୨୬ ଯାଏଁ ବର୍ଷିବ

August 23, 2020, ଓଡ଼ିଶା, , Anupambharat News Bureau


୨୬ ଯାଏଁ ବର୍ଷିବ
Anupambharat News Bureau
August 23, 2020

ଭୁବନେଶ୍ୱର, ୨୩ା୮(ଅନୁପମ ମିଡ଼ିଆ): ବାଂଲାଦେଶ ଏବଂ ତାର ଆଖପାଖ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୫.୮ କିମି ରୁ ୭.୬ କିମି ମଧ୍ୟରେ ବାୟୁମଣ୍ଡଳରେ ଗୋଟିଏ ଘୁର୍ଣ୍ଣିବଳୟ ରହିଛି ଏହା ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ୨୬ ଯାଏଁ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସମ୍ଭାବ୍ୟ ଲଘୁଚାପକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ଲାଗି ସତର୍କ ରହିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳମାନେ ଏନେଇ ସତର୍କ ରହିବାକୁ ଏସ୍‌ଆରସି ନିଜ ନିର୍ଦ୍ଦେଶନାମାରେ ଉଲ୍ଳେଖ କରିଛନ୍ତି । ଏଥିସହିତ ବିଡ଼ିଓ, ତହସିଲଦାର ଓ ଡ୍ରେନେଜ ବିଭାଗର ଯନ୍ତ୍ରୀଙ୍କ୍‌ୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି । ଲଘୁଚାପ ଯୋଗୁ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି । ସେହିପରି ଦକ୍ଷିଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।
ଏଥିସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ,ଦେବଗଡ,ଝାରସୁଗୁଡା ଓ ଅନୁଗୁଳ ।
ସେହିପରି ୨୫ ତାରିଖ ମଧ୍ୟରେ ୯ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ଜିଲ୍ଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ । ସେହିପରି ଏହି ସମୟ ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଅନୁଗୁଳ, ଦେବଗଡ, ସୁନ୍ଦରଗଡ, ପୁରୀ, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁଟିଂ ପାଇଁ କେନ୍ଦ୍ରର ଏସଓପି ଜାରି

ସୁଟିଂ ପାଇଁ କେନ୍ଦ୍ରର ଏସଓପି ଜାରି

Read More...

 ପିକ୍‌ରେ ରହିଛି ଭୁବନେଶ୍ୱର:  ଖୋର୍ଦ୍ଧା ଜିଲ୍ଲାର ଚାରି ବ୍ଳକରେ ଅଧିକ ପଜିଟିଭ୍‌

ପିକ୍‌ରେ ରହିଛି ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଚାରି ବ୍ଳକରେ ଅଧିକ ପଜିଟିଭ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page