ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣର୍ରେଖା ଫୁଲିଲା

August 27, 2020, ଓଡ଼ିଶା, , Anupambharat News Bureau


ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣର୍ରେଖା ଫୁଲିଲା
Anupambharat News Bureau
August 27, 2020

ଭୁବନେଶ୍ୱର, ୨୭ା୮ (ଅନୁପମ ମିଡିଆ): ରାଜ୍ୟରେ ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା କାରଣରୁ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣରେଖା ନଦୀରେ ମଧ୍ୟମ ଧରଣର ବନ୍ୟା ହେବ ବୋଲି ଆଶା କରାଯାଉଛି । ତେଣୁ ଏ ନେଇ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆ ଯାଇଛି ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ଜେନା କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ହାରାହାରି ୫୫.୮ ମିମି ବର୍ଷା ରେକର୍ଡ କରା ଯାଇଛି । ସେ କହିଛନ୍ତି ଯେ ଛଅଟି ଜିଲ୍ଲାରେ ଶହେ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରା ଯାଇଛି । ଝାରସୁଗୁଡା ଜିଲ୍ଲାରେ ହାରାହାରି ୧୭୭ ମିମି ବର୍ଷା ହୋଇଥିବା ବେଳେ ଦେବଗଡ ଜିଲ୍ଲାରେ ହାରାହାରି ୧୨୮.୫ ମିଲିମିଟର, ସମ୍ବଲପୁର୧୧୬.୭ ମିଲିମିଟର, ବୌଦ୍ଧ ୧୧୪ ମିଲିମି , ଅନୁଗୁଳ ୧୦୭ ମିଲିମିଟର ବର୍ଷା ରେକର୍ଡ କରା ଯାଇଛି । ସେହିପରି ୯ ଟି ଜିଲ୍ଲାରେ ୫୦ ମିଲିମିଟର ବର୍ଷା ରେକର୍ଡ କରା ଯାଇଛି । ଏଗୁଡିକ ହେଲା କନ୍ଧମାଳ, କେନ୍ଦୁଝର ସୁବର୍ଣପୁର, କଳାହାଣ୍ଡି, ମୟୁରଭଂଜ, ବରଗଡ. ବଲାଙ୍ଗୀର, ନୂଆପଡା, ଢେଙ୍କାନାଳ । ବ୍ଲକ ହିସାବରେ ଦେଖିବାକୁ ଗଲେ ସବୁଠାରୁ ଅଧିକ ବର୍ଷା କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ ଠାରେ ହୋଇଛି । ଏଠାରେ ୨୧୫ ମିଲିମିଟର ବର୍ଷା ରେକର୍ଡ କରା ଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧.୩୬ କୋଟି ମୂଲ୍ୟର ମୁଦ୍ରା ଜବତ

୧.୩୬ କୋଟି ମୂଲ୍ୟର ମୁଦ୍ରା ଜବତ

Read More...

ଆଠ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଠ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page