୍ବରୁ ଭାଙ୍ଗି ଯାଇଛି । ମାମଲା ଗୋପାଳଗଞ୍ଜ ସହ ଜଡିତ । ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଙ୍ଗରା ଘାଟ ମହାସେତୁକୁ ଉଦଘାଟନ କରିବାର ଥିଲା । ମହାସେତୁର ଆପ୍ରୋଚ ରୋଡ଼ ପାଖାପାଖି ୫୦ ମିଟର ପରିଧିରେ ଭାଙ୍ଗି ଯାଇଛି । ଭାଙ୍ଗି ଯାଇଥିବା ରୋଡ଼କୁ ପୁଣିଥରେ ନିର୍ମାଣ କରିବାକୁ ଉଦ୍ୟମ ଜାରି ରହିଛି ।
ବିହାର ରାଜ୍ୟ ପୋଲ ନିର୍ମାଣ ନିଗମର ଅଧିକାରୀଙ୍କ ଠାରୁ ଆରମ୍ଭ କରି ସମ୍ବେଦକ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଶହ ଶହ ସଂଖ୍ୟାରେ ଶ୍ରମିକ କାମରେ ଲାଗିଛନ୍ତି । ଦୁଇଟି ଜେସିବି ଲଗାଇ ପୁଣି କାମ ଆରମ୍ଭ କରିବାକୁ ଚେଷ୍ଟା କରାଯାଉଛି ଗୋପାଳଗଞ୍ଜର ବୈକୁଣ୍ଠପୁରରେ ୭ଟି ଜାଗାରେ ବନ୍ଧ ଭାଙ୍ଗିଥିବା ଜଣାପଡିଛି । ଏହି ବନ୍ଧ ଭାଙ୍ଗିବା ପରେ ବଙ୍ଗରା ଘାଟ ମହାସେତୁ ନିକଟରେ ୫ କିମି ଦୂରରେ ଥିବା ଆପ୍ରୋଚ ରୋଡ଼ ପାଣି ସ୍ରୋତରେ ହଠାତ ଭାଙ୍ଗି ଯାଇଛି । ସବୁଠାରୁ ବଡ କଥା ହେଲା ଏହି ଆପ୍ରୋଚ ରୋଡ଼ ୧୨ ଦିନ ପୂର୍ବରୁ ଭାଙ୍ଗିଥିଲା ଏହାକୁ ପୁଣି ମୋଟରେବଲ କରିବାକୁ ଚେଷ୍ଟା କରାଯାଉଛି ।ପୋଲ ନିର୍ମାଣ ନିଗମ ଡେପୁଟି ଚିଫ ଇଞ୍ଜିନିୟର ସାକିର ଅଲିଙ୍କୁ ପ୍ରଶ୍ନ ପଚାରିବାରୁ ସେ ଏହାକୁ ଏକ ସାମାନ୍ୟ ଘଟଣା ବୋଲି କହିଛନ୍ତି । ପୋଲ ନିର୍ମାଣ ଓ ରାସ୍ତା ନିର୍ମାଣ କାମରେ କୌଣସି ପ୍ରକାର ଦୁର୍ନୀତି ହୋଇନାହିଁ ବୋଲି ସେ କହିଛନ୍ତି ।
ସବୁ କାମ ଗୁଣବତ୍ତା ମାନକ ଅନୁରୂପ କରାଯାଇଛି ଏବଂ ଉଦଘାଟନ ସମାରୋହ ପୂର୍ବରୁ ଏହାକୁ ଠିକ କରିଦିଆଯିବା ବୋଲି ସେ କହିଛନ୍ତି । ବଙ୍ଗରା ଘାଟ ମହାସେତୁର ଛପରା ସାଇଡରେ ପାଖାପାଖି ୧୧ କିମି ଏବଂ ମୁଜାଫରପୁର ସାଇଡରେ ୮ କିମି ଲମ୍ବା ଆପ୍ରୋଚ ରୋଡ଼ ନିର୍ମାଣ କରାଯାଇଛି । ଏଥିପାଇଁ ପାଖାପାଖି ୫୦୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି, ୫୦୯ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଥିବା ମହାସେତୁ ଓ ଏହାର ଆପ୍ରୋଚ ରୋଡ଼ ଉଦଘାଟନ ପୂର୍ବରୁ କାହିଁକି ଭାଙ୍ଗିଗଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚୀନ୍‌ ଯୋଗୁଁ ଭାରତରେ ଜଳ ସଙ୍କଟ ବଢ଼ିବ

ଚୀନ୍‌ ଯୋଗୁଁ ଭାରତରେ ଜଳ ସଙ୍କଟ ବଢ଼ିବ

Read More...

ଫେସବୁକ୍‌ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ଜଳାପୋଡା ଓ ହିଂସା

ଫେସବୁକ୍‌ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ଜଳାପୋଡା ଓ ହିଂସା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page