ପଞ୍ଚାୟତ କାର୍ଯ୍ୟାଳୟକୁ ଭାଙ୍ଗିଦେଲେ ମାଓବାଦୀ

May 19, 2019, ଓଡ଼ିଶା, , Anupambharat News Bureau


ପଞ୍ଚାୟତ କାର୍ଯ୍ୟାଳୟକୁ ଭାଙ୍ଗିଦେଲେ ମାଓବାଦୀ
Anupambharat News Bureau
May 19, 2019

ମାଥିଲି,୧୮ ।୫ (ଅନୁପମ ମିଡିଆ):କିଛି ଦିନର ନିରବତା ପରେ ପୁଣିଥରେ ମାଥିଲି ବ୍ଳକର ଦୁର୍ଗମ ଅଞ୍ଚଳରେ କାଣ୍ଡ ଭିଆଇଛନ୍ତି ମାଓବାଦୀ । ମାଥିଲି ବ୍ଲକ ଅନ୍ତର୍ଗତ ଟେମୃପାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଶୁକ୍ରବାର ବିଳମ୍ବିତ ରାତିରେ ମାଓବାଦୀମାନେ ଭାଙ୍ଗି ଦେଇଛନ୍ତି । ଛତିଶଗଡ ରାଜ୍ୟ ଦରଭା ଡିଭିଜନ ମାଓ ସଂଗଠନ ତରଫରୁ ୪୦ରୁ ଉର୍ଦ୍ଧ୍ୱ ମାଓବାଦୀ ଆସି ପଞ୍ଚାୟତ କାର୍ଯ୍ୟାଳୟରେ ପଶିଥିଲେ । ପ୍ରଥମେ କାର୍ଯ୍ୟାଳୟର ତାଲା ଭାଙ୍ଗିବା ସହ ବିଭିନ୍ନ ମାରଣାସ୍ତ୍ରରେ ପଞ୍ଚାୟତର କୋଠାକୁ ଭାଙ୍ଗିଥିଲେ ମାଓବାଦୀ । କାର୍ଯ୍ୟାଳୟର ସମସ୍ତ କାନ୍ଥକୁ ଭାଙ୍ଗି ନଷ୍ଟ କରିଥିଲେ । କାର୍ଯ୍ୟାଳୟ ଭିତରେ ଥିବା ବିଭିନ୍ନ ଆସବାବପତ୍ର ଓ କାଗଜପତ୍ରକୁ ବାହାରକୁ ଆଣି ପକାଇବା ପରେ ସେଥିରେ ନିଆଁ ଲଗାଇଦେଇଥିଲେ । ଯିବା ପୂର୍ବରୁ ଗାଁ ସାରା ବିଭିନ୍ନ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି । ପୋଲିସ ପାଇଁ ସୂଚନାଦାତା ନ ସାଜିବା , ଗାଁ ଛାଡି ନ ଯିବାକୁ ଗ୍ରାମବାସୀଙ୍କୁ ପୋଷ୍ଟର ମାଧ୍ୟମରେ ମାଓବାଦୀମାନେ ଚେତାବନୀ ଦେଇଛନ୍ତି । ଜଳ ଜମି ଜଙ୍ଗଲ ପାଇଁ ଲଢେଇ ଜାରି ରଖିବାକୁ ପୋଷ୍ଟର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି । ଅନ୍ୟପକ୍ଷରେ ଘଟଣା ପର ଠାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି । ଦିନକୁ ଦିନ ମାଥିଲି ଅଞ୍ଚଳରେ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରି ପୋଲିସ ପାଇଁ ଖୋଲା ଚାଲେଞ୍ଜ ସୃଷ୍ଟି କରିଆସୁଛନ୍ତି । ଅନ୍ୟପକ୍ଷରେ ଏହି ଘଟଣା ପରଠାରୁ ଦୁର୍ଗମଗଡରେ ବିଏସ୍‌ଏଫ୍‌ ପକ୍ଷରୁ କୋମ୍ବିଂ ଅପେରେଶନକୁ ଜୋରଦାର କରାଯାଇଛି । ସୁରକ୍ଷାବାହୀନି ଗୋଟିଏ ପଟେ କ୍ୟାମ୍ପ କରି ଅବସ୍ଥାପିତ ହେଉଥିବା ବେଳେ ଧିରେ ଧିରେ କିଛି ଇଲାକାକୁ ମାଓବାଦୀମାନେ ନିଜ କବଜାରେ ନେବାରେ ଲାଗିଛନ୍ତି । ମାଥିଲି ବ୍ଳକର ଟେମୁରୁପାଲୀ ପଞ୍ଚାୟତରେ ମାଓବାଦୀମାନେ ବାରମ୍ବାର ହିଂସାକାଣ୍ଡ ଘଟାଇ ଆରାମରେ ଖସିଯିବାରେ ସକ୍ଷମ ହେଉଛନ୍ତି । ପଞ୍ଚାୟତକୁ ଲାଗିରହିଥିବା ତୁଳସୀ ପାହାଡ ମାଓବାଦୀମାନେ ଖସିଯିବାରେ ବେଶ ସହାୟକ ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଛାତ୍ରାବାସରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଛାତ୍ରାବାସରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Read More...

ମାଓ ନେତା ସବ୍ୟସାଚୀଙ୍କୁ ଆଜୀବନ ସଜା

ମାଓ ନେତା ସବ୍ୟସାଚୀଙ୍କୁ ଆଜୀବନ ସଜା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page