ଜାତୀୟ ରାଜପଥ ଶୁÂ ନିୟମରେ ସଂଶୋଧିତ ଏଣିକି ଫାଷ୍ଟ ଟ୍ୟାଗ୍‌ ଥିଲେ ଟୋଲ ପ୍ଲାଜାରେ ମିଳିବ ରିହାତି

August 26, 2020, ଦେଶ, , Anupambharat News Bureau


ଜାତୀୟ ରାଜପଥ ଶୁÂ ନିୟମରେ ସଂଶୋଧିତ ଏଣିକି ଫାଷ୍ଟ ଟ୍ୟାଗ୍‌ ଥିଲେ ଟୋଲ ପ୍ଲାଜାରେ ମିଳିବ ରିହାତି
Anupambharat News Bureau
August 26, 2020

ନୂଆଦିଲ୍ଲୀ : ଡିଜିଟାଲ ପେମେଣ୍ଟ ମୋଡକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ଫାଷ୍ଟ ଟ୍ୟାଗକୁ ନେଇ ଏକ ବଡ ପରିବର୍ତ୍ତନ ଆଣିଛନ୍ତି ସରକାର । ଏଣିକି କେବଳ ଫାଷ୍ଟ ଟ୍ୟାଗ୍‌ ଉପଭୋକ୍ତାଙ୍କୁ ରାଜପଥ ଟୋଲ ପ୍ଲାଜାରେ ରିହାତି ମିଳିବ । ଏ ନେଇ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରାଯାଇଛି । ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଣାଳୟ ମଙ୍ଗଳବାର ଦିନ ଜାତୀୟ ରାଜପଥ ଶୁÂ (ମୂଲ୍ୟ ର୍ନିଣ୍ଣୟ ଏବଂ ସଂଗ୍ରହ) ନିୟମ, ୨୦୦୮ରେ ସଂଶୋଧନ କରିଛି । ଏହି ସଂଶୋଧନରେ ଯେଉଁ ଫାଷ୍ଟ ଟ୍ୟାଗ୍‌ ଉପଭୋକ୍ତାମାନେ ୨୪ଘଣ୍ଟା ମଧ୍ୟରେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରି ଫେରି ଆସୁଛନ୍ତି, କେବଳ ସେହିମାନଙ୍କୁ ହିଁ ରିହାତି ମିଳିବ । ଫାଷ୍ଟ ଟ୍ୟାଗ୍‌ ନଥିଲେ ରିହାତି ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସରକାର ।
ରିହାତି ଦେୟ ପ୍ରି-ପେଡ ଇନଷ୍ଟ୍ରୁମେଣ୍ଟ, ସ୍ମାର୍ଟ କାର୍ଡ ବା ଫାଷ୍ଟ ଟ୍ୟାଗ୍‌ ଜରିଆରେ ଦିଆଯିବ । ଯଦି ଫାଷ୍ଟ ଟ୍ୟାଗ୍‌ ଉପଭୋକ୍ତାମାନେ ୨୪ଘଣ୍ଟା ମଧ୍ୟରେ ଫେରୁଛନ୍ତି, ତେବେ ରିହାତି ଦେୟ ପାଇଁ ତାଙ୍କୁ କୌଣସି ରିସିପଫ ଦେଖାଇବାକୁ ପଡିବ ନାହିଁ ଆପେ ଆପେ ରିହାତି ଟଙ୍କା ତାଙ୍କ ଆକାଉଣ୍ଟକୁ ଚାଲିଯିବ । ସୂଚନା ମୁତାବକ, ଟୋଲ ପ୍ଲାଜାଗୁଡ଼ିକରେ ଗାଡ଼ି ଫି ଆଦାୟ କରିବା ପାଇଁ ଲମ୍ବା ଧାଡ଼ି ଲାଗୁଥିବାରୁ ଏଥିପାଇଁ ଅନେକ କାର୍ଯ୍ୟ ମଧ୍ୟ ବିଳମ୍ବ ହେଉଥିଲା । ଏପରି ସମସ୍ୟାକୁ ଦୂର କରିବା ପାଇଁ ଗାଡ଼ିରେ ସ୍ୱତନ୍ତ୍ର ଫାଷ୍ଟ ଟ୍ୟାଗ୍‌ ଲଗାଯିବାର ବ୍ୟବସ୍ଥା କରାଯାଇଥିଲା । ଏହି ଫାଷ୍ଟ ଟ୍ୟାଗ ସହିତ ସମ୍ପୃକ୍ତ ଗାଡ଼ି ମାଲିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସଂଯୋଗ କରାଯାଇଥିବା ସହ ଗାଡ଼ି ଟୋଲ ପ୍ଲାଜାରେ ଲାଗିବା ମାତ୍ରେ ସ୍ୱୟଂକ୍ରିୟ ପଦ୍ଧତିରେ ବ୍ୟାଙ୍କ ଆକାଉଣ୍ଟରୁ ଟୋଲ ଫି ବାବଦରେ ଟଙ୍କା କଟିଯାଇଥାଏ । ଫଳରେ ଅଧିକ ସମୟ ଧରି ଆଉ ଗାଡ଼ିକୁ ଠିଆ ହେବାକୁ ପଡ଼େନି । ୱାନ୍‌ ନେସନ୍‌ ୱାନ୍‌ ଫାଷ୍ଟଟ୍ୟାଗ୍‌ ବ୍ୟବସ୍ଥା ଦ୍ୱାରା ସାରା ଦେଶରେ ଥିବା ଟୋଲ ପ୍ଲାଜାଗୁଡ଼ିକରେ ଗୋଟିଏ ପଦ୍ଧତିରେ ଟୋଲ ଫି ଆଦାୟ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖି ଏହି ସୁବିଧା ଆଣିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଠ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଠ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...

ଚୀନକୁ ବନ୍ଦର ଲିଜ୍‌ ଦେବା ଭୁଲ୍‌ : ଆମେ ‘ଭାରତ ଆଗ’ ନୀତି ଅନୁସରଣ କରିବୁ: ଶ୍ରୀଲଙ୍କା

ଚୀନକୁ ବନ୍ଦର ଲିଜ୍‌ ଦେବା ଭୁଲ୍‌ : ଆମେ ‘ଭାରତ ଆଗ’ ନୀତି ଅନୁସରଣ କରିବୁ: ଶ୍ରୀଲଙ୍କା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page