ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କଲେ ଗେହଲଟ

August 14, 2020, ଦେଶ, , Anupambharat News Bureau


ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କଲେ ଗେହଲଟ
Anupambharat News Bureau
August 14, 2020

ଜୟପୁର: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଗେହଲଟ ସରକାର ଆଗତ କରିଥିବା ଆସ୍ଥା ଭୋଟ ଧ୍‌ନୀମତରେ ଗୃହୀତ ହୋଇଛି । ଏହା ସହ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି । ଆସ୍ଥା ଭୋଟରେ ସରକାରଙ୍କ ସପକ୍ଷରେ ୧୨୩ ବିଧାୟକଙ୍କ ସମର୍ଥନ ମିଳିଥିବାବେଳେ ବିପକ୍ଷରେ ୭୫ ଭୋଟ ପଡ଼ିଥିବା କୁହାଯାଉଛି ।
ଆସ୍ଥା ଭୋଟ ସମ୍ପର୍କରେ ବିରୋଧୀ ଦଳ ନେତା ଗୁଲାବଚନ୍ଦ କଟାରିଆ ବିଧାନସଭା ବାହାରେ କହିଛନ୍ତି ଯେ ଆମ ପାଖରେ ୭୫ ଜଣ ସଦସ୍ୟ ଅଛନ୍ତି, ସରକାର ଭାଙ୍ଗିବା ପ୍ରଶ୍ନ କେଉଁଠି ଆସିଲା । ବିରୋଧୀ ଆସ୍ଥା ଭୋଟ ପ୍ରସଙ୍ଗରେ ଭୋଟ ଡ଼ିଭିଜନ ମଧ୍ୟ ଦାବି କରିନାହାନ୍ତି । ବିଧାନସଭାରେ ୨୦୦ ବିଧାୟକ ଅଛନ୍ତି ଓ କଂଗ୍ରେସର ଦାବି ହେଉଛି ତାଙ୍କ ସପକ୍ଷରେ ୧୨୩ ଜଣ ବିଧାୟକ ଅଛନ୍ତି । ଭୱଁରଲାଲ ମେଘୱାଲ ଅସୁସ୍ଥ ଅଛନ୍ତି ଓ ବାଚସ୍ପତିଙ୍କ ଭୋଟ ଦେବାର ଆବଶ୍ୟକତା ପଡ଼ିନାହିଁ ।
ଅନ୍ୟପକ୍ଷରେ ଆସ୍ଥାଭୋଟ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିରୋଧୀ ବିଜେପିକୁ କଟୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ରାଜସ୍ଥାନରେ ଫୋନ ଟ୍ୟାପିଂ ପରମ୍ପରା କେବେ ନ ଥିଲା, ସରକାର ଭାଙ୍ଗିବାକୁ ପୁରା ଷଡ଼ଯନ୍ତ୍ର ହୋଇଥିଲା । ଦେଶରେ ଲୋକତନ୍ତ୍ର ଏବେ ବିପଦରେ ରହିଛି । କେବଳ ଦୁଇଜଣ ଲୋକ ଦେଶକୁ ଶାସନ କରୁଛନ୍ତି । ବିଜେପିର ଲୋକମାନେ ଭକ୍ତ ହୋଇ ସବୁ ଦେଖୁଛନ୍ତି । ମୋତେ ୬୯ ବର୍ଷ ଓ ଗଲା ୫୦ ବର୍ଷ ହେଲା ରାଜନୀତିରେ ଅଛି । ତେଣୁ ବର୍ତମାନ ଦେଶର ଅବସ୍ଥା ମୋତେ ଚିନ୍ତିତ କରିଛି ।
ସେ ଏ କଥା ମଧ୍ୟ କହିଛନ୍ତି ଯେ ଏକ ସମୟରେ ଭୈରୋସିଂହ ଶେଖାୱାତଙ୍କ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର ହୋଇଥିଲା । ସେ ସମୟରେ ମୁଁ ପିସିସି ସଭାପତି ଥିଲି, ମୁଁ ରାଜ୍ୟପାଳ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲି । ଏକ ନିର୍ବାଚିତ ସରକାରକୁ ଭାଙ୍ଗିବା ମୋର ନୀତି ବିରୁଦ୍ଧ । ତେଣୁ ଏ ସମ୍ପର୍କରେ ମୁଁ ସ୍ପଷ୍ଟ ଭାବରେ ମନା କରି ଦେଇଥିଲି ଓ ଏହି ଷଡ଼ଯନ୍ତ୍ରରେ ସାମିଲ ହୋଇ ନଥିଲି ବୋଲି ଗେହଲଟ କହିଛନ୍ତି ।
