ନିଟ୍‌-ଜେଇଇ ପ୍ରସଙ୍ଗ: ମୋଦିଙ୍କ ସହ କଥା ହେଲେ ନବୀନ

August 27, 2020, ଓଡ଼ିଶା, , Anupambharat News Bureau


ନିଟ୍‌-ଜେଇଇ ପ୍ରସଙ୍ଗ:  ମୋଦିଙ୍କ ସହ କଥା ହେଲେ ନବୀନ
Anupambharat News Bureau
August 27, 2020

ଭୁବନେଶ୍ୱର: ଗତ କିଛି ଦିନ ଧରି ଚର୍ଚ୍ଚାରେ ଥିବା ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବା ପ୍ରସଙ୍ଗରେ ବହୁ ରାଜ୍ୟର ଚାପ ପ୍ରୟୋଗ ହୋଇଥିଲା । ତେବେ ଓଡ଼ିଶାରେ ମଧ୍ୟ ସ୍ଥିତି ପ୍ରତିକୂଳ ଥିବା ଯୋଗୁଁ ଉକ୍ତ ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି । ନବୀନ ପଟ୍ଟନାୟକ କହିଛନ୍ତି ଯେ, କୋଭିଡ଼-୧୯ ବା କରୋନା ମହାମାରୀର ସାଂଘାତିକ ସ୍ଥିତି ଏବଂ ଓଡ଼ିଶାରେ ବନ୍ୟା ସ୍ଥିତି ଯେଭଳି ଭୟଙ୍କର ରୂପ ଧାରଣ କରିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେବେ ତେଣୁ ପରୀକ୍ଷା ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଆଜି ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ସୂଚନା ଯେ, ସେପେଫମ୍ବର ପହିଲାରେ ଜେଇଇ ଓ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହେବାକୁ ଧାର୍ଯ୍ୟ ହୋଇଛି । ପରୀକ୍ଷା ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଦିନ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।
ଏହା ସତ୍ତେ୍ୱ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ ବୋଲି ପରୀକ୍ଷା ପରିଚାଳନା କରିବା ପାଇଁ ଦାୟିତ୍ୱ ନେଇଥିବା ନ୍ୟାସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ମଙ୍ଗଳବାର ସନ୍ଧ୍ୟାରେ ପରୀକ୍ଷା ନିର୍ଦ୍ଧାରିତ ସମୟରେ ହେବ ବୋଲି ଘୋଷଣା ହୋଇଥିଲା । ସେପେଫମ୍ବରରେ ପରୀକ୍ଷା ନକରିବା ପାଇଁ କଂଗ୍ରେସ ଶାସିତ ରାଜ୍ୟ ସମେତ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ପୂର୍ବରୁ ବିରୋଧ କରିଥିଲେ । ଗତକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଏନେଇ ବୈଠକ କରିଥିଲେ । ଏପରିକି ପରୀକ୍ଷା ନଘୁଞ୍ଚିଲେ ସେମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବେ ବୋଲି ଜଣାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରିଆ ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍‌

ରିଆ ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍‌

Read More...

୧.୩୬ କୋଟି ମୂଲ୍ୟର ମୁଦ୍ରା ଜବତ

୧.୩୬ କୋଟି ମୂଲ୍ୟର ମୁଦ୍ରା ଜବତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page