ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଲେ ନିର୍ଭୟାଙ୍କ ମା’

August 14, 2020, ଦେଶ, , Anupambharat News Bureau


ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଲେ ନିର୍ଭୟାଙ୍କ ମା’
Anupambharat News Bureau
August 14, 2020

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସ ବିତିଗଲାଣି । ଏତେ ଦିନ ବିତି ଯାଇଥିଲେ ହେଁ ଯାଞ୍ଚ ଏଜେନ୍ସି ଓ ମୁମ୍ବାଇ ପୁଲିସ ଅଭିନେତାଙ୍କ ମୃତ୍ୟୁ ସହ ଜଡ଼ିତ ଅନେକ ପ୍ରଶ୍ନର ଉତ୍ତର ଖୋଜି ପାଇପାରି ନାହାନ୍ତି । ମୃତ୍ୟୁର ଦୁଇ ମାସ ପରେ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକମାନେ ନ୍ୟାୟକୁ ଅପେକ୍ଷା କରିବା ସହ ବାସ୍ତବରେ ସୁଶାନ୍ତଙ୍କ ସହ କ’ଣ ଘଟିଥିଲା ତାହାକୁ ଜାଣିବାକୁ ଚାହିଁଛନ୍ତି । ଏହି କ୍ରମରେ ଦିଲ୍ଲୀରେ ନିର୍ଭୟାଙ୍କ ମା’ ଆଶା ଦେବୀ ସୁଶାନ୍ତ ସିଂଙ୍କ ପରିବାରକୁ ସାହାସ ନେଇ ସମଗ୍ର ଦେଶ ତାଙ୍କ ପରିବାର ସହିତ ରହିଛି ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ, ଦୁଇ ମାସ ପୂର୍ବେ ଜୁନ୍‌ ୧୪ ତାରିଖ ଦିନ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ମୁମ୍ବାଇସ୍ଥିତ ବାସଭବନରୁ ଉଦ୍ଧାର ହୋଇଥିଲା । ମୁମ୍ବାଇ ପୁଲିସ ସୁଶାନ୍ତଙ୍କ ମୃତ୍ୟୁର ଯାଞ୍ଚ ସମୟରେ ତାଙ୍କ ମୃତଦେହ ପାଖରୁ କୌଣସି ପ୍ରକାର ସୁଇସାଇଡ୍‌ ନୋଟ୍‌ ପାଇ ନଥିଲା । ଏଭଳି ପରିସ୍ଥିତିରେ ତାଙ୍କ ପ୍ରଶଂସକ ଏବଂ ପରିବାର ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରି ସିବିଆଇ ତଦନ୍ତ ଦାବି କରିଥିଲେ । ବର୍ତ୍ତମାନ ଏହି ମାମଲା ସିବିଆଇ ହାତରେ ରହିଛି ଏବଂ ଏହି ମାମଲାରେ ଇଡି ବି ତଦନ୍ତ କରୁଛି । ସୁଶାନ୍ତ ସିଂ ମାମଲାରେ ନୂଆ ମୋଡ଼ ଆସିବା ପରେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଦେଶର କୋଣ ଅନୁକୋଣରୁ ଲୋକମାନେ ନିଜନିଜ ସମର୍ଥନ ଜଣାଇଛନ୍ତି । ସମ୍ପ୍ରତି ସୁଶାନ୍ତ ସିଂଙ୍କୁ ନ୍ୟାୟ ଦେବା ପାଇଁ ଦିଲ୍ଲୀ ଗଣଦୁଷ୍କର୍ମ ପୀଡିତା ନିର୍ଭୟାଙ୍କ ମା’ ଆଶା ଦେବୀ ଏକ ବଡ଼ କଥା କହିଛନ୍ତି । ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି, ମୁଁ କେବଳ ସୁଶାନ୍ତଙ୍କ ପରିବାରକୁ ଏତିକି କହିବାକୁ ଚାହୁଁଛି କି ସମଗ୍ର ଦେଶ ଆପଣଙ୍କ ସହ ଅଛି । ସୁଶାନ୍ତଙ୍କ ପରିବାରକୁ ବିଶ୍ୱାସ ରଖିବାକୁ ହେବ ଯେ ଦିନେ ନା ଦିନେ ସତ୍ୟ ବାହାରକୁ ଆସିବ ଏବଂ ନ୍ୟାୟ ମିଳିବ । ଏହି ମାମଲାରେ ମୁମ୍ବାଇ ପୁଲିସ ସୁଶାନ୍ତ ସିଂଙ୍କ ପରିବାର ସହିତ ଛିଡା ହେବା ଉଚିତ । ତେବେ ଆପଣଙ୍କୁ ଜଣାଇ ରଖିବାକୁ ଚାହିଁବୁ କି କିଛିଦିନ ପୂର୍ବେ ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ମାମଲାରେ ନିର୍ଭୟା ଓକିଲ ସୀମା ସମୃଦ୍ଧି ବି ନିଜର ସମର୍ଥନ ଜଣାଇବା ସହିତ ସିବିଆଇ ତଦନ୍ତ ଦାବି କରିଆସୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗଣେଶ ପୂଜାର ଶୁଭେଚ୍ଛା

ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗଣେଶ ପୂଜାର ଶୁଭେଚ୍ଛା

Read More...

ଆଜି ୭୪ତମ ସ୍ୱାଧୀନତା ଦିବସ:  ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଆଜି ୭୪ତମ ସ୍ୱାଧୀନତା ଦିବସ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page