ମାସାଧିକକାଳ ରାଜସ୍ଥାନରୁ ଦିଲ୍ଲୀ - ହରିଆଣା ଚMର କାଟିବା ପରେ ପୁଣିଥରେ ରାଜସ୍ଥାନ କଂଗ୍ରେସ ରନେୱକୁ ଫେରିଛନ୍ତି ପାଇଲଟ୍‌ । କେଉଁ ପରିସ୍ଥିତିରେ ପାଇଲଟ୍‌ ପୁଣି କଂଗ୍ରେସକୁ ଫେରିବାକୁ ବାଧ୍ୟ ହେଲେ ତାହାର କାହାଣୀ ଢ଼େର ଲମ୍ବା । ରାଜସ୍ଥାନ ରାଜନୀତିର ହଟଚମଟ ମଧ୍ୟରେ ବସୁନ୍ଧରା ରାଜେଙ୍କ ଅଚାନକ ଦିଲ୍ଲୀ ଗସ୍ତ ପାଇଲଟଙ୍କୁ ପୁନର୍ବାର କଂଗ୍ରେସ ମୁହାଁ କରିଥିବା ଚର୍ଚା ହେଉଛି । ଅଶୋକ ଗେହଲଟଙ୍କ ପରି ପୁରୁଣା ଆଉ ପୋଖତ ଖେଳୁଆଡ଼ଙ୍କ ସହ ପାଇଲଟ ଯେଉଁ ଖେଳ ଆରମ୍ଭ କରିଥିଲେ ସେଥିରେ ମୁଖ୍ୟ ଅମ୍ପାୟାର ଭୂମିକାରେ ବସୁନ୍ଧରା ଆବିର୍ଭାବ ଖେଳକୁ ପୁରା ଓଲଟପାଲଟ କରିଦେଲା । ଯାହା ବି ହେଉ ପାଇଲଟଙ୍କ ପ୍ରତ୍ୟାବର୍ତନ ଚାହୁଁ ନ ଥିଲେ ମଧ୍ୟ ଗେହଲଟ ସରକାର ବଞ୍ଚିଯିବା ଖୁସିରେ ଆତ୍ମହରା ପାଇଲଟ୍‌ ମଧ୍ୟ ନିଜର ଆଭିମୁଖ୍ୟ ହାଇକମାଣ୍ଡଙ୍କ ନିକଟରେ ଉପସ୍ଥାପିତ କରି ଖୁସି । ରାଜସ୍ଥାନ ରାଜନୈତିକ ସଙ୍କଟ ଆରମ୍ଭ ହେବା ଦିନଠାରୁ ପାଇଲଟ୍‌ କେବେ କୌଣସି ପ୍ରସଙ୍ଗରେ ମୁହଁ ଖୋଲି ନ ଥିଲେ । କେବଳ ବିଜେପିକୁ ଯିବେ ନାହିଁ ବୋଲି କହିଥିଲେ । ମାତ୍ର ସୋମବାର ଦିଲ୍ଲୀରେ କଂଗ୍ରେସର ‘ୱାର ରୁମ୍‌’ରେ ପ୍ରିୟଙ୍କା ଗାନ୍ଧୀ, ରାହୁଳ ଗାନ୍ଧୀଙ୍କ ସହ ଆଲୋଚନା ପରେ ସୋନିଆ ୩ ଜଣିଆ କମିଟି ଗଠନ କରିଛନ୍ତି । ଏହାପରେ ପାଇଲଟ୍‌ ରାଜସ୍ଥାନ ରାଜନୀତି ସମ୍ପର୍କରେ ତାଙ୍କର ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ କିଛି ପ୍ରସଙ୍ଗ ନେଇ ଦିଲ୍ଲୀ ଆସିଥିଲେ । ପ୍ରଥମେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲାରେ ନୋଟିସ କରାଗଲା । ମୋତେ ଏହା ଅନୁଚିତ୍‌ ଲାଗିଲା । ଏହାକୁ ନେଇ ସେ ତାଙ୍କର ଅସନ୍ତୋଷ ବ୍ୟକ୍ତ କରିଥିଲେ । ନିଜର କିଛି ସମର୍ଥକଙ୍କୁ ସାଥୀରେ ନେଇ ଦିଲ୍ଲୀ ଆସିଥିଲେ, ମାତ୍ର ତାଙ୍କୁ ପଦରୁ ହଟାଗଲା, ମାମଲା ରୁଜୁ ହେଲା, ଏସଓଜି ଯାଞ୍ଚ କରାଯିବାକୁ ଯୋଜନା ହେଲା । ଏମିତି କିଛି ଘଟଣାକ୍ରମ ଯୋଗୁଁ ମାମଲା ଆଗକୁ ବଢ଼ିଲା । ଏହା ସତେ୍ୱ ମୁଁ ତୁଣ୍ଡ ଖୋଲି ନାହିଁ । ମାତ୍ର ମୋତେ ନିକମ୍ମା-ନକରା ବୋଲି କୁହାଗଲା, ଯାହା ମୋତେ ବେଶ୍‌ ବାଧିଛି ।
ପାଇଲଟ୍‌ କହିଛନ୍ତି ଏହା ଆମର ବ୍ୟକ୍ତିଗତ ପ୍ରସଙ୍ଗ ନୁହେଁ । ଯେଉଁମାନେ ଦିଲ୍ଲୀ ଓ ରାଜସ୍ଥାନ ମଧ୍ୟରେ ଦଳର ସେତୁ ପରି କାର୍ଯ୍ୟ କରିବା କଥା, ସେମାନେ ଠିକ୍‌ ଭାବରେ ତାଙ୍କ କାର୍ଯ୍ୟ କଲେ ନାହିଁ । ତେଣୁ ପରିସ୍ଥିତି ଜଟିଳ ହେଲା । ସେମାନେ ଅତ୍ୟନ୍ତ ନିରପେକ୍ଷ ଭାବରେ କାର୍ଯ୍ୟ କରିଥିଲେ ଆଜି ଏପରି ସ୍ଥିତି ଉପୁଜି ନ ଥାନ୍ତା । ଯେଉଁଠି ଆତ୍ମସମ୍ମାନ ସହ ବୁଝାମଣା କରିବାକୁ ପଡ଼ିବା ଦରକାର ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ୭୪ତମ ସ୍ୱାଧୀନତା ଦିବସ:  ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଆଜି ୭୪ତମ ସ୍ୱାଧୀନତା ଦିବସ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Read More...

ଟିକ୍‌ଟକ୍‌କୁ କିଣିବେ ମୁକେଶ ଅମ୍ବାନୀ

ଟିକ୍‌ଟକ୍‌କୁ କିଣିବେ ମୁକେଶ ଅମ୍ବାନୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page