୧୭ ପର୍ଯ୍ୟନ୍ତ ବର୍ଷା

August 13, 2020, ଓଡ଼ିଶା, , Anupambharat News Bureau


୧୭ ପର୍ଯ୍ୟନ୍ତ ବର୍ଷା
Anupambharat News Bureau
August 13, 2020

ଭୁବନେଶ୍ୱର, ୧୩ା୮ (ଅନୁପମ ମିଡିଆ): ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିିଛି । ଆସନ୍ତା ୨୪ ଘଂଟା ମଧ୍ୟରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହା ସହ ଉପରୋକ୍ତ ୨ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ୨ ଜିଲ୍ଲା ବ୍ୟତୀତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଟି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ହେଲା ଗଂଜାମ, ପୁରୀ, ଗଜପତି,ଜଗତସିଂହପୁର, ରାୟଗଡା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ସମ୍ବଲପୁର ଓ ଦେବଗଡ । ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲଘୁଚାପ ପ୍ରଭାବରେ ପବନର ବେଗ ବୃଦ୍ଧି ପାଇପାରେ । ଏହି ସମରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ସୂଚନାଥାଉକି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ପୂର୍ବାନୁମାନ କରାଯାଇଛି ଯେ, ଦକ୍ଷିଣ ପଶ୍ଚିମ ଭାଗରେ ପବନ ବହିବ, ଆରବ ସାଗରରେ ମଧ୍ୟ ସମୁଦ୍ର ଅଶାନ୍ତ ରହୁଥିବା ଯୋଗୁଁ ଆଗାମୀ ଦୁଇ ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୁଖ୍ୟତଃ ହିମାଚଳ ପ୍ରଦେଶ ଉତ୍ତରାଖଣ୍ଡ ପଞ୍ଜାବ, ହରିଆନା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ମଧ୍ୟ ବହୁ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ନିକଟରେ ଆସାମ ଓ ବିହାରରେ ପ୍ରବଳ ବନ୍ୟା ଯୋଗୁଁ ବହୁ କ୍ଷୟକ୍ଷତି ଘଟିଥିବା ବେଳେ ପୁଣି ମାତ୍ର କିଛି ଦିନର ବ୍ୟବଧାନରେ ବଙ୍ଗୋପସାଗର ଉତ୍ତର-ପଶ୍ଚିମ ଭାଗରେ ଲଘୁଚାପ ସୃଷ୍ଟି ହୋଇଥିବା ଯୋଗୁଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଠିକ୍‌ ସେହିଭଳି ଅନ୍ୟପଟରେ ଆରବସାଗର ମଧ୍ୟ ଅଶାନ୍ତ ରହିବା ଯୋଗୁଁ ଆସନ୍ତା ଦୁଇ ଦିନ ଧରି ଏହାର ପ୍ରଭାବରେ ବର୍ଷା ହେବ । ମୋଟାମୋଟି ଭାବେ ଦେଖିବାକୁ ଗଲେ ସମଗ୍ର ଦେଶରେ ଆଗାମୀ ଦୁଇ ତିନି ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ୱଚ୍ଛ ଟିକସ ବ୍ୟବସ୍ଥା ଆରମ୍ଭ

ସ୍ୱଚ୍ଛ ଟିକସ ବ୍ୟବସ୍ଥା ଆରମ୍ଭ

Read More...

ମାମଲାରେ ଫଶିଲେ ପ୍ରଶାସନିକ ଅଧିକାରୀ

ମାମଲାରେ ଫଶିଲେ ପ୍ରଶାସନିକ ଅଧିକାରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page